ବିଲ୍‌କିସ୍‌ ବାନୋ ମାମଲାରେ ୧୧ ଦୋଷୀଙ୍କୁ କ୍ଷମା: ପୀଡ଼ିତାଙ୍କ ଓକିଲ କହିଲେ, ଏମିତ ହେଲେ ସବୁ ଦୁଷ୍କର୍ମକାରୀ ଓ ହତ୍ୟାକାରୀ କ୍ଷମା ଆବେଦନ କରିବେ

Published By : Prameya-News7 Bureau | August 18, 2022 IST

ଗାନ୍ଧୀନଗର: ବିଲ୍‌କିସ ବାନୋ ଦୁଷ୍କର୍ମ ଘଟଣାରେ ୧୪ରୁ ଅଧିକ ସମୟ ଜେଲ୍ ଦଣ୍ଡ କାଟିବା ପରେ ରାଜ୍ୟରେ ଥିବା କ୍ଷମା ନିୟମ ଅନୁସାରେ ୧୧ ଜଣ ଦୋଷୀଙ୍କୁ ଜେଲ୍‌ରୁ ମୁକ୍ତ କରିଥିଲେ ଗୁଜୁରାଟ ସରକାର। ଯାହାକୁ ନେଇ ସାରା ଦେଶରେ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳିଛି। ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଏହାକୁ ତୀବ୍ର ନିନ୍ଦା କରିବା ସହ ଏହା ଠିକ୍ ହେଲାନି ବୋଲି କହିଛନ୍ତି। ଆଜି ଏହି ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଲ୍‌କିସନ ବାନୋଙ୍କ ଓକିଲ।

ବୋନୋଙ୍କ ଓକିଲ ଶୋଭା ଗୁପ୍ତା ଗୁଜୁରାଟ ସରକାରଙ୍କର ନିଷ୍ପତ୍ତିକ ସମାଲୋଚନା କରିବା କରିବା ସହ ବ୍ୟଙ୍ଗ କରିଛନ୍ତି। ଏହି ଘଟଣା ପରେ ସଜା କାଟୁଥିବା ସମସ୍ତ ଦୁଷ୍କର୍ମ ଅଭିଯୁକ୍ତ ଓ ହତ୍ୟାକାରୀ କ୍ଷମା ପାଇଁ ଆବେଦନ କରିବେ। ଏଭଳି ନିଷ୍ପତ୍ତି ଅପରାଧକୁ ବଢ଼ାଇବ ବୋଲି ଶୋଭା କହିଛନ୍ତି। ସେ କହିଛନ୍ତି “ମୁଁ ଭାବୁଛି ପ୍ରତ୍ୟେକ ଦୁଷ୍କର୍ମ ଓ ହତ୍ୟାକାରୀ ୧୪ ବର୍ଷ ଜେଲ୍‌ ସଜା କାଟିବା ପରେ କ୍ଷମା ପ୍ରାର୍ଥନା କରିବେ। ଯଦି ଏହି ମାମଲାରେ କ୍ଷମା ଆବେଦନ ଗ୍ରହଣ କରାଯାଉ ପାରୁଛି ତେବେ କାହିଁକି ସମସ୍ତ ଦୋଷୀ କ୍ଷମା ପ୍ରାର୍ଥନା ଆବେଦନ କରିବେ ନାହିଁ ?”

ଶୋଭା ଗୁପ୍ତା ଆହୁରି ମଧ୍ୟ କହିଛନ୍ତି ଯେ କ୍ଷମା ଦେବା ଆଇନରେ ଖରାପ ପ୍ରକ୍ରିୟା । ଏବଂ ଏହା ଅଧିକାର ମାମଲା ହୋଇପାରେନା। ତେବେ ୧୯୯୨ ମସିହାରେ ଥିବା ନିୟମ ଅନୁସାରେ ଦୋଷୀମାନଙ୍କୁ ଯେଉଁ ଛାଡ଼ କରାଯାଉଛି ସେ ନିୟମ ଆଉ ଚାଲୁ ନାହିଁ ବୋଲି ଶୋଭା ଗୁପ୍ତା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.