ଜେଲ୍ରେ ରହିବେ ଶିଜାନ ଖାନ୍, ଜାମିନ୍ ଆବେଦନ ଖାରଜ କଲେ କୋର୍ଟ
14/01/2023 at 7:49 AM

ମୁମ୍ଵାଇ ୧୪।୦୧: ଶିଜାନ ୧୩ ଜାନୁଆରୀ କୋର୍ଟରେ ଜାମିନ ଆବେଦନ କରିଥିଲେ। ଯାହା ବର୍ତ୍ତମାନ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ସୋମବାର ଦିନ ଏହି ପ୍ରସଙ୍ଗରେ ବସଇ କୋର୍ଟରେ ଶିଜାନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ମଧ୍ୟ କରାଯାଇଥିଲା। ସେହି ସମୟରେ, ଶିଜାନଙ୍କ ଓକିଲ ତୁନିଶାଙ୍କ ମା ବନିତା କୋର୍ଟରେ ଦାଖଲ କରିଥିବା ଏଫଆଇଆର କପି ପଢିଥିଲେ ଏବଂ ଶିଜାନଙ୍କ ବିରୋଧରେ ବନିତାଙ୍କ ଅଭିଯୋଗକୁ ଦୋହରାଇଥିଲେ।
Tunisha Sharma death case | Bail plea of accused Sheezan Khan rejected by Vasai Court.
— ANI (@ANI) January 13, 2023
ଅଭିନେତାଙ୍କ ଓକକିଲ କହିଥିଲେ କି ତୁନିଶାଙ୍କୁ ଏନଜାଇଟି ଆଟାକ୍ ଆସୁଥିଲା। ଏହି ମାମଲାରେ ଧାରା ୩୦୬ ଲଗା ଯାଇ ପାରିବ ନାହିଁ। ଶିଜାନ ତୁନିଶାଙ୍କୁ ଆତ୍ମହତ୍ୟା କରିବାକୁ କୌଣସି ପ୍ରକାରର ଉସକାଇ ନାହାନ୍ତି। ୧୫ ଡିସେମ୍ଵରରେ ଦୁହିଁଙ୍କର ବ୍ରେକଅପ୍ ହୋଇଯାଇଥିଲା। ଦୁହେଁ ସାଧାରଣ ଜୀବନଯାପନ କରୁଥିଲେ। ବ୍ରେକଅପ୍ ପରେ ସାଧାରଣ ଆଚରଣ ବି ଥିଲା ଏହା ବ୍ୟତୀତ ଆହୁରି କହିଥିଲେ କି ୧୫-୨୪ ଡିସେମ୍ବରରେ କୌଣସି ଘଟଣା ଘଟିନଥିଲା । ଯାହା ଶୋ’ସେଟ୍ରେ ମଧ୍ୟ ଆଚରଣରେ ଅସାଧାରଣ ଦେଖା ଯାଇଥିଲା। ଏହି ସମୟରେ ତୁନିଶା ମାମଲାରେ ଶିଜାନଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି ଏବଂ ତାଙ୍କୁ କେତେ ଦିନ ଜେଲରେ ରହିବାକୁ ପଡିବ ତାହା କହିବା କଷ୍ଟକର।