ଜାମିନ୍ ପରେ ଜେଲ୍ରୁ ବାହାରିଲେ ଶିଜାନ୍, ଭାଇକୁ ଦେଖି ଇମୋସନାଲ ହେଲେ ଦୁଇ ଭଉଣୀ
6/03/2023 at 9:31 AM

ମୁମ୍ଵାଇ ୦୬।୦୩: ଟେଲି ଅଭିନେତା ଶିଜାନ ଖାନ। ବର୍ତ୍ତମାନ ତାଙ୍କୁ ଜାମିନ୍ ମିଳିଛି। ଏନେଇ ଭଉଣୀ- ଫାଲକ ନାଜ ଏବଂ ଶଫକ ନାଜ ଜେଲରୁ ବାହାରକୁ ଆସିଥିବା ଭାଇକୁ ଦେଖି ଆଲ୍ଲାଙ୍କୁ ଧନ୍ୟବାଦ ଦେଇଛନ୍ତି। ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ଘଟଣାରେ ଶିଜାନଙ୍କୁ ପୋଲିସ ଗିରଫ କରିଥିଲା। ଏହା ପ୍ରକୃତରେ ତାଙ୍କ ମା ଏବଂ ଭଉଣୀମାନଙ୍କ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ ଥିଲା । କାରଣ ଅଭିନେତା ପ୍ରାୟ ଦୁଇମାସ ପରେ ସେମାନଙ୍କୁ ଭେଟିବାରେ ସକ୍ଷମ ହୋଇଥିଲେ ।
ଶିଜାନ ଖାନଙ୍କ ଭଉଣୀ ଶଫକ ସୋସିଆଲ ମିଡିଆରେ କୃତଜ୍ଞତା ଜଣାଇ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଫଲକ ଏକ ଇନଷ୍ଟାଗ୍ରାମର ଷ୍ଟୋରୀ ମଧ୍ୟ ସେୟାର କରିଥିଲେ। ଯେଉଁଥିରେ ସେ ଆଲ୍ଲାଙ୍କୁ ଧନ୍ୟବାଦ ଦେଇଥିଲେ। କାରଣ କୋର୍ଟ ତାଙ୍କ ଭାଇଙ୍କୁ ଜାମିନ ପ୍ରଦାନ କରିଥିଲେ। ସେ ବମ୍ବେ ହାଇକୋର୍ଟରୁ ନ୍ୟାୟ ପାଇବାକୁ ମଧ୍ୟ ଆଶାବାଦୀ ଅଛନ୍ତି। ଜେଲ ବାହାରେ ନିଆଯାଇଥିବା ଫଟୋ ଏବଂ ଭିଡିଓରେ ସେ ତାଙ୍କ ଭଉଣୀକୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଥିଲା ଏବଂ ତାଙ୍କ ଖୁସି ତାଙ୍କ ମୁହଁରେ ସ୍ପଷ୍ଟ ଦେଖାଯାଉଥିଲା । ଭଉଣୀମାନଙ୍କ ସହ ସାକ୍ଷାତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
୨୪ ଡିସେମ୍ବରରେ ମହାରାଷ୍ଟ୍ରର ପାଲଘର ଜିଲ୍ଲା ଭସାଇରେ ଅଲି ବାବା ଦସ୍ତାନ-ଏ-କାବୁଲର ମୁଖ୍ୟ ଅଭିନେତ୍ରୀ ତୁନିଶା ଶର୍ମା ଶୋ’ର ସେଟରେ ଆତ୍ମହତ୍ୟା କରିଥିଲେ। ତୁନିଶାଙ୍କ ମା ଶିଜାନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। କୁହାଯାଇଥିଲା ଯେ ସେ ଶିଜାନଙ୍କ ସହ ସମ୍ପର୍କ ରଖିଥିଲେ । ୧୫ ଦିନ ପୂର୍ବରୁ ସେମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା। ସେ ପୋଲିସକୁ କହିଛନ୍ତି ଯେ ତୁନିଶା ତାଙ୍କ କାରଣରୁ ଚାପରେ ଥିଲେ ଏବଂ ବୋଧହୁଏ ସେଥିପାଇଁ ସେ ଏପରି କଠୋର ପଦକ୍ଷେପ ନେଇଥିଲେ।