ବଜେଟ୍ ପୂର୍ବରୁ ଖସିଲା ସେୟାର ମାର୍କେଟ୍

Published By : Prameya-News7 Bureau | February 01, 2020 IST

ନୂଆଦିଲ୍ଲୀ ୧।୨: ଆଜି ସଂସଦରେ ଉପସ୍ଥାପିତ ହେବ ୨୦୨୦-୨୧ ବର୍ଷ ପାଇଁ ଆର୍ଥିକ ବଜେଟ୍ । ବଜେଟ୍ ଉପସ୍ଥାପିତ ହେବା ପୂର୍ବରୁ ଭାରତୀୟ ସେୟାର ବଜାରରେ ନିରାଶାର ମାହୋଲ ସୃଷ୍ଟି ହୋଇଛି । କାରବାର ଆରମ୍ଭରୁ ସେନସେକ୍ସ ୨୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଥିବା ବେଳେ ନିଫ୍ଟି ୧୩୦ ପଏଣ୍ଟ ହ୍ରାସ ପାଇ ୧୧,୯୦୦କୁ ହ୍ରାସ ପାଇଛି ।

ସୂଚନାଯୋଗ୍ୟ ଯେ, ସାଧାରଣ ବଜେଟ୍ ଉପସ୍ଥାପିତ ହେବା କାରଣରୁ ସପ୍ତାହିତ ଛୁଟି ଦିନ ଅଥବା ଶନିବାର ଦିନ ସେୟାର ବଜାରରେ କାରବାର ହେଉଛି । ପୂର୍ବରୁ ମଧ୍ୟ ବଜେଟ୍ ବେଳେ ଶନିବାର ଦିନ ଘରୋଇ ସେୟାର ବଜାରରେ କାରବାର ହେଉଥିବାର ନଜିର ରହିଛି । ଏହା ପୂର୍ବରୁ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୨୦୧୫ ମସିହା ଫେବୃଆରୀ ୨୮ ତାରିଖ ଶନିବାର ଦିନ ବଜେଟ୍ ଉପସ୍ଥାପନ କରିଥିଲେ । ସେଦିନ ମଧ୍ୟ ସେୟାର ବଜାରରେ କାରବାର ହୋଇଥିଲା ।

ସୋମବାର ଦିନ ସେନସେକ୍ସ ୬୪୫ ପଏଣ୍ଟ ହ୍ରାସ ପାଇଥିବା ବେଳେ ନିଫ୍ଟି ୧୯୪ ପଏଣ୍ଟ ହ୍ରାସ ଘଟିଥିଲା । ସେହିଭଳି ବୁଧବାର ଦିନ ସେନସେକ୍ସ ୨୩୧.୮୦ ପଏଣ୍ଟ ବୃଦ୍ଧି ହୋଇ ୪୧,୧୯୮.୬୬ ଏବଂ ନିଫ୍ଟି ୭୩.୭୦ ପଏଣ୍ଟ ବୃଦ୍ଧି ପାଇ  ୧୨,୧୨୯.୫୦ରେ ବନ୍ଦ ହୋଇଥିଲା । ଗୁରୁବାର ଦିନ ସେନସେକ୍ସ ୨୮୫ ପଏଣ୍ଟ ହ୍ରାସ ସହ ୪୦,୯୧୩.୮୨ ଏବଂ ନିଫ୍ଟି ୯୪ ପଏଣ୍ଟ ହ୍ରାସ ପାଇ ୧୨୦୩୫.୮୦ରେ ବନ୍ଦ ହୋଇଥିଲା । ଶୁକ୍ରବାର ଦିନ ସେନସେକ୍ସ ୧୯୦.୩୩ ପଏଣ୍ଟ ଅଥବା ୦.୪୭ ପ୍ରତିଶତ ହ୍ରାସ ପାଇ ୪୦,୭୨୩.୪୯ ପଏଣ୍ଟରେ ବନ୍ଦ ହୋଇଥିଲା । ସେହିଭଳି ନିଫ୍ଟି ୭୩.୭୦ ପଏଣ୍ଟ ଅଥବା ୦.୬୧ ପ୍ରତିଶତ ହ୍ରାସ ପାଇ ୧୧, ୯୬୨.୧୦ ପଏଣ୍ଟ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.