ଅନେକ ମହିଳାଙ୍କ ସମ୍ପର୍କ ରଖିଥିଲେ ଶୀଜାନ: ଦାବି କଲେ ତୁନିଶାଙ୍କ ବନ୍ଧୁ ରାୟା ଲାବିବ୍
26/12/2022 at 10:56 PM

ନୂଆଦିଲ୍ଲୀ, ୨୬/୧୨: ଟିଭି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଶନିବାର ଭାନିଟି ଭ୍ୟାନ୍ ଭିତରୁ ତାଙ୍କର ମୃତଦେହ ମିଳିଥିଲା। ତୁନିଶାଙ୍କ ବଏଫ୍ରେଣ୍ଡ୍ ଶୀଜାନଙ୍କ ଠାରୁ ବ୍ରେକ୍ ଅପ୍ ପରେ ଡିପ୍ରେସନରେ ଥିଲେ ଆଉ ଆତ୍ମହତ୍ୟା କରିଥିବାନେଇ କୁହାଯାଉଛି। ପୋଲିସ୍ ଶୀଜାନଙ୍କୁ ଗିରଫ କରି ମାମଲା ତଦନ୍ତ କରୁଛି।
ଏହାରି ମଧ୍ୟରେ ତୁନିଶାଙ୍କ ବନ୍ଧୁ ରାୟା ଲାବିବ୍ ଶାଜୀନଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ରାୟା କହିଛନ୍ତି ଶୀଜାନ ଅନେକ ମହିଳାଙ୍କ ସହ ସମ୍ପର୍କରେ ଥିଲେ। ଏମିତିକି ସେ ୬ ରୁ ୧୦ ମହିଳାଙ୍କ ସହ ଶାରୀରିକ ସଂପର୍କ ମଧ୍ୟ ରଖିଥିଲେ।
ରାୟା କହିଛନ୍ତି ସେ ଏହି ସୂଚନା ଏଭଳି ଜଣେ ମହିଳାଙ୍କ ଠାରୁ ପାଇଛନ୍ତି ଯିଏକି ଶୀଜାନଙ୍କ ସହ ସଂପର୍କରେ ଥିଲେ କିନ୍ତୁ ଶୀଜାନଙ୍କ ଅନ୍ୟ ମହିଳାଙ୍କ ସହ ସଂପର୍କ ଥିବା ଜାଣିବା ପରେ ତାଙ୍କଠାରୁ ଅଲଗା ହୋଇଯାଇଥିଲେ। ଏବେ ସେହି ମହିଳାଙ୍କର ଡିପ୍ରେସନର ଚିକିତ୍ସା ଚାଲିଛି ଏବଂ ସେ ଏନେଇ ଅଧିକ କିଛି କହିବାକୁ ମନା କରିଛନ୍ତି। ଶୀଜାନ ଏହିସବୁ ମହିଳାଙ୍କୁ ପ୍ରେମ ଏବଂ ବିବାହ ପ୍ରତିଶ୍ରୁତି ଦେଇ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ। କିନ୍ତୁ ସେମାନଙ୍କୁ ଠକୁଥିଲେ।
ରାୟା କହିଛନ୍ତି ଶୀଜାନ ତୁନିଶାଙ୍କ ସହ ମଧ୍ୟ କେବଳ ଯୌନ ସମ୍ପର୍କ ପାଇଁ ବନ୍ଧୁତା ସ୍ଥାପନ କରିଥିଲେ। ଶୀଜାନ ଏହାହିଁ କରିଥିଲେ ଏବଂ ପରେ ତୁନିଶାଙ୍କ ସହ ବ୍ରେକ୍ ଅପ୍ କରିଥିଲେ। ତୁନିଶା ନିକଟରେ ହିଁ ଶୀଜାନଙ୍କ ଅବୈଧ ସମ୍ପର୍କ ବିଷୟରେ ଜାଣିବାକୁ ପାଇଥିଲେ ଏବଂ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହୋଇଥିଲା। ଯାହାକୁ ନେଇ ତୁନିଶା ଡିପ୍ରେସନରେ ଥିଲେ। ଆଉ ଏହାକୁ ନେଇ ଆତ୍ମହତ୍ୟା କରିଛନ୍ତି ବୋଲି କହିଛନ୍ତି ରାୟା।