ଭାରତ ଛାଡିବା ସମୟରେ ସଭ୍ୟତା ଛାଡି ଯାଇଥିଲେ ବ୍ରିଟିଶ, ଆମେରିକୀୟ ନ୍ୟୁଜ୍ ଆଙ୍କରଙ୍କ ବୟାନ ଉପରେ ରାଗିଲେ ୟୁଜର୍ସ
13/09/2022 at 9:28 PM

ନୂଆଦିଲ୍ଲୀ: ଭାରତକୁ ନେଇ ଆମେରିକୀୟ ନ୍ୟୁଜ୍ ଆଙ୍କରଙ୍କ ବୟାନ ସୋସିଆଲ ମିଡିଆରେ ଟ୍ରୋଲ ହେବାରେ ଲାଗିଛି । ଏକ ଟିଭି କାର୍ଯ୍ୟକ୍ରମରେ ଆଙ୍କର କହୁଛନ୍ତି, ଭାରତ ଛାଡିବା ସମୟରେ ବ୍ରିଟେନ ସଭ୍ୟତା ଛାଡି ଯାଇଛି । ବ୍ରିଟିଶ ରାଜକୁ କେବଳ ନରସଂହାର ରୂପେ ଦେଖିବା ଠିକ ନୁହେଁ । ଏହାସହ ଆଙ୍କର କହିଛନ୍ତି, ଅନ୍ତତଃ ଇଂରେଜମାନେ ନିଜର ଔପନିବେଶିକ ଦାୟିତ୍ୱକୁ ଗୁରୁତ୍ୱ ସହ ନେଇଥିଲେ । ମୁମ୍ୱାଇର ଭିକ୍ଟୋରିଆ ଟର୍ମିନାଲ ଷ୍ଟେସନର ନାଁ ପରିବର୍ତ୍ତନ କରାଯିବା ଉପରେ ମଧ୍ୟ ଟପ୍ପଣୀ କରିଛନ୍ତି।
ଆମେରିକୀୟ ଚ୍ୟାନେଲ ଫକ୍ସ ନ୍ୟୁଜର ଏହି ଆଙ୍କର ନାଁ ଟକର କାର୍ଲସନ। ନିଜର ଟିଭି କାର୍ଯ୍ୟକ୍ରମରେ ଭାରତରେ ବ୍ରିଟିଶ ରାଜର ପ୍ରଶଂସା କରିବା ସହ ବ୍ରିଟିଶ ଶାସନରେ ଭାରତର ବିକାଶ ହୋଇଥିବା ଦାବି କରିଥିଲେ। କାର୍ଲସନ କହିଥିଲେ, ବ୍ରିଟିଶ ଔପନିବେଶିକ ଯୁଗର ଆରମ୍ଭରେ ଭାରତ ନିଜ ଦମରେ ଏପରି କିଛି ନିର୍ମାଣ କରି ନଥିଲା ଯାହା ସମୃଦ୍ଧ ଦର୍ଶାଇବ ।
ନିଜ କାର୍ଯ୍ୟକ୍ରମରେ କାର୍ଲସନ କହିଥିଲେ, ‘ମଜଭୁତ ଦେଶ ଦୁର୍ବଳ ଦେଶ ଉପରେ ଭାରି ପଡନ୍ତି। ଏହି ପ୍ରବୃତ୍ତି କେବେ ବଦଳେ ନାହିଁ। ଅନ୍ତତଃ ଇଂରେଜମାନେ ନିଜ ଔପନିବେଶିକ ଦାୟିତ୍ୱକୁ ପାଳନ କରିଛନ୍ତି। ଅନ୍ୟ ଦେଶ ଉପରେ ରାଜ କରି ସେମାନେ କେବଳ ସାମଗ୍ରୀ ନେଇ ନାହାନ୍ତି, ସେମାନେ ବି କିଛି ଦେଇଛନ୍ତି । ଆମେ (ଆମେରିକା) ଆଫଗାନିସ୍ତାନ ଛଡିବା ବେଳେ ବନ୍ଧୁକ, ହତରିଆ ଛାଡିଥିଲୁ । ସେହିପରି ଇଂରେଜ ଭାରତ ଛାଡିବା ବେଳେ ଏକ ସଭ୍ୟତା, ଏକ ଭାଷା, ଏକ ଆଇନ ବ୍ୟବସ୍ଥା, ସ୍କୁଲ, ଚର୍ଚ୍ଚ ଏବଂ ସାର୍ବଜନୀନ ଭବନ ଛାଡିଥିଲେ, ଯାହା ଆଜି ମଧ୍ୟ ଉପଯୋଗରେ ଆସୁଛି’।
କାର୍ଲସନଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ମାମଲାରେ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ କଡା ପ୍ରତିକ୍ରିୟା ସାମନାକୁ ଆସିଛି । କଂଗ୍ରେସ ନେତା ଶଶି ଥରୁର ଏବଂ ବହୁ ଟ୍ୱିଟର ୟୁଜର ଆଙ୍କରଙ୍କ ଦାବିକୁ ମିଛ ବୋଲି କହିଛନ୍ତି ।
I think @twitter ought to have an option for something to press when you can’t respond without losing your cool. For now I will content myself with😡 🤬 https://t.co/6tWpUuSuMR
— Shashi Tharoor (@ShashiTharoor) September 13, 2022
ଟେନିସ ଷ୍ଟାର ମାର୍ଟିନା ନଭରାତିଲୋଭାଙ୍କ ସହ ବହୁ ୟୁଜର୍ସ ଆଙ୍କର ବର୍ଣ୍ଣବୈଷମ୍ୟକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ଆଣିଛନ୍ତି ।
Hey @TuckerCarlson – your utter ignorance of history is quite staggering. I suggest you read the book “Inglorious Empire” by Shashi Tharoor and then try again. Your racism is off the charts and your stupidity on this particular issue is of Olympic proportions!!! https://t.co/7Xrd97NpwT
— Martina Navratilova (@Martina) September 12, 2022