ବଲିଉଡର ଫ୍ୟାସନ ଆଇକନ୍ କରୀନା କପୁରଙ୍କ ଖୁଲାସା ; ତାଙ୍କୁ ବୋଲ୍ଡ ଓ ଗ୍ଲାମରସ ଭୂମିକାରେ ଦେଖିବାକୁ ପସନ୍ଦ କରନ୍ତି ଶାଶୁ ଶର୍ମିଲା ଟାଗୋର

Published By : Prameya-News7 Bureau | July 27, 2021 IST

ମୁମ୍ବାଇ ୨୭/୦୭ : ଫିଲ୍ମରେ ନିଜର ଭୂମିକା ପାଇଁ ହେଉ କିମ୍ବା ଫ୍ୟାସନ୍‌କୁ ନେଇ ଏକ୍ସପେରିମେଣ୍ଟ ସବୁଥିରେ କିଛି ନା କିଛି ଟ୍ବିଷ୍ଟ ରଖନ୍ତି  ବଲିଉଡର ଫ୍ୟାସନ ଆଇକନ୍ କରୀନା କପୁର । କରୀନା ତାଙ୍କ କ୍ୟାରିୟରରେ ଭିନ୍ନ ଭିନ୍ନ ଭୂମିକାରେ ନଜର ଆସିଛନ୍ତି । କେବଳ ସେତିକି ନୁହେଁ ସେ ଆଇଟମ ଗୀତରେ ମଧ୍ୟ ନିଜର ଧମାଲ କରିଛନ୍ତି । ତେବେ ସଲମାନ ଖାନଙ୍କ ଫିଲ୍ମ ‘ଦବଙ୍ଗ’ରେ କରୀନା କପୁର ଆଇଟମ୍ ଗୀତ ‘ଫେବିକଲ’ରେ ସୁପର ଡୁପର ହିଟ କରି ରେକର୍ଡ ଭାଙ୍ଗିଥିଲା ।

ତାଙ୍କର ଏହି ଗୀତରେ ଡ୍ୟାନ୍ସ ଷ୍ଟେପ୍ ଓ ଗ୍ଲାମରସ୍ ଲୁକ୍ ପାଇଁ ଖୁବ୍ ପ୍ରଶଂସା ପାଇଥିଲେ । କରୀନାଙ୍କର ଏହି ଗୀତକୁ ଦେଖି ତାଙ୍କ ଶାଶୁ ମାଆ ଶର୍ମିଲାଙ୍କ ରିଆକ୍ସନ ଥିଲା କିଛି ଅଲଗା । ଏହାକୁ ନେଇ କରୀନା ଏକ ସାକ୍ଷାତକାରରେ କହିଥିଲେ କି ମୋ ଶାଶୁ ମୋତେ ସବୁ କାମରେ ସହଯୋଗ କରନ୍ତି । ଏହା ସହ କହିଥିଲେ କି ତାଙ୍କୁ ମୁଁ ‘ଫେବିକଲ’ ଗୀତରେ ଖୁବ୍ ପସନ୍ଦ ଆସିଥିଲି । ତାଙ୍କୁ ଗୀତ ସହ ମୋ ଡ୍ୟାନ୍ସ ଷ୍ଟେପ୍ ମଧ୍ୟ ଖୁବ୍ ପସନ୍ଦ ଆସିଥିଲା । କରୀନା କହିଥିଲେ କି ସେ ମୋତେ ସବୁବେଳେ ବୋଲ୍ଡ ଓ ଗ୍ଲାମରର୍ସ ସହ ସେକ୍ସି ଦେଖିବାକୁ ଚାହାଁନ୍ତି । ତାଙ୍କ ପାଇଁ ଏହା ସବୁଠାରୁ ସୁନ୍ଦର ପ୍ରଶଂସା କାହିଁକି ନାଁ ବିବାହ ପରେ ମଧ୍ୟ ଗ୍ଲାମରସ୍ ଦେଖାଯିବା ତାଙ୍କୁ ପସନ୍ଦ ।

କରୀନା ଓ ତାଙ୍କ ଶାଶୁଙ୍କ ମଧ୍ୟରେ ଖୁବ ସୁନ୍ଦର ସମ୍ପର୍କ ରହିଛି । ଦୁହେଁ ଦୁହିଁଙ୍କୁ ଖୁବ୍ ପସନ୍ଦ ମଧ୍ୟ କରନ୍ତି । ସେ ତାଙ୍କ ଶାଶୁଙ୍କୁ ନିଜର ପ୍ରେରଣା ବୋଲି ମାନନ୍ତି । ସେ କହିଛନ୍ତି କି, ମାଆ ମୋର ପ୍ରେରଣା ଅଟନ୍ତି କାହିଁକି ନା ସେ ବିବାହ ଓ ପିଲା ହେବା ପରେ ମଧ୍ୟ ନିଜ କ୍ୟାରିୟରକୁ ଜାରି ରଖିବାକୁ କହିଥିଲେ । ସେ ସମସ୍ତ ବଡ ବଡ ସୁପରଷ୍ଟାର ଓ ଫିଲ୍ମ ମେକରଙ୍କ ସହ କାମ କରିଥିଲେ । ଏହା ମୋ ପାଇଁ ସବୁଠାରୁ ବିଷେଶ ଗୁରୁତ୍ବପୂର୍ଣ୍ଣ କଥା । ତେବେ ସେ ମୋ କ୍ୟାରିୟର ଓ ପରିବାରରକୁ ଏକାଠି ରଖିବା ପାଇଁ ସଦାସର୍ବଦା ମୋର ପ୍ରେରଣା ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.