ନୂଆଦିଲ୍ଲୀ: ପାକିସ୍ତାନରେ ଲାଗିରହିଥିବା ରାଜନୀତିକ ହଟଚମଟ ମଧ୍ୟରେ ରବିବାର ନୂଆ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍ଙ୍କ ସାନ ଭାଇ ଶହବାଜ ଶରିଫ୍ ପାକିସ୍ତାନର ଆଗାମୀ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ନାସନାଲ ଆସେମ୍ବଲି ଅଧ୍ୟକ୍ଷ ସରଦାର ଅୟାଜ ସାଦିକ ଏନେଇ ଘୋଷଣା କରି କହିଥିଲେ, ପିଏମଏଲ-ଏନର ଅଧ୍ୟକ୍ଷ ଶହବାଜ ଶରିଫ୍ଙ୍କୁ ୨୦୧ ଭୋଟ ହାସଲ କରିବା ପରେ ପାକିସ୍ତାନର ୨୪ ତମ ପ୍ରଧାନମନ୍ତ୍ରୀ ବଛାଯାଇଛି।
ସୂଚନାଥାଉକି, ବିଗତ ଦିନରେ ପାକିସ୍ତାନର ଜନତା ମଧ୍ୟ ଅନେକ ଦିନରୁ ଏହି ରାଜନୀତିକ ଘମାଘୋଟର ଅବସାନର ଅପେକ୍ଷା କରିଥିଲେ। ଯାହା ରବିବାର ଅନ୍ତ ହୋଇଛି। ପାକିସ୍ତାନ ମୁସଲିମ୍ ଲିଗ୍-ନଓ୍ବାଜ (ପିଏମଏଲ-ଏନ)ର ବରିଷ୍ଠ ନେତା ଶହବାଜ ଶରିଫ୍କୁ ପାକିସ୍ତାନର ଅଗାମୀ ପ୍ରଧାନମନ୍ତ୍ରୀ ବଛାଯାଇଛି। ତାଙ୍କୁ ୨୦୧ ମତ ମିଳିଛି ଯେତେବେଳେକି ତାଙ୍କ ପତିଦ୍ବନ୍ଦ୍ବୀ ଅମର ଅୟୁବ ଖାନ ୯୦ ଭୋଟ ମିଳିଛି।
ଦ୍ବିତୀୟ ଥର ହେଲେ ପ୍ରଧାନମନ୍ତ୍ରୀ
ତୃତୀୟ ଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ରହିସାରିଥିବା ଶହବାଜ ଶରିଫ ୨୦୨୨ରେ ପ୍ରଥମ ଥର ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ପ୍ରଥମ କାର୍ଯ୍ୟକାଳ କେବଳ ୧୬ ମାସ ରହିଥିଲା। ୨୦୨୩ରେ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ପ୍ରଥମ କାର୍ଯ୍ୟକାଳ ସରିଥିଲା।
ଏଭଳି ଥିଲା ଶହବାଜଙ୍କ ରାଜନୀତିକ ଯାତ୍ରା
ଶହବାଜ ଶରିଫଙ୍କ ଜନ୍ମ ୧୯୫୦ ଲାହୋରରେ ହୋଇଥିଲା। ଶହବାଜ ଶରିଫ୍ ୧୯୮୫ରେ ଲାହୋର ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ। ଶହବାଜ ଶରିଫ୍ ପ୍ରଥମ ଥର ୧୯୮୮ରେ ପଞ୍ଜାବ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହି ଭଳି ଭାବରେ ୧୯୯୭ରେ ସେ ତୃତୀୟ ଥର ପଞ୍ଜାବ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପ୍ରାନ୍ତୀୟ ମୁଖ୍ୟମନ୍ତ୍ରୀ ହୋଇଥିଲେ।
ଆହୁରି ପଢ଼ନ୍ତୁ: ଭାରତରେ ଆଉ ନାହିଁ ଅତି ଗରିବୀ; ଆମେରିକୀୟ ଥିଙ୍କ୍ ଟ୍ୟାଙ୍କ୍ ବ୍ରୁକିଙ୍ଗ୍ସ ଦ୍ବାରା ରିପୋର୍ଟ ପ୍ରକାଶ
ତିନି ଥର ରହିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ
୧୯୯୯ରେ ସୈନା ଶାସନ ହାତକୁ ନେବା ପରେ ତାଙ୍କୁ ପଦରୁ ହଟାଯାଇଥିଲା। ଆଉ ସାଉଦି ଆରବକୁ ନିର୍ବାସନ କରାଯାଇଥିଲା। ୮ ବର୍ଷର ନିର୍ବାସନ ପରେ ସେ ୨୦୦୭ରେ ପାକିସ୍ତାନ ଫେରିଥିଲେ। ୨୦୦୮ରେ ଚତୁର୍ଥ ଥର ଭକ୍କରରୁ ପ୍ରାନ୍ତ୍ରୀୟ ବିଧାନସଭା ସିଟ୍ ଜିତି ଦ୍ବିତୀୟ ଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୩ରେ ପୁଣି ଥରେ ଲାହୋର ବିଧାନସଭା ସଦସ୍ୟ ହୋଇଥିଲେ ଏବଯ ତୃତୀୟ ଥର ପଞ୍ଜାବ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୮ରେ ନିଜ ବଡ଼ ଭାଇ ନଓ୍ବାଜ ଶରିଫ୍ଙ୍କୁ ସୁପ୍ରିମକୋର୍ଟ ଅଯୋଗ୍ୟ ଘୋଷଣା କରିବା ପରେ ଶହବାଜଙ୍କୁ ପାକିସ୍ତାନ ମୁସଲିମ୍ ଲିଗ୍ (ଏନ)ର ଅଧ୍ୟକ୍ଷ କରାଯାଇଥିଲା।