ତୁନିଶାଙ୍କ ଶେଷ ଯାତ୍ରାରେ ଭାଙ୍ଗି ପଡିଲେ ଶିଜାନଙ୍କ ଭଉଣୀ, ଭିଡିଓ ଦେଖି ଭାବପ୍ରବଣ ହେଲେ ୟୁଜର୍ସ
28/12/2022 at 9:25 AM

ମୁମ୍ଵାଇ ୨୮।୧୨: ଛୋଟ ପରଦାର ଜଣାଶୁଣା ଅଭିନେତ୍ରୀ ତୁନିଶା ଶର୍ମା। ତାଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ଚକିତ କରିଛି। ମଙ୍ଗଳବାର ଦିନ ମୁମ୍ବାଇରେ ତୁନିଶା ଶର୍ମାଙ୍କର ଶେଷ ରୀତିନୀତି ସମ୍ପନ୍ନ ହୋଇଛି। ଏହି ସମୟରେ ଟିଭି ଦୁନିଆର ସମସ୍ତ ତାରକା ତୁନିଶା ଶର୍ମାଙ୍କ ଅନ୍ତିମ ସଂସ୍କାରରେ ଉପସ୍ଥିତ ଥିଲେ। ଅଭିନେତା ଶିଜାନ ମହମ୍ମଦ ଖାନଙ୍କ ମା ଏବଂ ଭଉଣୀ ତଥା ଟିଭି ଅଭିନେତ୍ରୀ ଫାଲକ ନାଜ ତୁନିଶାଙ୍କ ଶେଷ ରୀତିନିତିରେ ଦେଖିବାକୁ ମିଳିଥିଲେ। ଯିଏ କାନ୍ଦି କାନ୍ଦି ଅବସ୍ଥା ଖରାପ ହୋଇଯାଇଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।
Sheezan की बहन Falak के निकले आंसू#TunishaSharma #TunishaSharmaDeath #tunishasharmasuicidecase #TunishaDeathMystery #tunishasharmacase #JusticeForTunishaSharma #TunishaSharma #tunishasharmafanpage #TunishaSharmaFuneral pic.twitter.com/hYstermYZO
— ANIL SHARMA (@ANILSHA83438416) December 27, 2022
ତୁନିଶା ଶର୍ମାଙ୍କ ମୃତ୍ୟୁରେ ତାଙ୍କ ପରିବାର ଏବଂ ଘନିଷ୍ଠ ଲୋକଙ୍କ ଉପରେ ଦୁଃଖର ପାହାଡ ଖସି ପଡିଛି। ତୁନିଶା ଶର୍ମାଙ୍କ ଅନ୍ତିମ ସଂସ୍କାରରେ ତାଙ୍କ ମା ଅସହ୍ୟ ଯନ୍ତ୍ରଣା ଦେଖିବାକୁ ମିଳିଥିଲା । ଆଖିରେ ଲୁହ ଛାତିରେ କୋହ ନଜର ଆସିଛି। ସେ କାନ୍ଦି କାନ୍ଦି ବେହୋସ ହୋଇଯାଇଥିଲେ। କେବଳ ଏତିକି ହିଁ ନୁହେଁ ତୁନିଶାଙ୍କ ଭଲ ସାଙ୍ଗ ତଥା ଶିଜାନଙ୍କ ଭଉଣୀଙ୍କୁ ବି ଦେଖିବାକୁ ମିଳିଥିଲା । ଯିଏ ବହୁତ ଭାଙ୍ଗି ପଡିଥିଲେ । ଯାହାକୁ ଆପଣ ତାଙ୍କ ଏହି ଭିଡିଓରୁ ଅନୁମାନ କରିପାରିବେ। ଏଥି ସହିତ, ଶିଜାନଙ୍କ ମା ମଧ୍ୟ ତାଙ୍କ ଲୁହକୁ ସମ୍ଭାଳି ପାରି ନାହାନ୍ତି। ଏହି ଭିଡିଓରେ ଫଲକଙ୍କ ଅବସ୍ଥା ଦେଖି ନିଶ୍ଚିତ ଭାବରେ ତୁମର ହୃଦୟ ଭାବପ୍ରବଣ ହୋଇଯିବ ।
ତୁନିଶା ତାଙ୍କର ପୂର୍ବତନ ପ୍ରେମିକ ଶିଜାନ ମହମ୍ମଦ ଖାନଙ୍କ ପରିବାର ସହିତ ବହୁତ ଭଲ ସମ୍ପର୍କ ଥିଲା। କେବଳ ଏତିକି ନୁହେଁ, ତୁନିଶା ଶିଜାନଙ୍କ ଭଉଣୀ ଫଲକ ନାଜଙ୍କ ସହ ଭଲ ତଥା ଘନିଷ୍ଠ ସମ୍ପର୍କ ଥିଲା । ଏହି ଦୁଇ ଅଭିନେତ୍ରୀ ପରସ୍ପରର ଚିତ୍ର ସୋସିଆଲ ମିଡିଆରେ ସେୟାର କରୁଥିଲେ।