ଶାସନ ଗାଦିରେ ଏବେ “ଟୁକ୍ଡେ-ଟୁକ୍ଡେ” ଗ୍ୟାଙ୍ଗ…କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କଲେ ସାଂସଦ ଶଶି ଥରୁର
23/08/2020 at 12:10 PM

ନୂଆଦିଲ୍ଲୀ ୨୩।୦୮: କେନ୍ଦ୍ରସରକାରଙ୍କୁ ପୁଣି ଥରେ ଟାର୍ଗେଟ କଲେ ଶଶି ଥରୁର । କଂଗ୍ରେସ ସାଂସଦ ଶଶି ଥରୁର ଶନିବାର ଦିନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । କେନ୍ଦ୍ର ସରକାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣି ଶଶି ଥରୁର କହିଛନ୍ତି ଯେ, ଆୟୁଷ ବିଭାଗର ସଚିବ ଅଣ-ହିନ୍ଦୀ ଶିକ୍ଷକ ଓ ଚିକିତ୍ସକଙ୍କୁ ଏକ ଓ୍ୱବେନାର ଛାଡିବାକୁ କହିଛନ୍ତି । ଏବେ ଥରୁର ବିଜେପିକୁ “ଟୁକ୍ଡେ-ଟୁକ୍ଡେ” ଗ୍ୟାଙ୍ଗ କହିଛନ୍ତି , ଯାହାକି ବିଜେପି ବିରୋଧୀଦଳମାନଙ୍କୁ କହିଥାଏ ।
It’s extraordinary when a Secretary of GoI tells Tamils to leave a webinar if they can’t understand his Hindi! If the govt has any decency he should be replaced by a Tamil civil servant forthwith! Is the tuke-tukde gang now in power determined to destroy India’s hard-won unity? https://t.co/sMOZg3awZr
— Shashi Tharoor (@ShashiTharoor) August 22, 2020
ଥରୁର ଟ୍ୱିଟ୍ କରି କହିଛନ୍ତି ଯେ, “ଏହା ଏକ ଅସାଧାରଣ କଥା, ଯେତେବେଳେ କି ଭାରତ ସରକାରଙ୍କ ସଚିବ ତାମିଲମାନଙ୍କୁ ଯଦି ହିନ୍ଦୀ ବୁଝିପାରୁନ , ତେବେ ଓ୍ୱେବନାର ଛାଡିବାକୁ କହିଥିଲେ । ତେଣୁ ସରକାରରେ ଏବେ “ଟୁକ୍ଡେ-ଟୁକ୍ଡେ” ଗ୍ୟାଙ୍ଗ ରହିଛନ୍ତି । ଭାରତରେ ଏକତାକୁ ନଷ୍ଟ କରିବାକୁ ପ୍ରୟାସ ଚାଲିଛି । ସେହିପରି ସେପଟେ ମଧ୍ୟ ଏହି ମାମଲାରେ ଡିଏମ୍କେ ସାଂସଦ କାନିମୋଝି କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀପଦ ନାଇକ୍ଙ୍କ ଚିଠି ଲେଖିଛନ୍ତି । ଚିଠିରେ ମାନ୍ୟବରା ସାଂସଦ ଲେଖିଛନ୍ତି ଯେ, ‘ମୁଁ ଅନୁରୋଧ କରୁଛି, ଘଟଣାରୁ ଯାଞ୍ଚ ପାଇଁ ଆପଣ ନିର୍ଦ୍ଦେଶ ଦିଅନ୍ତୁ । ଘଟଣାରେ ସଂପୃକ୍ତି ଥିବା ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ । ଯେଉଁମାନେ ଭାଷା ଆଧାରରେ ଆମ ନାଗରିକଙ୍କ ସହିତ ଭେଦଭାବ କରିଛନ୍ତି ’ ।
My letter to the Honorable Union Minister @shripadynaik on the reported hindi imposition.#StopHindiImposition pic.twitter.com/Wzlib2f9fl
— Kanimozhi (கனிமொழி) (@KanimozhiDMK) August 22, 2020