Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୮୦ କୋଭିଡ୍ ପଜିଟିଭ୍
  • ||
  • ଗୁରୁବାରଠୁ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଓ ୨୦ ପାଇଁ ଜାରି ହେଲେ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ଜଳେଶ୍ୱର: ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||
  • ମୟୁରଭଞ୍ଜ: ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • ବିଜେପିରେ ବଡ ଧରଣର ପରିବର୍ତ୍ତନ, ସଂସଦୀୟ ବୋର୍ଡରୁ ହଟିଲେ ଗଡକରୀ ଓ ଚୌହାନ
  • ||

ପୁଣି ରେକର୍ଡ ସ୍ତରରେ ସେୟାର ବଜାର : ସେନସେକ୍ସ୍ ୪୭ ହଜାର ପାର, ୧୩ ହଜାର ଉପରେ ନିଫ୍ଟି

18/12/2020 at 3:24 PM

ନୂଆଦିଲ୍ଲୀ ୧୮/୧୨ : ଶୁକ୍ରବାର ନୂଆ ରେକର୍ଡ ଛୁଇଁଛି ସେୟାର ବଜାର । ଇତିହାସରେ ପ୍ରଥମ ଥର ପାଇଁ ସେନସେକ୍ସ୍ ୪୭ ହଜାର ପାର କରିଛି । ଭାରତୀୟ ସେୟାର ବଜାର ଲଗାତାର ଭାବେ ନୂଆ ରେକର୍ଡ ହାସଲ କରୁଛି । କରୋନା ମହାମାରୀରେ ଦୁର୍ବିଶହ ହୋଇଯାଇଥିବା ଦେଶର ଅର୍ଥବ୍ୟବସ୍ଥା ଦୃତ ଗତିରେ ସୁଧୁରିବାରେ ଲାଗିଛି । ବିଦେଶୀ ମୁଦ୍ରା କୋଷ ବଢୁଥିବାରୁ ଅର୍ଥବ୍ୟବସ୍ଥାରେ ବ୍ୟାପକ ସୁଧାର ଆସୁଛି । ତେବେ ବିଭିନ୍ନ କ୍ଷେତ୍ରକୁ ଦେଖିବାକୁ ଗଲେ ଦେଶରେ ଅର୍ଥବ୍ୟବସ୍ଥାରେ ଦୃତ ଗତିରେ ସୁଧାର ଆସୁଛି । ଏହା ଦ୍ବାରା ସେୟାର ବଜାରରେ ମଧ୍ୟ ଉତ୍ସାହ ଦେଖାଦେଇଛି ।

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୁଚକାଙ୍କ ଅନୁଯାୟୀ ଶୁକ୍ରବାର ସେନସେକ୍ସ୍ ୧୩୬ ଅଙ୍କ ବୃଦ୍ଧି ପାଇ ୪୭,୦୨୬ ରେ ଖୋଲିଥିଲା । ସେହିପରି ନେସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୨୪ ଅଙ୍କ ସହିତ ୧୩,୭୬୪.୪୦ରେ ଖୋଲିଥିଲା । କରୋନା ମାହାମାରୀ ଚାଲୁ ରହିଥିବା ବେଳେ ଲାଗାତାର ଭାବେ ଅର୍ଥ ବ୍ୟବସ୍ଥା ପାଇଁ ଭଲ ଖବର ମିଳିବାରେ ଲାଗିଛି । ତେବେ କାରବାର ବେଳେ ସେନେସେକ୍ସ୍ ଖସିଥିବା ଦେଖାଯାଇଛି । କାରବାର ସମୟରେ ସେୟାର ବଜାର ସେନସେକ୍ସ୍ ୪୬,୬୩୦.୩୧ରେ ପହଞ୍ଚିଥିଲା । ଏହା ସହିତ ନିଫ୍ଟିର ସ୍ତର ମଧ୍ୟ ୧୩,୬୫୮.୬୦ ରହିଥିଲା ।

କାରବାର ଆରମ୍ଭରୁ ୯୦୫ଟି ସେୟାରରେ ବୃଦ୍ଧି ଏବଂ ୫୦୪ଟି ସେୟାରରେ ହ୍ରାସ ପାଇଥିବା ଦେଖାଯାଇଥିଲା । ନିଫ୍ଟିରେ କ୍ଷତି ପହଞ୍ଚିଥିବା ସେୟାରମାନଙ୍କ ମଧ୍ୟରେ ONGC, ଟାଟା ମୋଟର୍ସ, JSW ଷ୍ଟିଲ୍, ଇଣ୍ଡସଇଣ୍ଡ୍ ବ୍ୟାଙ୍କ୍ଓ ଏଚଡିଏଫସି ବ୍ୟାଙ୍କ ସାମିଲ ଅଛନ୍ତି ।

ଏହା ପୂର୍ବରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୁଚକାଙ୍କ ଅନୁଯାୟୀ ଗୁରୁବାର ସେନସେକ୍ସ୍ ୧୦୮ ଅଙ୍କ ବୃଦ୍ଧି ପାଇ ୪୬,୭୭୪ ରେ ଆରମ୍ଭ ହୋଇଥିଲା । ସେହିପରି ନେସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୩୧ ଅଙ୍କ ସହିତ ୧୩,୭୧୩.୫୫ରେ ଖୋଲିଥିଲା । କାରବାର ସମୟରେ ସେୟାର ବଜାର ସେନସେକ୍ସ୍ ୪୬,୮୯୦ରେ ବନ୍ଦ ହୋଇଥିଲା ।  ଏହା ସହିତ ନିଫ୍ଟିର ସ୍ତର ମଧ୍ୟ ୧୩,୭୪୦.୭୦ରେ ବନ୍ଦ ହୋଇଥିଲା ।

   Related Posts