Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କେବଳ ନିଜ ସଉକ ପାଇଁ ଅଭିନୟ କରନ୍ତି ଏହି ଅଭିନେତ୍ରୀ : ଜାଣନ୍ତୁ କିଏ?

5/06/2019 at 11:52 AM

ମୁମ୍ବାଇ ୫/୬: କେତେକ ଅଭିନେତା ଓ ଅଭିନେତ୍ରୀ ଟଙ୍କା ପାଇଁ ଅଭିନୟ କରୁଥିବାବେଳେ କେତେକ ଅଭିନେତା ଅଭିନେତ୍ରୀ ଏପରି ମଧ୍ୟ ଅଛନ୍ତି ଯେଉଁମାନେ ନିଜ ସଉକ ପାଇଁ ଅଭିନୟ କରିଥାଆନ୍ତି। ଏପରି ଏକ ଅଭିନେତ୍ରୀ ଅଛନ୍ତି ଯିଏ କେବଳ ତାଙ୍କ ସଉକ ପାଇଁ ଅଭିନୟ କରିବାକୁ ପସନ୍ଦ କରନ୍ତି। ଆସନ୍ତୁ ଜାଣିବା ତାଙ୍କ ବିଷୟରେ

ଏହି ଅଭିନେତ୍ରୀଙ୍କ ନାଁ ହେଉଛି ଶୀନ ଦାସ। ସେ ଟିଭିର ଲୋକପ୍ରିୟ ଶୋ ‘ପିୟା ଅଲବେଲା’ରେ କାମ କରିବା ପରେ ଚର୍ଚ୍ଚାକୁ ଆସିଥିଲେ। ଗତ ବର୍ଷ ଏହି ଧାରାବାହିକ ଶେଷ ହୋଇଯାଇଥିଲା। ଶୀନ ଏହି ଶୋରେ ପୂଜା ଭୂମିକାରେ ଅଭିନୟ କରିଥିଲେ। ଏବେ ସେ କୈାଣସି ଧାରାବାହିକରେ ଅଭିନୟ କରୁନାହାନ୍ତି।

ଶୀନଙ୍କ ବାପା ବହୁତ ବଡ଼ ବ୍ୟବସାୟୀ ଏବଂ ତାଙ୍କର ଗୋଟିଏ ବର୍ଷର ଆୟ ୬୦କୋଟି ଟଙ୍କା ବୋଲି କୁହାଯାଉଛି। ଶୀନ ଦାସଙ୍କୁ ସରଳ ଜୀବନ ଯାପନ କରିବାକୁ ଭଲ ଲାଗିଥାଏ ଏବଂ ସେ ନିଜ ସଉକ ପାଇଁ ଟିଭି ଶୋରେ କାମ କରନ୍ତି। ତାଙ୍କ ଜୀବନଶୈଳୀକୁ ଲୋକେ ବହୁତ ପସନ୍ଦ କରନ୍ତି ଏବଂ ସେଥିପାଇଁ ସେ ଲକ୍ଷ ଲକ୍ଷ ଦର୍ଶକଙ୍କ ଗହଣରେ ଲୋକପ୍ରିୟ ହୋଇପାରିଛନ୍ତି। ନିକଟରେ ଶୀନଙ୍କର କେତେକ ଫଟୋ ଇଣ୍ଟରନେଟରେ ଭାଇରାଲ ହୋଇଛି।

   Related Posts