ଚିନ୍ତନ ଶିବିରକୁ ନେଇ କଂଗ୍ରେସ ନେତା ଶଶି ଥରୁରଙ୍କ ଟ୍ୱିଟ୍, କହିଲେ ବାହାରିଲା ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ
15/05/2022 at 5:05 PM

ଉଦୟପୁର ୧୫।୫: ଏଠାରେ ଅନୁଷ୍ଠିତ କଂଗ୍ରେସ ଚିନ୍ତନ ଶିବିରର ରବିବାର ଶେଷ ଦିନରେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଏକ ଟ୍ୱିଟ୍ କରିଛନ୍ତି। ଏଥିରେ ରାଜନୀତି ସମ୍ପର୍କିତ ସମନ୍ୱୟ ସମିତିରେ ଖୋଲାଖୋଲି ଆଲୋଚନା ହୋଇଥିବା ବେଳେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନର ବାଟ ବାହାର କରିଥିବା ଉଲ୍ଲେଖ କରିନ୍ତି । ଟ୍ୱିଟ୍ରେ ଥରୁର ତାଙ୍କ ସାଥୀ ନେତାଙ୍କ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ରାଜନୀତି ସମ୍ପର୍କିତ ସମନ୍ୱୟ ସମିତିରେ ଥରୁର ମଧ୍ୟ ସଦସ୍ୟ ଅଛନ୍ତି।
Some members of the Political Committee gathered for a group photo after our deliberations adjourned last night. The discussions were a robust example of inner-party democracy in action: views passionately debated & amicable solutions found. @INCIndia pic.twitter.com/cdnBLyiIlq
— Shashi Tharoor (@ShashiTharoor) May 15, 2022
ଗତ ରାତିରେ ରାଜନୀତି ସମିତିର ସଦସ୍ୟଙ୍କ ମନ୍ଥନ ପରେ ରବିବାର ସଦସ୍ୟମାନେ ଫଟୋ ଉଠାଇବାକୁ ଏକତ୍ର ହୋଇଥିଲେ। ଏଥିରେ ଏକ ସାମୂହିକ ଫଟୋ ଉତ୍ତୋଳିତ ହୋଇଛି। ତେବେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚର୍ଚ୍ଚା ଏହି କଥାର ମଜଭୁତ ଉଦାହରଣ ଯେ ପାର୍ଟିରେ ଅନୁନ୍ୟ ଗଣତନ୍ତ୍ର ଅଛି। ଏଣୁ ଥରୁର ଗହନ ମନ୍ଥନ କରି ସମାଧାନର ରାସ୍ତା ବାହାର କରାଯାଇଥିବାର ଟ୍ୱିଟ୍ କରିଛନ୍ତି। ଲୋକସଭା ସଦସ୍ୟ ଥରୁର କଂଗ୍ରେସର ଜି-୨୩ ସମୂହର ସଦସ୍ୟ ମଧ୍ୟ।