ସୁନନ୍ଦା ପୁଷ୍କର ହତ୍ୟା ମାମଲା: ବଢ଼ିଲା ଥରୁରଙ୍କ ଅଡ଼ୁଆ, ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେଲା ଦିଲ୍ଲୀ ପୁଲିସ

Published By : Prameya-News7 Bureau | December 01, 2022 IST

ନୂଆଦିଲ୍ଲୀ: ପତ୍ନୀ ସୁନନ୍ଦା ପୁସ୍କରଙ୍କ ଆତ୍ମହତ୍ୟା ଘଟଣାରେ ନୃଶଂସତା ଅଭିଯୋଗରେ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ଦିଲ୍ଲୀର ଏକ କୋର୍ଟ। ହେଲେ ଏହି ଘଟଣାର ୧୫ ମାସ ପରେ ମାମଲା ପୁଣିଥରେ କୋର୍ଟକୁ ଯାଇଛି। ଥରୁରଙ୍କ ବିରୋଧରେ ଏଥର ହାଇକୋର୍ଟରେ ଫେରାଦ ହୋଇଛି ଦିଲ୍ଲୀ ପୁଲିସ।

ପୁଲିସର ଏହି ଆବେଦନ ଉପରେ ବିଚାରପତି ଦିନେଶ କୁମାର ନୋଟିସ ଜାରି କରିଛନ୍ତି। ମାମଲାର ବହୁ ବିଳମ୍ବ ପରେ କୋର୍ଟରେ ଆବେଦନ କରାଯାଇଥିବାରୁ ନୋଟିସ୍‌ କ୍ଷମା ମାଗିବାକୁ କୁହାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରୀ ୭ ତାରିଖରେ ହେବ। ସୂଚନା ଥାଉକି ନ୍ୟାୟାଳୟର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିବା ପାଇଁ ହେଉଥିବା ଆବେଦନ ସମୟସୀମା ମଧ୍ୟରେ ହେବା ଦରକାର। ଯଦି ଏଥିରେ ବିଳମ୍ବ ପାଇଁ କ୍ଷମା ସହ ଏହାକୁ ଅଣଦେଖା କରିବାକୁ ଆବେଦନ କରାଯାଇଥାଏ। ପୁଲିସ ପକ୍ଷରୁ କରାଯାଇଥିବା ଆବେଦନରେ କୁହାଯାଇଛି ଯେ ବିଳମ୍ବ ହେତୁ ଏହାକୁ ଭୁଲି କ୍ଷମା ଦେଇ ମାମଲର ଶୁଣାଣି କରାଯାଉଚି।

କହି ରଖୁଛି ଯେ ସୁନନ୍ଦା ପୁଷ୍କର ୨୦୧୦ରେ ଥରୁରଙ୍କୁ ବିବାହ କରିବା ପୂର୍ବରୁ ଦୁବାଇରେ ବ୍ୟବସାୟୀ ଥିଲେ। ୨୦୧୪ ଜାନୁଆରୀ ୧୭ ତାରିଖରେ ଦିଲ୍ଲୀର ଏକ ବିଳାସମୟ ହୋଟେଲ୍ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ପୁଲିସ ୨୦୧୫ରେ ହତ୍ୟା ମାମଲା ରୁଜୁ କରିବା ସହିତ ୨୦୧୮ରେ ଥରୁରଙ୍କ ବିରୋଧରେ ଆପିସି ଦାରା ୪୯୮ଏ ଓ ୩୦୬ରେ ମାମଲା ଅଭିଯୋଗ ଲଗାଇଥିଲା। ତେବେ ଗତବର୍ଷ ଥିରଭବନ୍ତପୁରମ ସାଂସଦ ଥରୁରଙ୍କୁ ବିଶେଷ ଅଦାଲତର ବିଚାରପତି ଗୀତାଞ୍ଜଳି ଗୋୟଲ ଦୋଷମୁକ୍ତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.