ଆସୁଛି 'ଶାର୍କ ଟ୍ୟାଙ୍କ ଇଣ୍ଡିଆ' ସିଜିନ୍‌-୨, ଜାଣନ୍ତୁ କେବେ କେଉଁଠାରେ ଦେଖିବେ ଏହି ଶୋ'

Published By : Prameya-News7 Bureau | December 06, 2022 IST

ମୁମ୍ଵାଇ ୦୬।୧୧: 'ଶାର୍କ ଟ୍ୟାଙ୍କ ଇଣ୍ଡିଆ ଶୋ' ହେଉଛି ଭାରତର ଲୋକପ୍ରିୟ ତଥା ସଫଳ ବ୍ୟବସାୟ ରିଆଲିଟି ଶୋ। ଏହା ସବୁ ଶୋ ମଧ୍ୟରୁ ଅନ୍ୟତମ । ଏହାର ପ୍ରଥମ ସିଜିନ୍‌ ସୁପର ହିଟ୍‌ ହେବା ପରେ ପ୍ରଶଂସକ ମାନେ ଏବେ ଉତ୍ସାହର ସହିତ ଦ୍ୱିତୀୟ ସିଜିନକୁ ଅପେକ୍ଷା କରିଛନ୍ତି। ଏହି ଶୋ ଖୁବ୍‌ ଶୀଘ୍ର  ଆସୁଛି । ସୋନି ଟିଭି ସହିତ ପୁଣି ଦ୍ଵିତୀୟ ସିଜିନ୍‌ ଖୁବ୍ ଶୀଘ୍ର ପ୍ରସାରିତ ହେବ । କହିବାକୁ ଗଲେ ଶୋର ତାରିଖ ଏବଂ ସମୟ ବିଷିୟରେ କିଛି କୁହାଯାଇ ନାହିଁ। ବର୍ତ୍ତମାନ ଶୋ’ର ନୂଆ ପ୍ରୋମୋ ରିଲିଜ୍‌ ହୋଇଛି । ଆସନ୍ତୁ ଜାଣିବା ଶାର୍କ ଟ୍ୟାଙ୍କ ଇଣ୍ଡିଆ କେବେ ଏବଂ କେଉଁ ସମୟରେ ଟେଲି ପ୍ରସାରଣ ହେବ ।

wp:html
/wp:html

ଶାର୍କ ଟ୍ୟାଙ୍କ ଇଣ୍ଡିଆ ସିଜିନର ପ୍ରୋମୋ ବାହାରିଛି । ଏହି ପ୍ରୋମୋରେ କୁହାଯାଇଛି ଯେ ଶାର୍କ ଟ୍ୟାଙ୍କ ଇଣ୍ଡିଆର ସିଜିନ୍-୨ ରାତି ୧୦ଟାରେ ପ୍ରସାରିତ ହେବ । ତାହା ପୁଣି ଓଟିଟି ପ୍ଲାଟଫର୍ମ ସୋନି ଲିଭ୍‌ରେ ଷ୍ଟ୍ରିମ ହେବ। ତେବେ ଏହି ପ୍ରୋମୋରେ ଦର୍ଶାଯାଇଛି କି ବ୍ୟବସାୟର ପ୍ରକୃତ ମୂଲ୍ୟ କୁହାଯିବ । ସମସ୍ତ ପ୍ରକାରର ବ୍ୟବସାୟ ନିଜ କାମ କଥା କହିଥିବା ବେଳେ ତାଙ୍କ ବ୍ୟବସାୟର ମୂଲ୍ୟକୁ ବୁଝାନ୍ତି। କେବଳ ଏତିକି ହିଁ ନୁହେଁ ଭିଡିଓରେ ଏହା ଆହୁରି ଦର୍ଶାଯାଇଥିବା ବେଳେ ଭିଡିଓର କ୍ୟାପସନ୍‌ରେ ଲେଖାଯାଇଛି ,ବର୍ତ୍ତମାନ ସମଗ୍ର ଭାରତ ବ୍ୟବସାୟର ପ୍ରକୃତ ମୂଲ୍ୟ ଜାଣିବ । ବର୍ତ୍ତମାନ ଏହାର ଭିଡିଓ ଦେଖି ପ୍ରଶଂସକମାନେ ବହୁତ ଖୁସି ହୋଇ ଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.