oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର:ପ୍ରଧାନ ଶିକ୍ଷକଙ୍କ ବଦଳିକୁ ବିରୋଧ, ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ
  • ||
  • ଛତିଶଗଡ଼ରେ ୪ ଓଡ଼ିଆଙ୍କୁ ନିର୍ମମ ହତ୍ୟା, ସ୍ୱାମୀ-ସ୍ତ୍ରୀ ଓ ଦୁଇ ଛୁଆ ମୃତ
  • ||
  • ଶାରଳାଙ୍କ ପୀଠରେ ଷଷ୍ଠୀ ପୂଜା, ମା’ଙ୍କ ଦର୍ଶନ ଲାଗି ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୩ କୋଭିଡ୍ ପଜିଟିଭ୍
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ, ବହୁଚର୍ଚ୍ଚିତ ପ୍ରେମ କାହାଣୀରେ ପଡିଲା ପୂର୍ଣ୍ଣଚ୍ଛେଦ
  • ||
  • ମହାଷଷ୍ଠୀରେ ଭିଜିବ ଉପକୂଳ, ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ପହିଲାରୁ ବଢିବ ବର୍ଷା ପରିମାଣ
  • ||
  • ଶୁକ୍ରବାର ବସିବ କ୍ୟାବିନେଟ ବୈଠକ, ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||

ସେୟାର ବଜାରରେ ଉତ୍ଥାନ-ପତ୍ତନ: ୨୬୭ ଅଙ୍କ ଖସିଲା ସେନସେକ୍ସ୍, ହ୍ରାସ ପାଇଲା ନିଫ୍ଟି

21/12/2020 at 2:47 PM

ନୂଆଦିଲ୍ଲୀ ୨୧/୧୨ : ଅନ୍ତର୍ଜାତୀୟ ବଜାରରେ ନକାରାତ୍ମକ ପ୍ରଭାବ ହେତୁ ଭାରତର ସେୟାର ବଜାରରେ କିଛି ମାତ୍ରାରେ ଏହାର ପ୍ରଭାବ ପଡିଛି । ସପ୍ତାହର ପ୍ରଥମ କାରବାର ଦିନରେ ସେୟାର ବଜାର ଲାଲ ସଙ୍କେତ ସହିତ ଆରମ୍ଭ ହୋଇଛି । ବମ୍ଭେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ୍ ୨୮ ଅଙ୍କ ଖସିବା ସହ ୪୬,୯୩୨ରେ ଆରମ୍ଭ ହୋଇଥିଲା । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୯ ଅଙ୍କ ଖସି ୧୩,୭୪୧ରେ ଆରମ୍ଭ ହୋଇଥିଲା ।

ତେବେ କାରବାର ସମୟରେ ସେନସେକ୍ସ୍ ୨୬୭ ଅଙ୍କ ଖସି ୪୬,୬୯୩.୯୫​‌ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା । ସେହିଭଳି ନିଫ୍ଟି ମଧ୍ୟ ୮୬ ଅଙ୍କ ଖସି ୧୩,୬୭୪କୁ ଖସି ଆସିଥିଲା । ସକାଳ ୧୦ଟା ପରଠାରୁ ଉଭୟ ସେନସେକ୍ସ୍ ଏବଂ ନିଫ୍ଟିରେ ଉତ୍ଥାନ-ପତନ ଜାରି ରହିଛି । କାରବାର ଆରମ୍ଭରୁ ପ୍ରାୟ ୬୪୮ ଅଂଶଧାରୀଙ୍କ ସେୟାର ବୃଦ୍ଧିପାଇଥିବା ବେଳେ ୮୩୭ ଟି ସେୟାରରେ ହ୍ରାସ ପାଇଥିବା ଲକ୍ଷ କରାଯାଇଛି ।

ଫାର୍ମ ସେକ୍ଟର ବ୍ୟତିତ ଅନ୍ୟ ସେକ୍ଟରଗୁଡିକ ଲାଲ ସଙ୍କେତରେ ଚାଲୁ ରହିଛି । ନିଫ୍ଟିରେ ବୃଦ୍ଧିହାସଲ କରିଥିବା ସେୟାରଗୁଡିକ ମଧ୍ୟରେ L&T, ସିପ୍ଲା, ସନ୍ ଫାର୍ମା, ରିଲାଏନ୍ସ୍ ଶିଳ୍ପ, ଇନଫୋସିସ୍ ଭଳି ସେୟାର ସାମିଲ ଅଛନ୍ତି । ଡଲାର ତୁଳନାରେ ଟଙ୍କା ୧୮ ପଇସା ହ୍ରାସ ପାଇଛି । କିନ୍ତୁ ଶୁକ୍ରବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୩.୫୭ ଟଙ୍କାରେ ବନ୍ଦ ହୋଇଥିଲା ।

ଗତ ସପ୍ତାହର କାରବାର ଦିନଗୁଡିକରେ ସେନସେକ୍ସ୍ ଏବଂ ନିଫ୍ଟିରେ ବ୍ୟାପକ ବୃଦ୍ଧି ଦେଖାଯାଇଥିଲା । ଶୁକ୍ରବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ୍ ୪୭ ହଜାର ପାର କରିଥିଲା । ସେହିଭଳି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୩,୭୦୦ ପାର କରିଥିଲା ।

   Related Posts