କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ; ନାମାଙ୍କନ ଭରିଲେ ଶଶି ଥରୁର, ଓହରିଲେ ଦିଗବିଜୟ, ଖଡଗେଙ୍କୁ ମିଳୁଛି ବରିଷ୍ଠ ନେତାଙ୍କ ସମର୍ଥନ

Published By : Prameya-News7 Bureau | September 30, 2022 IST

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଥିରୁଭନନ୍ତପୁରମ ସାଂସଦ ଶଶି ଥରୁର। ଦିଲ୍ଲୀ ଏଆଇସିସି ଅଫିସ୍‌କୁ ଯାଇ ଥରୁର ତାଙ୍କ ନାମାନଙ୍କନ ପତ୍ର ଦାଖଲ କରିଛନ୍ତି। ଝାଡ଼ଖଣ୍ଡ କଂଗ୍ରେସ ନେତା କେଏନ୍ ତ୍ରିପାଠୀ ମଧ୍ୟ ନମାଙ୍କନ ଦାଖଲ କରିଛନ୍ତି। ଦଳର ନେତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ସେ ନାମାଙ୍କନ ଭରିଥିବା ତ୍ରିପାଠୀ କହିଛନ୍ତି।

ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ନାମାଙ୍କନ ପତ୍ର ଭରିବା ପାଇଁ ଏଆଇସିସି ଅଫିସ୍ ଆସୁଥିବା ସୂଚନା ମିଳିଛି। ତେବେ ନାମାଙ୍କନ ଭରିବା ପୂର୍ବରୁ ଖଡଗେଙ୍କୁ ଗେହେଲୋଟ୍, ହରିୟାଣାର ଭୁପିନ୍ଦର ସିଂହ ହୁଡ୍ଡା ଓ ବିହାରର ଅଖିଳେଶ ପ୍ରସାଦ ସିଂହ ଭଳି ଅନେକ ବରିଷ୍ଠ ନେତାଙ୍କ ସମର୍ଥନ ମିଳିଛି। କଂଗ୍ରେସର ପ୍ରମୋଦ ତିୱାରୀ ମଧ୍ୟ ଖଡଗେଙ୍କୁ ସମର୍ଥନ ଜଣାଇବି ବୋଲି ସୂଚନା ଦେଇଛନ୍ତି।

ତେବେ ନାମାଙ୍କନ ଭରିବା ପୂର୍ବରୁ ଥରୁର କହିଛନ୍ତି ଦଳରେ ମୋର କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ। ତେଣୁ କଂଗ୍ରେସ ଭୋଟର ହିଁ ସ୍ଥିର କରିବେ ଯେ ମୁଁ ଠିକ୍ ଲୋକ ନା ଭୁଲ୍ ଲୋକେ ବୋଲି ଥରୁର କହିଛନ୍ତି। ନାମାଙ୍କନ ଭରିସାରିବା ପରେ ସେ ଦଳୀୟ କର୍ମୀଙ୍କ ପାଇଁ କାମ କରିବେ ବୋଲି ଥରୁର କହିଛନ୍ତି।

ଏପଟେ ଖଡଗେଙ୍କୁ ସମର୍ଥନ ଦେବାକୁ ଅଧ୍ୟକ୍ଷ ନିର୍ବାଚନରୁ ଓହରି ଯାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ। ସେ କହିଛନ୍ତି " ଖଡଗେ ମୋ ନେତା। ମୁଁ ତାଙ୍କୁ ଗତକାଲି ଭେଟିଥିଲି। ତେବେ ସେ ନିର୍ବାଚନରେ ସାମିଲ୍ ହେଉଛନ୍ତି ବୋଲି ମିଡିଆରୁ ଜାଣିଲି। ତେଣୁ ଆଜି ସକାଳେ ତାଙ୍କୁ ଭେଟି ମୁଁ ତାଙ୍କୁ ସମର୍ଥନ ଜଣାଇବି ବୋଲି କହିଲି।"

.  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.