oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ସେୟାର ବଜାରରେ ଉତ୍ସାହ : ପୁଣି ରେକର୍ଡ ସ୍ତରରେ ପହଞ୍ଚିଲା ସେନସେକ୍ସ୍ ଓ ନିଫ୍ଟି

28/12/2020 at 3:18 PM

ନୂଆଦିଲ୍ଲୀ ୨୮/୧୨ : ଖ୍ରୀଷ୍ଟମାସ ପରେ ସୋମବାର ସେୟାର ବାଜର ସବୁଜ ସଙ୍କେତ ସହ ଆରମ୍ଭ ହୋଇଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ ଅନୁଯାୟୀ ସେନସେକ୍ସ୍ ୧୮୦ ଅଙ୍କ ବୃଦ୍ଧି ପାଇ ୪୭,୧୫୩ରେ ଖୋଲିଥିଲା । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜ୍‌ର ନିଫ୍ଟି ୬୬ ଅଙ୍କ ବୃଦ୍ଧି ପାଇ ୧୩,୮୧୫ରେ ଆରମ୍ଭ ହୋଇଥିଲା ।

ଆନ୍ତର୍ଜାତୀୟ ବଜାରରେ କାରବାର ବୃଦ୍ଧି କାରଣରୁ ଭାରତୀୟ ବଜାରରେ ମଧ୍ୟ ଏହାର ପ୍ରଭାବ ଦେଖାଯାଇଛି । ସେୟାର ବଜାର ଆଜି ପୁଣି ଥରେ ରେକର୍ଡ ସ୍ତରରେ ପହଞ୍ଚିଛି । କାରବାର ସମୟରେ ସେନସେକ୍ସ୍ ଇତିହାସରେ ପ୍ରଥମ ଥର ପାଇଁ ୪୭,୩୫୯.୧୪ରେ ପହଞ୍ଚିଯାଇଥିଲା । ସେହିପରି ନିଫ୍ଟି ମଧ୍ୟ ତାର ଅଲ ଟାଇମ ରେକର୍ଡ ୧୩,୮୬୯.୭୫ରେ ପହଞ୍ଚିଯାଇଥିଲା ।

କାରବାର ଆରମ୍ଭରୁ ସମସ୍ତ ସେକ୍ଟରର ସେୟାର ପ୍ରାୟତଃ ସବୁଜ ସଙ୍କେତରେ ଚାଲୁ ରହିଥିଲା । ନିଫ୍ଟିରେ ୧୨୧୩ ସେୟାରର କାରବାର ବୃଦ୍ଧି ପାଇଥିବା ବେଳେ ୨୨୮ଟି ସେୟାରରେ ହ୍ରାସ ପରିଲକ୍ଷିତ ହୋଇଥିଲା । ଭାରତୀୟ ମୁଦ୍ରାରେ ଆଜି ସାମାନ୍ୟ ହ୍ରାସ ଦେଖାଦେଇଛି । ଡଲାର ତୁଳନାରେ ଟଙ୍କା ୭୩.୫୨ରେ ଖୋଲିଥିଲା । ଗୁରୁବାର ଏହା ୭୩.୫୪ରେ ବନ୍ଦ ହୋଇଥିଲା ।

ଗୁରୁବାର ସେୟାର ବଜାର ସବୁଜ ସଙ୍କେତ ସହ ବନ୍ଦ ହୋଇଥିଲା । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ ଅନୁଯାୟୀ ସେନସେକ୍ସ୍ ୨୯୯ ଅଙ୍କ ବୃଦ୍ଧି ପାଇ ୪୬,୭୪୩ରେ ଖୋଲିଥିଲା । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜ୍‌ର ନିଫ୍ଟି ୭୧ ଅଙ୍କ ବୃଦ୍ଧି ପାଇ ୧୩,୬୭୨.୧୫ରେ ଆରମ୍ଭ ହୋଇଥିଲା । ଗୁରୁବାର ସାରା ଦିନ ସେୟାର ବଜାରରେ ଉତ୍ସାହ ଦେଖାଦେଇଥିଲା । କାରବାର ଶେଷରେ ସେନସେକ୍ସ୍ ୫୨୯ ଅଙ୍କ ବୃଦ୍ଧି ସହିତ ୪୬,୯୭୩.୫୪ରେ ବନ୍ଦ ହୋଇଥିଲା । ସେହିପରି ନିଫ୍ଟି ୧୪୮ ଅଙ୍କ ବୃଦ୍ଧି ପାଇବା ସହ ୧୩,୭୪୯.୨୫ରେ ବନ୍ଦ ହୋଇଥିଲା ।  

   Related Posts