ସାର୍କ ଟ୍ୟାଙ୍କ୍ ଇଣ୍ଡିଆ ସିଜିନ୍-2ରେ ଅଶ୍ନୀର ଗ୍ରୋଭରଙ୍କ ଅନୁପସ୍ଥିତି ଶୋ' ଉପରେ କୌଣସି ପ୍ରଭାବ ପକାଇବନି : ନମିତା ଥାପର୍

Published By : Prameya-News7 Bureau | December 23, 2022 IST

ନୂଆଦିଲ୍ଲୀ ୨୩/୧୨: 'ଭାରତ ପେ'ର ପୂର୍ବତନ ଏମ୍ଡି ଅଶ୍ନିର୍ ଗ୍ରୋଭର। ରିଆଲିଟି ଶୋ 'ଶାର୍କ ଟ୍ୟାଙ୍କ ଇଣ୍ଡିଆ' ଯୋଗୁ ତାଙ୍କ ଲୋକପ୍ରିୟତା ଖୁବ୍ ବଢ଼ିଥିଲା। ସେ ସମୟରେ ଅଶ୍ନୀର ଖୁବ୍ ଲାଇମଲାଇଟରେ ଥିଲେ। 'ଧନ୍ଦା କାହାଁ ହୈ ଇସମେ', 'ୟେ ସବ୍ ଦୋଗଲାପନ୍ ହୈ' ପରି ତାଙ୍କ ଡାଇଲଗ୍ ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା। 'ଶାର୍କ ଟ୍ୟାଙ୍କ ଇଣ୍ଡିଆ'ର ଦ୍ୱିତୀୟ ସିଜନ୍ ମଧ୍ୟ ଖୁବ୍ ଶୀଘ୍ର ଆସୁଛି, କିନ୍ତୁ ଏଥିରେ ଆଉ ଅଶ୍ନୀର ଗ୍ରୋଭରଙ୍କୁ ଦେଖିବାକୁ ମିଳିବ ନାହିଁ। ତେଣୁ ଅଶ୍ନୀରଙ୍କ ଫ୍ୟାନମାନେ ସେତେଟା ଖୁସି ନାହାନ୍ତି। ଏକଥା ଉପରେ ନିକଟରେ ପ୍ରତିକ୍ରିୟା ଦେଇଛନ୍ତି ଏମକ୍ୟୁ ଫାର୍ମାସ୍ୟୁଟିକାଲ୍ସର ସିଇଓ ନମିତା ଥାପର।

{"id":724525,"width":836,"height":561,"sizeSlug":"full","linkDestination":"none"}

‘ଶାର୍କ ଟ୍ୟାଙ୍କ ଇଣ୍ଡିଆ'ର ପ୍ରଥମ ସିଜନରେ ନମିତା ଥାପରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ସେ ସିଜିନ୍-2ର ବି ଅଂଶ। STI ସିଜିନ-2ରେ ଗ୍ରୋଭରଙ୍କ ଅନୁପସ୍ଥିତିକୁ ନେଇ ଆଜିକାଲି ହେଉଛି ଅନେକ ଚର୍ଚ୍ଚା। ଏହି ସମୟରେ ନମିତା ଅଶ୍ନୀରଙ୍କ ନାଁ ନ ନେଇ ରଖିଛନ୍ତି ନିଜ ପ୍ରତିକ୍ରିୟା। ନମିତା ଟ୍ୱିଟରରେ ଏକ ଟୁଇଟ୍‌ କରି ଲେଖିଛନ୍ତି, “ଜଣେ ବ୍ୟକ୍ତି କେବେ ହେଲେ ଗୋଟିଏ ଶୋକୁ ତିଆରି କିମ୍ବା ଭାଙ୍ଗନ୍ତି ନାହିଁ ... ମୁଁ କିମ୍ବା ଅନ୍ୟ କେହି ନୁହେଁ ... ଏହି ସୋ ଉଦ୍ୟୋଗୀ ଏବଂ ଚାକିରି ସୃଷ୍ଟିକର୍ତ୍ତାଙ୍କୁ ସେଲିବ୍ରେଟ୍ କରିବା ଉଦ୍ଦେଶ୍ୟରେ। ଏହି ଶୋ ରାଷ୍ଟ୍ର ନିର୍ମାଣକାରୀଙ୍କ ସୁନ୍ଦର କାହାଣୀ ମାଧ୍ୟମରେ ଜନସାଧାରଣଙ୍କୁ ବ୍ୟବସାୟିକ ଧାରଣା ଶିକ୍ଷା ଦେବା ବିଷୟରେ। ତେଣୁ ଏହା ଉପରେ ଟିମ୍ ଦ୍ୱାରା କରାଯାଇଥିବା କଠିନ ପରିଶ୍ରମ ଉପରେ ଧ୍ୟାନ ଦିଅନ୍ତୁ।." ନମିତା ଥାପରଙ୍କ ଏହି ଟୁଇଟ୍ ପରେ ଆଶ୍ନିର୍ ଗ୍ରୋଭରଙ୍କ ପ୍ରଶଂସକମାନେ ତାଙ୍କୁ ସମର୍ଥନ କରୁଛନ୍ତି। କିନ୍ତୁ ଏକଥା ବି କହିଛନ୍ତି ଯେ, ଅଶ୍ନୀରଙ୍କ କାରଣରୁ ସୋ’ର ଟିଆରପି ବୃଦ୍ଧି ପାଇଛି।

{"id":724526,"sizeSlug":"full","linkDestination":"none"}

'ଶାର୍କ ଟ୍ୟାଙ୍କ ଇଣ୍ଡିଆ'ର ଜଜ୍ ଆସନରେ ବସିଥିବା ଅଶ୍ନୀର ଗ୍ରୋଭରଙ୍କ ଏକ ଅଡିଓ କ୍ଲିପ୍ ଭାଇରାଲ ହୋଇଥିଲା, ଯେଉଁଥିରେ ସେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ସହିତ ଜଡିତ କୋଟାକ୍ ୱେଲଥ ମ୍ୟାନେଜମେନଣ୍ଟର ଜଣେ ବ୍ୟାଙ୍କରଙ୍କୁ ଗାଳି ଦେଉଥିବା ଶୁଣିବାକୁ ମିଳିଥିଲା। ଏହି କ୍ଲିପ୍ ଭାଇରାଲ୍ ହେବାପରେ ବିବାଦ ସୃଷ୍ଟି ହୋଇଥିଲା କିନ୍ତୁ ଅଶ୍ନୀର ଏହାକୁ ନକଲି ବୋଲି କହିଥିଲେ। ଏହାପରେ ତାଙ୍କ ପତ୍ନୀ ମାଧୁରୀ ଜୈନ୍ ଗ୍ରୋଭର କମ୍ପାନୀ ଟଙ୍କାକୁ ବ୍ୟକ୍ତିଗତ ଖର୍ଚ୍ଚ କରିଥିବା ଅଭିଯୋଗ ହୋଇଥିଲା। ବିବାଦ ବଢ଼ି ଚାଲିଥିଲା ପରେ ଅଶ୍ନୀର ଓ ତାଙ୍କ ପତ୍ନୀଙ୍କୁ 'ଭାରତ ପେ'ରୁ ବରଖାସ୍ତ କରାଯାଇଥିଲା। ଏହି ବିବାଦ ଯୋଗୁଁ ଶୋ’ର ଦ୍ୱିତୀୟ ସିଜନରେ ଅଶ୍ନୀର ଗ୍ରୋଭରଙ୍କୁ ନିଆଯାଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.