ସୋନାକ୍ଷୀଙ୍କୁ ନିଜ ସମ୍ପତ୍ତିରୁ ଟଙ୍କାଟେ ବି ଦେବାକୁ ଚାହାନ୍ତିନି ବାପା, କାହିଁକି ଏଭଳି ନିଷ୍ପତ୍ତି?

Published By : Prameya-News7 Bureau | November 29, 2022 IST

ମୁମ୍ବାଇ୨୯/୧୧; ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଆଜିକାଲି ଚର୍ଚ୍ଚାରେ। କେତେବେଳେ ଫିଲ୍ମ ପାଇଁ ହେଉ ତ କେତେବେଳେ ବିବାଦୀୟ ଟିପ୍ପଣୀ ପାଇଁ ତାଙ୍କୁ ନେଇ ହୁଏ ଖବର। ଆଉ କେତେବେଳେ ନିଜର ଗ୍ଲାମରସ ଅନ୍ଦାଜ୍ ପାଇଁ ସେ ସୃଷ୍ଟି କରନ୍ତି ନିଜର ପ୍ରଶଂସକ। କିନ୍ତୁ ସୋନା ଉପରେ ରାଗିଛନ୍ତି ବାପା ଶତ୍ରୃଘ୍ନ ସିହ୍ନା। ସେ ତାଙ୍କୁ ତାଙ୍କ ସମ୍ପତ୍ତିରୁ ଟଙ୍କାଟେ ବି ଦେବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି।

ଅଭିନେତା ଶତ୍ରୃଘ୍ନ ସିହ୍ନାଙ୍କ ଝିଅ ସୋନାକ୍ଷୀ ଅଭିନୟ ମାଧ୍ୟମରେ ବଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଖୁବ୍ କମ୍ ସମୟରେ ତାଙ୍କର ଅନେକ ଫ୍ୟାନ୍‌।  ଏବେ ବାପା ଶତ୍ରୃଘ୍ନ କିନ୍ତୁ ଝିଅ ସୋନାକ୍ଷୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି ତାଙ୍କର କୋଟି କୋଟି ସମ୍ପତ୍ତିରେ ଝିଅ ସୋନାକ୍ଷୀର କୌଣସି ଅଧିକାର ନାହିଁ। ଏକଥା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

କିନ୍ତୁ ଶତ୍ରୃଘ୍ନ ସିହ୍ନା ଏହାର ପଛର କାରଣ ମଧ୍ୟ ସ୍ପଷ୍ଟ କରିଛନ୍ତି। ଏକ ସାକ୍ଷାତକାରରେ ଶତ୍ରୃଘ୍ନ ସିହ୍ନା କହିଛନ୍ତି, ସୋନାକ୍ଷୀ ଆତ୍ମନିର୍ଭରଶୀଳ। ସେ ତାଙ୍କ ଅଭିନୟ ମାଧ୍ୟମରେ ବଲିଉଡ ଇଣ୍ଡଷ୍ଟ୍ରିରେ ଧନ ଏବଂ ଖ୍ୟାତି ଅର୍ଜନ କରିଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କର କିଛି ଅଭାବ ନାହିଁ। ତେଣୁ ତାକୁ ମୋ ଧନରୁ ଟଙ୍କାଟିଏ ଦେବାର ନାହିଁ। କାରଣ ସେ ଆଗକୁ ଯାଇ ଏଠୁ ବି ଅଧିକ ଟଙ୍କା ରୋଜଗାର କରିପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.