ତୁନିଶା ଶର୍ମା ଆତ୍ମହତ୍ୟା ଘଟଣା: ଅଭିଯୁକ୍ତ ଶୀଜାନ ମହମ୍ମଦ ଖାନକୁ ୪ ଦିନିଆ ପୁଲିସ ହେପାଜତରେ ପଠାଇଲେ କୋର୍ଟ

Published By : Prameya-News7 Bureau | December 25, 2022 IST

ମୁମ୍ବାଇ: ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ଘଟଣାରେ ସହ ଅଭିନେତା ଶୀଜାନ ମହମ୍ମଦ ଖାନକୁ ୪ ଦିନିଆ ପୁଲିସ କଷ୍ଟୁଡିରେ ପଠାଇଲେ ମୁମ୍ବାଇର ଭସାଇ କୋର୍ଟ। ଅଭିନେତ୍ରୀ ଆତ୍ମହତ୍ୟା ଘଟଣାରେ ଆଜି ଶୀଜାନକୁ ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ  ଭାରତୀୟ ପିଙ୍ଗଳ କୋର୍ଟରେ ଧାରା ୩୦୬(ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା) ଲଗାଯାଇଛି।

ଏନେଇ ତାଙ୍କ ଓକିଲ ସୂଚନା ଦେଇ କହିଛନ୍ତି “ ଶୀଜାନ ଖାନକୁ ୪ ଦିନିଆ ପୁଲିସ କଷ୍ଟୁଡିରେ ପଠାଯାଇଛି। ତେବେ ଏପର୍ଯ୍ୟନ୍ତ ପୁଲିସ ପାଖରେ କୌଣସି ପ୍ରମାଣ ନାହିଁ। କେବଳ ତାଙ୍କ ବିରୋଧରେ ଅଭିଯୋଗ ଲଗାଯାଇଛି। ଏନେଇ ପରବର୍ତ୍ତି ତଦନ୍ତ ଚାଲିଛି।”

ତେବେ ଶୀଜାନଙ୍କୁ ଅସ୍ଥମା ଥିବାରୁ ସେ ଘରୋଇ ଖାଦ୍ୟ ଓ ଔଷଧ ଖାଇପାରିବେ ବୋଲି କୋର୍ଟଙ୍କ ଠାରୁ ଅନୁମତି ମିଳିଥିବା ତାଙ୍କ ଓକିଲ ସୂଚନା ଦେଇଛନ୍ତି। ଅଭିଯୋଗ ଅନୁସାରେ ତୁନିଶାଙ୍କର ଶୀଜାନ ଖାନଙ୍କ ସହ ସମ୍ପର୍କ ଥିଲା। ତେବେ ଶୀଜାନ ତାଙ୍କ ସହ ବ୍ରେକ୍ କରିଦେଇଥିଲେ। ଏହି ଚାପରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ତୁନିଶା ଶର୍ମାଙ୍କ ମାଆଙ୍କ ଅଭିଯୋଗ ଅନୁସାରେ ପୁଲିସ ଶୀଜାନଙ୍କ ବିରୋଧରେ ଆପିସି ଧାରା ଲଗାଇ ମାମାଲ ରୁଜୁ କରିବା ସହ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟରୁ ଶୀଜାନକୁ ୪ ଦିନିଆ କଷ୍ଟୁଡିରେ ନିଆଯାଇଛି। ଏଫ୍‌ଆଇଆର୍‌ କପି ଅନୁସାରେ ବ୍ରେକ୍‌ ଅପ୍ ପରେ ତୁନିଶା ଚାପରେ ଥିଲେ। ଅନ୍ୟ ଉପାୟ ନପାଇ ସେ ଆତ୍ମହତ୍ୟା କରିଥିବା ଏଫ୍‌ଆଇଆର୍‌ରେ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.