ସଲମାନଙ୍କ ଫିଲ୍ମରୁ ଆଉଟ୍ ହେବା ପ୍ରସଙ୍ଗରେ ମୁହଁ ଖୋଲିଲେ ଶେହନାଜ୍, କହିଲେ ଏମିତି କିଛି...

Published By : Prameya-News7 Bureau | August 09, 2022 IST

ମୁମ୍ୱାଇ ୦୯/୦୮: ସୋମବାର ଶେହନାଜ ଗିଲଙ୍କୁ ନେଇ ଏକ ଜବରଦସ୍ତ ଖବର ସାମ୍ନାକୁ ଆସିଥିଲା । ଶୁଣିବାକୁ ମିଳିଥିଲା ସଲମାନ ଖାନଙ୍କ ଫିଲ୍ମ 'କଭି ଇଦ୍ କଭୀ ଦିୱାଲୀ'ରୁ ଆଉଟ୍ କରାଯାଇଛି । ସୋସିଆଲ ମିଡିଆରେ ଶେହାନାଜ ସଲମାନ ଖାନଙ୍କୁ ଅନଫଲୋ କରିଥିବା ଖବର ଶୁଣିବକୁ ମିଳିଥିଲା ।

ଯେତେବେଳେ ଶେହନାଜଙ୍କ ଡେବ୍ୟୁ ଫିଲ୍ମ ବିଷୟରେ ଏପରି ଖବର ବ୍ୟାପିଗଲା । ସେତେବେଳେ ଏହା ଶୁଣିବା ପରେ ନିରାଶ ହୋଇଥିଲେ ତାଙ୍କ ଫ୍ୟାନ୍ସ । ବର୍ତ୍ତମାନ ଏହି ଘଟଣା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି 'ବିଗ୍ ବସ୍' ଷ୍ଟାର । ସେ ଇନଷ୍ଟା ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଏହା ଗୁଜବ । ସେ କହିଛନ୍ତି ଆଗକୁ ସେ ଫିଲ୍ମ କରୁଛନ୍ତି ।

wp:gallery {"linkTo":"none"} /wp:gallery

ଶେହନାଜ ଗୁଜବକୁ କଲେ ଏଣ୍ଡ:
ଯଦି ଆପଣ ଶେହନାଜଙ୍କ ଇନଷ୍ଟାଗ୍ରାମର ତାଲିକା ଦେଖିବେ, ତେବେ ସେ ସଲମାନ ଖାନଙ୍କୁ ଫଲୋ କରୁଥିବା ଦେଖାଯାଉଛି । ଶେହନାଜ ଏହି ପୋଷ୍ଟରେ ଲେଖିଛନ୍ତି, 'LOL! ଗତ କିଛି ସପ୍ତାହ ଧରି, ଏହିପରି ଗୁଜବ ମୋର ମନୋରଞ୍ଜନର ଦୈନିକ ଡୋଜ୍ । ଲୋକମାନେ ଫିଲ୍ମ ଦେଖିବାକୁ ଅପେକ୍ଷା କରିଛନ୍ତି ଏବଂ ମୁଁ ମଧ୍ୟ ଏହି ଫିଲ୍ମରେ ଅଂଶୀଦରା ଅଟେ । ’ସେ ଆହୁରି ମଧ୍ୟ ହାର୍ଟ ସେପ୍‌ର ଇମୋଜି ସେୟାର କରିଛନ୍ତି ।
ଡେବ୍ୟୁ ପ୍ରଶ୍ନକୁ ଏଡାଇଲେ ଶେହନାଜ:
ଗତ କିଛି ଦିନ ତଳେ ଫିଲ୍ମ ସେଟରୁ ଶେହନାଜଙ୍କ ଫଟୋ ଭାଇରାଲ ହୋଇଥିଲା । ସେ ଶୁଟିଂ ଆରମ୍ଭ କରିଥିଲେ କିନ୍ତୁ ଶେହାନାଜ ଡେବ୍ୟୁ କରିବାକୁ ଯାଉଛନ୍ତି ବୋଲି ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ । ଏକ ପୁରସ୍କାର କାର୍ଯ୍ୟକ୍ରମରେ ଯେତେବେଳେ ସାମ୍ବାଦିକମାନେ ତାଙ୍କୁ ତାଙ୍କ ଚଳଚ୍ଚିତ୍ର ବିଷୟରେ ଏକ ପ୍ରଶ୍ନ ପଚାରିଥିଲେ, ସେତେବେଳେ ସେ ଏହି ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.