ଇତିହାସରେ ପ୍ରଥମ : ସେନସେକ୍ସ୍ ୪୫ ହଜାର ଏବଂ ୧୩ ହଜାର ଉପରେ ନିଫ୍ଟି, ସୁଧୁରୁଛି ଅର୍ଥବ୍ୟବସ୍ଥା

Published By : Prameya-News7 Bureau | December 04, 2020 IST

ନୂଆଦିଲ୍ଲୀ ୦୪/୧୨ : ଦେଶରେ ଅର୍ଥବ୍ୟବସ୍ଥା ଧିରେ ଧିରେ ସୁଧୁରିବାରେ ଲାଗିଛି । ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ୍ ମୁଦ୍ରା ନୀତିର ସମୀକ୍ଷା କରିଛନ୍ତି । ତେବେ ବିଭିନ୍ନ କ୍ଷେତ୍ରକୁ ଦେଖିବାକୁ ଗଲେ ଦେଶରେ ଅର୍ଥବ୍ୟବସ୍ଥା ଦୃତ ଗତିରେ ସୁଧାର ଆସୁଛି । ଏହା ଦ୍ବାରା ସେୟାର ବଜାରରେ ମଧ୍ୟ ଉତ୍ସାହ ଦେଖାଦେଇଛି । ଇତିହାସରେ ପ୍ରଥମ ଥର ପାଇଁ ସେନସେକ୍ସ୍ ୪୫ ହଜାର ପାର କରିଛି ।

ବିଭିନ୍ନ କ୍ଷେତ୍ରରେ କାରବାର ବୃଦ୍ଧି ପାଇଥିବାରୁ  ସେନସେକ୍ସ୍ ବୃଦ୍ଧି ପାଇ ୪୫,୦୨୩.୭୯ ରେ ପହଞ୍ଚିଛି । ସେହିପରି ନିଫ୍ଟି ଅପେକ୍ଷାକୃତ ବୃଦ୍ଧି ପାଇ ୧୩,୨୫୦ ରେ ପହଞ୍ଚିଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୁଚକାଙ୍କ ଅନୁଯାୟୀ ସେନସେକ୍ସ୍ ୩୩ ଅଙ୍କ ବୃଦ୍ଧି ପାଇ ୪୪,୬୬୫.୯୧ରେ ଆରମ୍ଭ ହୋଇଥିଲା । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୩ ଅଙ୍କ ବୃଦ୍ଧି ପାଇ ୧୩,୧୭୭ରୁ ଆରମ୍ଭ ହୋଇଥିଲା ।

ସୂଚନା ଅନୁସାରେ, ଶୁକ୍ରବାର ସକାଳ ୧୦ଟା ବେଳେ ରିଜର୍ଭ ବ୍ୟାଙ୍କର ଗଭର୍ନର ମୁଦ୍ରା ନୀତି ସମୀକ୍ଷା ବୈଠକର ନେଇ ସୂଚନା ଦେଇଥିଲେ । ଏହି ଅବସରରେ ଦେଶର ଅର୍ଥବ୍ୟବସ୍ଥାରେ ଦୃତ ସୁଧାର ଆସୁଥିବା ସେ କହିଛନ୍ତି । ରିଜର୍ଭ ବ୍ୟାଙ୍କର ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଗ୍ରାମୀଣ ଏବଂ ସହରାଞ୍ଚଳ ଉଭୟ ଅଞ୍ଚଳରେ ଅର୍ଥବ୍ୟବସ୍ଥାରେ ଦୃତ ସୁଧାର ଆସୁଛି ।  ରିଜର୍ଭ ବ୍ୟାଙ୍କ୍ ଚଳିତ ଆର୍ଥିକ ବର୍ଷରେ ଜିଡିପି ମାଇନସ ୭.୫ ପ୍ରତିଶତ ହେବ ବୋଲି ଅନୁମାନ କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.