ରାଘବଙ୍କ ସହ ଲୁଚିଛପି ବଦ୍ରିନାଥ ଦର୍ଶନ କଲେ ଶେହନାଜ, ସାମ୍ନାକୁ ଆସିଲା ଭିଡିଓ
14/11/2023 at 9:05 AM

ମୁମ୍ଵାଇ ୧୪।୧୧: ବିଗ୍ ବସ୍ ୧୩ ପରେ, ଶେହନାଜ୍ ଗିଲ୍ ବହୁତ ଲୋକପ୍ରୟ ହୋଇପାରିଛନ୍ତି । ଟିଭିରେ ନିଜର ଚମତ୍କାର ପ୍ରତିଭା ଦେଖାଇବା ପରେ ଶେହନାଜ ମଧ୍ୟ ବଲିଉଡରେ ଏଣ୍ଟ୍ରି କରିଛନ୍ତି। ସବୁବେଳେ କାମରେ ବ୍ୟସ୍ତ ଥିବା ଶେହନାଜ ବର୍ତ୍ତମାନ କାମରୁ ବିରତି ନେଇଛନ୍ତି। ଏବେ ସେ ବଦ୍ରିନାଥ ଧାମ ପରିଦର୍ଶନ କରିବା ସହ ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି । ଯାହା ଭାଇରାଲ ହେବାରେ ଲାଗିଛି ।
#RaghavJuyal pic.twitter.com/FOFYKr0AVH
— Raghav juyal Team (@Raghav_Updates) November 7, 2023
ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତେ ଭାବୁଥିଲେ ଯେ ଶେହନାଜ ଏକାକୀ ବଦ୍ରିନାଥ ଧାମ ଯାଇଛନ୍ତି। କିନ୍ତୁ ଏହା ନୁହେଁ ତାଙ୍କ ସହ ଗୁଜବ ପ୍ରେମିକ ରାଘବ ଜୁୟାଲଙ୍କୁ ଦେଖିବାକୁ ମିଳିଛି। ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଶେହନାଜ ମୁହଁ ଲୁଚାଇ ରଖିଛନ୍ତି। ଶେହାନାଜ ଏବଂ ରାଘବ କିସି କା ଭାଇ କିସି କି ଜାନ ଫିଲ୍ମରେ ଏକାଠି କାମ କରିଛନ୍ତି। ଏହି ଚଳଚ୍ଚିତ୍ରର ସମୟରୁ ସେମାନଙ୍କ ଡେଟିଂର ଖବର ସାମ୍ନାକୁ ଆସୁଛି । ଉଭୟ ପ୍ରାୟତଃ ଏକାଠି ନଜର ଆସିଥାନ୍ତି । ଯଦିଓ ଦୁହେଁ ପରସ୍ପରକୁ କେବଳ ଭଲ ବନ୍ଧୁ ବୋଲି କହୁଛନ୍ତି।
ସୋସିଆଲ ମିଡିଆରେ ରାଘବଙ୍କ ଏକ ଭିଡିଓ ଭାଇରାଲ ହେଉଛି। ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ଶେହନାଜଙ୍କୁ ଶେଷ ଥର ପାଇଁ ଥାଙ୍କ ୟୁ ଫର କମିଂ ଫିଲ୍ମରେ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରରେ ଭୁମି ପେଡନେକର, ଶିବାନୀ ବେଦୀ, କୁଶା କପିଲା ଏବଂ ଡଲି ସିଂ ତାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ।