ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ପୂର୍ବତନ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ପୁଅ ଶଶିଧର ରେଡ୍ଡୀ ଧରିଲେ ପଦ୍ମ, କହିଲେ- ଟିଆରଏସକୁ କ୍ଷମତାରୁ ହଟାଇବ ବିଜେପି

25/11/2022 at 7:26 PM

ନୂଆଦିଲ୍ଲୀ: ଅବିଭାଜିତ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ.ଚେନ୍ନା ରେଡ୍ଡୀଙ୍କ ପୁଅ ତଥା ତେଲେଙ୍ଗାନା କଂଗ୍ରେସର ବରିଷ୍ଠ ନେତା ଏମ.ଶଶିଧର ରେଡ୍ଡୀ ଶୁକ୍ରବାର ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଜି.କିଷନ ରେଡ୍ଡୀ, ସର୍ବାନନ୍ଦ ସୋନେୱାଲ, ତେଲଙ୍ଗାନା ବିଜେପି ଅଧ୍ୟକ୍ଷ ବି.ସଞ୍ଜୟ କୁମାର, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଡିକେ ଅରୁଣା ଏବଂ ରାଜ୍ୟସଭା ସଦସ୍ୟ କେ ଲକ୍ଷ୍ମଣଙ୍କ ସହ ଅନ୍ୟ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ।

ଚାରି ଥର ବିଧାୟକ ତଥା କଂଗ୍ରେସର ବିଭିନ୍ନ ସରକାରରେ ମନ୍ତ୍ରୀ ଥିବା ୭୩ ବର୍ଷୀୟ ରେଡ୍ଡୀ କିଛି ଦିନ ତଳେ କଂଗ୍ରେସ ଛାଡିଥିଲେ । ସାଂସଦ ଲକ୍ଷ୍ମଣ ଶଶିଧର ରେଡ୍ଡୀଙ୍କୁ ବିଜେପିକୁ ସ୍ୱାଗତ କରି କହିଥିଲେ, ତାଙ୍କ ଯୋଗଦାନ ପରେ ତେଲେଙ୍ଗାନାରେ କଂଗ୍ରେସ ଶେଷ ହୋଇଛି ।

ଅନ୍ୟପଟେ ଏହି ଅବସରରେ ଶଶିଧର ରେଡ୍ଡୀ କହିଥିଲେ, ‘୨୦୧୪ରେ ଯେଉଁ ଲକ୍ଷ୍ୟ ଏବଂ ଆକାଂକ୍ଷା ନେଇ ତେଲଙ୍ଗାନା ଗଠନ କରାଯାଇଥିଲା, ସେହି ଦିଗରେ କିଛି ହୋଇ ନାହିଁ । ତେଲଙ୍ଗାନାରେ ଯାହା କିଛି ଚାଲିଛି, ତାକୁ ରୋକିବାରେ ପ୍ରମୁଖ ବିରୋଧୀ ଦଳ ନେତା କଂଗ୍ରେସ ସମ୍ପୂର୍ଣ୍ଣ ବିଫଳ ହୋଇଛି’। ଏହାସହ ସେ, ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧିନ ତେଲଙ୍ଗାନା ସରକାରକୁ ଦୁନିଆର ସବୁଠୁ ଦୁର୍ନୀତିଗ୍ରସ୍ତ ସରକାର ବୋଲି କହିଛନ୍ତି । ତେଲଙ୍ଗାନାରେ କେବଳ ବିଜେପି ହିଁ ଟିଆରଏସକୁ କ୍ଷମତାରୁ ହଟାଇବା ପାରିବ ବୋଲି ଶଶିଧର ରେଡ୍ଡୀ କହିଛନ୍ତି ।

   Related Posts