ହସ୍ପିଟାଲରେ ଭର୍ତ୍ତି ହେଲେ ସାର୍କ ଟ୍ୟାଙ୍କ୍ ବିଚାରପତି ଅନୁପମ୍ ମିତ୍ତଲ
23/03/2023 at 3:39 PM

ମୁମ୍ବାଇ 23/03 : ଅନୁପମ ମିତ୍ତଲ 51ବର୍ଷ ବୟସରେ ମଧ୍ୟ ଫିଟ୍ ଏବଂ ଫାଇନ୍। ସେ ସୁସ୍ଥ ଖାଦ୍ୟ ଏବଂ ବ୍ୟାୟାମ ଉପରେ ବହୁତ ଧ୍ୟାନ ଦିଅନ୍ତି। ନିକଟରେ ଶାର୍କ ଟ୍ୟାଙ୍କ ଇଣ୍ଡିଆର ବିଚାରପତି ହସ୍ପିଟାଲ ବେଡରୁ ଫଟୋ ଏବଂ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ତାଙ୍କ ଆଘାତ ବିଷୟରେ ସୂଚନା ଦେଇଛନ୍ତି।
ଶାର୍କ ଟ୍ୟାଙ୍କ ଇଣ୍ଡିଆର ଦ୍ୱିତୀୟ ସିଜିନ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ସୋକୁ ନେଇ କିଛି ନା କିଛି ଖବର ସବୁବେଳେ ଆସିଥାଏ ସାମ୍ନାକୁ। ତେବେ, ଏଥର ଆସିଥିବା ଅପଡେଟ୍ ଟିକେ ବିଚଳିତ କଲାଭଳି। ଶାର୍କ ଟ୍ୟାଙ୍କ ଇଣ୍ଡିଆର ବିଚାରପତି ଅନୁପମ ମିତ୍ତଲଙ୍କ ହାତରେ ଆଘାତ ଲାଗିଛି ଏବଂ ସେ ପ୍ରଶଂସକଙ୍କ ପାଇଁ ଏକ ବାର୍ତ୍ତା ସେୟାର କରିଛନ୍ତି।

ଅନୁପମ ମିତ୍ତଲ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭିଡିଓରେ ସେ ହସ୍ପିଟାଲ ବେଡ ଉପରେ ଶୋଇଥିବା ନଜର ଆସିଛନ୍ତି। ଏହା ପରେ, ଦ୍ୱିତୀୟ ଚିତ୍ରରେ, ତାଙ୍କ ହାତରେ ପ୍ଲାଷ୍ଟର ବନ୍ଧା ହୋଇଥିବା ଦେଖିବାକୁ ମିଳିଛି। ଅସ୍ତ୍ରୋପଚାର ପରେ ସେ ହସୁଥିବା ନଜର ଆସିଛନ୍ତି। ଭିଡିଓ ସେୟାର କରିବାବେଳେ ଅନୁପମ ମିତ୍ତଲ କ୍ୟାପସନରେ ଲେଖିଛନ୍ତି, ଯେତେବେଳେ ଗନ୍ତବ୍ୟସ୍ଥଳ ବହୁତ ଦୂରରେ, ଅଧିକ ପରିଶ୍ରମ ସହିତ ଫାଇଟ୍ କରନ୍ତୁ। ଏହା ବ୍ୟତୀତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଦୀର୍ଘ ବର୍ଷ ଧରି ନିଜକୁ ଫିଟ୍ ରଖିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଯେତେବେଳେ ସେ ଲକ୍ଷ୍ୟରେ ପହଞ୍ଚନ୍ତି, ଜୀବନ ତାଙ୍କୁ ପଛକୁ ଠେଲିଦିଏ।

ଅନୁପମ ମିତ୍ତଲଙ୍କ ପୋଷ୍ଟ ଦେଖିବା ପରେ ପ୍ରଶଂସକମାନେ ତାଙ୍କ ବିଷୟରେ ଚିନ୍ତିତ ହୋଇ ଯାଇଛନ୍ତି। ସମସ୍ତେ ଏହା ଜାଣିବାକୁ ଚାହାଁନ୍ତି ଯେ, ସେ କିପରି ଆଘାତ ପାଇଛନ୍ତି। ଅନୁପମ ମିତ୍ତଲଙ୍କ ପ୍ରଶଂସକମାନେ ତାଙ୍କ ଆରୋଗ୍ୟ ପାଇଁ ନିରନ୍ତର ପ୍ରାର୍ଥନା କରୁଛନ୍ତି।
କପିଲ ଶର୍ମା ଶୋ’ରେ ଅନୁପମ ମିତ୍ତଲ ୱର୍କଆଉଟ୍ କରିବାକୁ କେତେ ଭଲ ପାଆନ୍ତି ସେ ବିଷୟରେ କରିଥିଲେ ଆଲୋଚନା। ଶୋ’ରେ ଫିଟନେସ୍ ବିଷୟରେ କଥା ହୋଇ ସେ କହିଛନ୍ତି, ଯେ ସେ ଅନେକ ପ୍ରକାରର ବ୍ୟାୟାମ ଏବଂ ଯୋଗ କରନ୍ତି । ଏହା ତାଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ଫିଟ୍ ରଖେ । ଶାରୀରିକ କାର୍ଯ୍ୟକଳାପ ତାଙ୍କୁ ସୁଖ ଦେଇଥାଏ ।
ଅନୁପମ ମିତ୍ତଲଙ୍କ ବୃତ୍ତିଗତ ଜୀବନ କଥା କହିଲେ, ସେ Shaadi.com ର ପ୍ରତିଷ୍ଠାତା । ସେ 1996 ରେ କମ୍ପାନୀ ଆରମ୍ଭ କରିଥିଲେ, Shaadi.com ଆଜି ଏକ ବଡ ବ୍ରାଣ୍ଡରେ ପରିଣତ ହୋଇଛି ।