ମୁମ୍ବାଇ ୨୬/୧: ଅକ୍ଷୟ କୁମାର ୯୦ଦଶକରୁ ବଲିଉଡରେ ସକ୍ରିୟ ଅଛନ୍ତି। ଏଥିପାଇଁ ସେ ବଲିଉଡର ସବୁଠୁ ଧନୀ ଅଭିନେତା । ଏକ କୋଟିର କ୍ଲବରେ ଅକ୍ଷୟ କୁମାର ସବୁଠୁ ଅଧିକ ଫିଲ୍ମ ଦେଇଛନ୍ତି। ଅନେକ ଅଭିନେତ୍ରୀଙ୍କ ସହ ତାଙ୍କ ନାଁ ଯୋଡ଼ାଯାଇଥିଲା। ରେଖା,ରବିନା ଟଣ୍ଡନ,ଶିଳ୍ପା ସେଟ୍ଟୀଙ୍କ ସହ ତାଙ୍କ ସମ୍ପର୍କ ନେଇ ଟର୍ଚ୍ଚା ହେଉଥିଲା। କିନ୍ତୁ ଆଜି ଆମେ ଜାଣିବା ରବିନା ଟଣ୍ଡନଙ୍କ ବିଷୟରେ
{"id":78319,"width":594,"height":351}![](https://www.prameyanews7.com/wp-content/uploads/2019/01/Raveena-Tandon-Akshay-Kumar.jpg)
ପ୍ରକୃତରେ ରବିନା ଏବଂ ଅକ୍ଷୟ ଦୀର୍ଘ ଦିନରୁ ପ୍ରେମ ସମ୍ପର୍କରେ ଥିଲେ। ସେମାନେ ବିବାହ ମଧ୍ୟ କରିଥାନ୍ତେ। କିନ୍ତୁ କୈାଣସି କାରଣରୁ ସେମାନଙ୍କ ମଧ୍ୟରେ ବ୍ରେକ୍ ଅପ୍ ହୋଇଥିଲା। ପରେ ରବିନା ଟଣ୍ଡନ କହିଥିଲେ ଯେ ଅକ୍ଷୟ ତାଙ୍କୁ ଉପଯୋଗ କରି ଛାଡ଼ିଛନ୍ତି। ଯେଉଁଥିପାଇଁ ଅକ୍ଷୟ ବିଭିନ୍ନ ପ୍ରକାର ବିବାଦରେ ଛନ୍ଦି ହୋଇଥିଲେ ଏବଂ ଲୋକେ ତାଙ୍କୁ କଟୁ କଥା ଶୁଣାଇଥିଲେ।
{"id":78320,"width":595,"height":347}![](https://www.prameyanews7.com/wp-content/uploads/2019/01/20-bollywood-divas-and-their-wedding-day-look_12.jpg)
ଅକ୍ଷୟ କୁମାରଙ୍କ ସହ ବ୍ରେକ୍ ଅପ୍ ହେବା ପରେ ରବିନା ୨୦୦୪ମସିହାରେ ଫିଲ୍ମ ଡିଷ୍ଟ୍ରିବ୍ୟୁଟର ଅନିଲ ଥଡ଼ାନୀଙ୍କୁ ବିବାହ କରିଥିଲେ। ଏହା ପରେ ସେ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରିଥିଲେ। ଅନିଲ ଥଡ଼ାନୀ ଦେଖିବାକୁ ଅକ୍ଷୟ କୁମାରଙ୍କ ଭଳି ହ୍ୟାଣ୍ଡସମ୍ ନୁହଁନ୍ତି। କିନ୍ତୁ ବଲିଉଡରେ ଏହା ଏକ ସାଧାରଣ କଥା। କାରଣ ବଲିଉଡ ଅଭିନେତ୍ରୀ ହ୍ୟାଣ୍ଡସମ୍ ବଲିଉଡ ଅଭିନେତାଙ୍କୁ ଭଲ ପାଇଥାନ୍ତି ଏବଂ ବିବାହ କ୍ରିକେଟର କିମ୍ବା ବିଜନେସମ୍ୟାନଙ୍କ ସହ କରିଥାନ୍ତି।
{"id":78321,"width":594,"height":339}![](https://www.prameyanews7.com/wp-content/uploads/2019/01/article-l-20181027511271841238000.jpg)