ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା ବୟାନକୁ ନେଇ ଅଡୁଆରେ ଥରୁର, କହିଲେ- ଭଲ ଭାଷଣ ଦିଅନ୍ତି କିନ୍ତୁ…

30/09/2022 at 5:23 PM

ନୂଆଦିଲ୍ଲୀ: କଂଗ୍ରେସ ନେତା ଶଶି ଥରୁର ପାର୍ଟି ଅଧ୍ୟକ୍ଷ ନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଟିପ୍ପଣୀ କରିଛନ୍ତି। ବିଗତ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା ବୟାନକୁ ନେଇ ଥରୁରକୁ ସମାଲୋଚନାର ଶିକାର ହେବାକୁ ପଡିଛି। ଶୁକ୍ରବାର ସେ କହିଛନ୍ତି, କେଉଁ ବିଷୟରେ ପ୍ରଶଂସା କରାଯାଇଛି, ଏହା ମଧ୍ୟ ଦେଖିବା ଉଚିତ୍। ମୁଁ ପ୍ରଧାନମନ୍ତ୍ରୀ ତଥା ବିଜେପି ସରକାରଙ୍କ ନୀତି ବିରୋଧରେ ପୁସ୍ତକ ଲେଖିଛି। ମୁଁ ବିଜେପି ବିରୋଧରେ ଲେଖିଛି। ପ୍ରଧାନମନ୍ତ୍ରୀଙ୍କ ତ ସମସ୍ତେ ନିନ୍ଦା କରନ୍ତି। ମାତ୍ର ବିରୋଧୀ ଦଳରେ ଏମିତି ଲୋକ ନାହାନ୍ତି, ଯେଉଁମାନେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି।

ଥରୁର କହିଛନ୍ତି, ଯିଏ ଭଲ  କାମ କରେ ତାକୁ ମୁଁ ପ୍ରଶଂସା କରିବାକୁ ପ୍ରସ୍ତୁତ। ଉଦାହରଣ ସ୍ଵରୂପ ଯେବେ ପ୍ରଧାନମନ୍ତ୍ରୀ ସଂଖ୍ୟାଲଘୁ ବର୍ଗଙ୍କ ପାଇଁ କିଛି କୁହନ୍ତି ତ ଆମେ ତାଳି ବଜାଉ ନାହିଁ। ମାତ୍ର ଯେବେ ସେ ଅନ୍ତର୍ଜାତୀୟ ଯୋଗ ଦିବସର ଆୟୋଜନ କରନ୍ତି, ତେବେ ତାଙ୍କର ପ୍ରଶଂସା କରିଥାଉ। ସ୍ଵଚ୍ଛ ଭାରତ ଅଭିଯାନକୁ ନେଇ ମୁଁ ପ୍ରଶଂସା କରିଛି। କେବଳ ଲୋକ ଦେଖାଣିଆ ହେବା ଉଚିତ୍ ନୁହେଁ ବୋଲି ଏହା ମଧ୍ୟ କହିଥିବା କହିଛନ୍ତି ଥରୁର।

ପ୍ରଧାନମନ୍ତ୍ରୀ ମୋଦୀ  ଅଟଳ ଜୀଙ୍କଠୁ ମଧ୍ୟ ଭଲ ଭାଷଣ ଦିଅନ୍ତି। ମାତ୍ର ତୃଣମୂଳସ୍ତରରେ କଣ ପରିବର୍ତ୍ତନ କରିଛନ୍ତିା ଲୋକେ କେବଳ ଭାଷଣ ଶୁଣିବାକୁ ଯାଉଛନ୍ତି। ଏଥିରୁ କଣ ସେମାନଙ୍କୁ ରୋଜଗାର ମିଳୁଛି। ଲୋକଙ୍କ ନିକଟରେ ପରିବା କିଣିବାକୁ ପଇସା ନାହିଁ। ଯଦି ମୋଦୀ ଜୀ ଭଲ ଭାଷଣ ଦେଉଛନ୍ତି ତେବେ ତାଙ୍କର ପ୍ରଶଂସା କରାଯାଇ ପାରିବ। ଯଦି ତାଙ୍କ ନୀତି ଦେଶ ହିତରେ ନୁହେଁ ତେବେ ଆମେ ପ୍ରଧାନମନ୍ତ୍ରୀଙ୍କ ସମାଲୋଚନା ବି କରିବୁ। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଥରୁର କହିଛନ୍ତି, ଗାନ୍ଧୀ ପରିବାର ଆଶ୍ଵସ୍ତ କରିଛନ୍ତି ଯେ, ନିର୍ବାଚନ ନିରପେକ୍ଷ ହେବ।

   Related Posts