ରେକର୍ଡ ସ୍ତରରେ ସେୟାର ମାର୍କେଟ୍: ସେନସେକ୍ସ୍ ୪୬,୨୮୪ ଏବଂ ୧୩,୫୭୧ ଛୁଇଁଲା ନିଫ୍ଟି, ସୁଧୁରୁଛି ଅର୍ଥବ୍ୟବସ୍ଥା

Published By : Prameya-News7 Bureau | December 14, 2020 IST

ନୂଆଦିଲ୍ଲୀ ୧୪/୧୨ : ଦେଶର ଅର୍ଥବ୍ୟବସ୍ଥା ଦୃତ ଗତିରେ ସୁଧୁରିବାରେ ଲାଗିଛି । ବିଦେଶୀ ମୁଦ୍ରା କୋଷ ବଢୁଥିବାରୁ ଅର୍ଥବ୍ୟବସ୍ଥାରେ ବ୍ୟାପକ ସୁଧାର ଆସୁଛି । ତେବେ ବିଭିନ୍ନ କ୍ଷେତ୍ରକୁ ଦେଖିବାକୁ ଗଲେ ଦେଶରେ ଅର୍ଥବ୍ୟବସ୍ଥା ଦୃତ ଗତିରେ ସୁଧାର ଆସୁଛି । ଏହା ଦ୍ବାରା ସେୟାର ବଜାରରେ ମଧ୍ୟ ଉତ୍ସାହ ଦେଖାଦେଇଛି । ପିଏସୟୁ ବ୍ୟାଙ୍କ୍ ଏବଂ ମେଟାଲ ସେୟାରଗୁଡିକରେ କିଣାକିଣି ବୃଦ୍ଧି ପାଇବା ଫଳରେ ସେୟାର ବଜାର ନୂଆ ରେକର୍ଡ ସୃଷ୍ଟି କରିଛି ।

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୁଚକାଙ୍କ ଅନୁଯାୟୀ ସେନସେକ୍ସ୍ ୧୮୫ ଅଙ୍କ ବୃଦ୍ଧି ପାଇ ୪୬,୨୮୪ ରେ ଆରମ୍ଭ ହୋଇଥିଲା । ସେହିପରି ନେସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୫୮ ଅଙ୍କ ସହିତ ୧୩,୫୭୧.୪୫ରେ ଖୋଲିଥିଲା । କରୋନା ମାହାମରୀ ଚାଲୁ ରହିଥିବା ବେଳେ ଲାଗାତାର ଭାବେ ଅର୍ଥ ବ୍ୟବସ୍ଥା ପାଇଁ ଭଲ ଖବର ମିଳିବାରେ ଲାଗିଛି  । ଆମେରିକାରେ ଫାଇଜର କୋଭିଡ୍ ଟୀକାକୁ ମଞ୍ଜୁରୀ ମିଳିବା ପରେ ସେୟାର ବଜାରରେ ଉତ୍ସାହ ଦେଖା ଦେଇଛି ।

ମାର୍ଚ୍ଚ ମାସରେ ସେୟାର ବଜାରରେ ସର୍ବକାଳୀନ ତଳକୁ ଖସିଥିବା ବେଳେ ଅକ୍ଟୋବର ମାସରେ ସେନସେକ୍ସ୍ ୪୦ ହଜାର ପାର କରିଥିଲା । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ ଅନୂଯାୟୀ ସେନସେକ୍ସ କାରବାର ବେଳେ ସେନସେକ୍କ୍ ୪୬,୩୭୩.୩୪ର ସହ ନୂଆ ରେକର୍ଡ କରିଛି । ସେହିପରି କାରବାର ବେଳେ ନେସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୩,୫୯୭.୫୦ରେ ପହଞ୍ଚି ନୂଆ ରେକର୍ଡ କରିଛି । ଆଇଟି ଏବଂ ଅଟୋ ସେକ୍ଟରକୁ ଛାଡି ଅନ୍ୟ ସେକ୍ଟରଗୁଡିକରେ ଭଲ କାରବାର ହେଉଛି । କାରବାର ଆରମ୍ଭରୁ ପ୍ରାୟ ୧୨୯୨ଟି ସେୟାର ବୃଦ୍ଧି ଦେଖାଯାଇଥିବା ବେଳେ ୨୫୫ଟି କମ୍ପାନୀର ସେୟାରରେ ହ୍ରାସ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.