ପ୍ରଧାନମନ୍ତ୍ରୀ ମୋଦିଙ୍କ ଦାଢ଼ିକୁ ଶଶୀ ଥରୁରଙ୍କ ଟାର୍ଗେଟ୍: ଦେଶର ଜିଡିପି ସହ କଲେ ତୁଳନା

Published By : Prameya-News7 Bureau | March 03, 2021 IST

ନୂଆଦିଲ୍ଲୀ ୦୩/୦୩ : କଂଗ୍ରେସ ନେତା ଶଶୀ ଥରୁର ଜିଡିପି ତୁଳନା ପ୍ରଧାନମନ୍ତ୍ରୀ ମୋଦିଙ୍କ ଦାଢ଼ି ସହ କରିଛନ୍ତି। ସେ ନିଜ ଟ୍ୱିଟର ଆକାଉଣ୍ଟରେ ୨୦୧୭ ରୁ ୨୦୨୦ ଯାଏଁ ଡାଟା ଦର୍ଶାଇ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଜିଡିପି ଡାଟା ସହ ମୋଦିଙ୍କ ୫ଟି ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦାଢ଼ି ସାଇଜ ଅଲଗା ଅଲଗା ରହିଛି।

ଶଶୀ ଥରୁର ଏହି ଟ୍ୱିଟରେ ଲେଖିଛନ୍ତି, ଏହାକୁ କୁହାଯାଏ ଗ୍ରାଫିକ୍ସ ଇଲୁଷ୍ଟ୍ରେସନ। ଗ୍ରାଫିକ୍ସରେ ଦେଖାଯାଇଛି ୨୦୧୭-୧୮ର ଚତୁର୍ଥ ତ୍ରୟମାସିକରେ ଭାରତର ଜିଡିପି ୮.୧ ପ୍ରତିଶତ ଥିଲା। ୨୦୧୯-୨୦ର ଦ୍ୱିତୀୟ ତ୍ରୟମାସିକରେ ଜିଡିପି ଖସି ୪.୫ ପ୍ରତିଶତ ହୋଇଥିଲା।

wp:embed {"url":"https://twitter.com/ShashiTharoor/status/1366787946557235205","type":"rich","providerNameSlug":"twitter","responsive":true,"className":""}
https://twitter.com/ShashiTharoor/status/1366787946557235205
/wp:embed

ତାଜା ତଥ୍ୟ ଅନୁସାରେ, ଆର୍ଥିକ ବର୍ଷ ୨୦୨୦-୨୧ର ତୃତୀୟ ତ୍ରୟମାସିକରେ ଜିଡିପି ବୃଦ୍ଧି ୦.୪ ପ୍ରତିଶତ ରହିବାର ଅନୁମାନ ରହିଛି ଯାହା ଲଗାତାର ବିକାଶ ଦରରେ ବୃଦ୍ଧି ଦର୍ଶାଇଥାଏ। ପୁରା ବର୍ଷର ଆର୍ଥିକ ବର୍ଷର ଜିଡିପି ବୃଦ୍ଧି ଦର ଶୂନରୁ ତଳକୁ ଖସିପରେ ଅନୁମାନ ରହିଛି। ଦ୍ୱିତୀୟ ଅନୁମାନ ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୦-୨୧ରେ ଜିଡିପି ବୃଦ୍ଧି ଦର ମାଇନସ ୮ ପ୍ରତିଶତ ରହିପାରେ। ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ବାସ୍ତବିକ ଜିଡିପି ୧୩୪.୦୯ ଲକ୍ଷ କୋଟି ରହିପାରେ ବୋଲି ଅନୁମାନ କରାଯାଉଛି। ୨୦୧୧ ଜାନୁଆରୀ ୨୯ ତାରିଖରେ ଜାରି ହୋଇଥିବା ୨୦୧୯-୨୦ର ପ୍ରଥମ ସଂଶୋଧିତ ଅନୁମାନରେ ଦେଶର ଜିଡିପି ୧୪୫.୬୯ ଲକ୍ଷ କୋଟି ରହିପାରେ ବୋଲି ଅନୁମାନ କରାଯାଇଥିଲା। ଠିକ୍ ସେହିଭଳି ୨୦୨୦-୨୧ରେ ଜିଡିପି ବୃଦ୍ଧି ମାଇନସ ୮ ପ୍ରତିଶତ ରହିବାର ଅନୁମାନ ରହିଛି। ୨୦୧୯-୨୦ରେ ଜିଡିପି ବୃଦ୍ଧି ଦର ୪ ପ୍ରତିଶତ ଦର୍ଜ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.