ବେଳାଭୂମିରେ ପଡିଛି ବିଶାଳ ସାର୍କର ମୃତଦେହ, ଟ୍ରଲର୍ ଧକ୍କାରେ ମୃତ୍ୟୁ ସନ୍ଦେହ

Published By : Prameya-News7 Bureau | October 04, 2021 IST

ଜଗତସିଂହପୁର,୦୪/୧୦: ବେଳାଭୂମିରେ ପଡିଛି ସାର୍କର ମୃତଦେହ ।   ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ରାମତରା ନିକଟସ୍ଥ ସମୁଦ୍ର ବେଳାଭୂମିରେ ଏକ ମୃତ ସାର୍କ ଲାଗିଥିବାର ଦେଖିବାକୁ ମିଳିଛି ।

 ସାର୍କଟିର ଓଜନ ପ୍ରାୟ ଏକ କ୍ୱିଣ୍ଟାଲରୁ ଅଧିକ ହେବ ବୋଲି ଆକଳନ କରା ଯାଉଛି । ପାରାଦୀପ ବନ୍ଦରକୁ ଆସୁଥିବା ଜାହାଜ କିମ୍ବା କୌଣସି ମାଛ ଧରା ଟ୍ରଲର ମାଡ଼ରେ ସାର୍କର ମୃତ୍ୟୁ ହୋଇ ଥିବା ସନ୍ଦେହ କରା ଯାଉଛି । ଖବର ପାଇ ବନ ବିଭାଗ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ମୃତ ସାର୍କଟିକୁ ଜବତ କରିବା ସହିତ ତଦନ୍ତ ଚଳାଇଛି । ସାର୍କକୁ ଦେଖିବା ପାଇଁ ବେଳାଭୂମିରେ ନିକଟସ୍ଥ ଲୋକଙ୍କର ଭିଡ଼ ଜମୁଥିବାର ଦେଖା ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.