ସବୁଜ ସଙ୍କେତରେ ଖୋଲିଲା ସେୟାର ବଜାର : ୨୫୦ ଅଙ୍କ ବଢିଲା ସେନସେକ୍ସ

Published By : Prameya-News7 Bureau | August 25, 2022 IST

ନୂଆଦିଲ୍ଲୀ, ୨୫|୦୮: ଗୁରୁବାର ଭାରତୀୟ ସେୟାର ବଜାର ଭଲ ଆରମ୍ଭ କରିଛି । ସକାଳ ୯ଟା ୧୭ରେ ବିଏସଇ ସେନସେକ୍ସ ୨୪୮.୩୪ ଅଙ୍କ ବୃଦ୍ଧି ପାଇଁ ୫୯୩୩୩.୭୭ରେ ଟ୍ରେଣ୍ଡ୍ ହେଉଛି । ସେହିପରି ନିଫ୍ଟି ୫୦ ମଧ୍ୟ ଏବେ ୭୧ ଅଙ୍କ ଅର୍ଥାତ ୦.୪୦ ପ୍ରତିଶତ ବୃଦ୍ଧି ପାଇ ୧୭୬୭୬.୧୦ ସ୍ତରରେ ଖୋଲିଥିଲା ।

ଏହାବ୍ୟତୀତ ବ୍ୟାଙ୍କ୍ ନିଫ୍ଟି ୧୬୨.୭୦ ଅଙ୍କ ବଢିଥିବା ଦେଖିବାକୁ ମିଳିଛି । ଏହା ୦.୪୨ ପ୍ରତିଶତ ବଢି ୩୯୨୦୧.୨୦ ସ୍ତରକୁ ଆସି ଯାଇଛି । ନିଫ୍ଟିର ୫୦ ସେୟାର ମଧ୍ୟରୁକାରବାର ଆରମ୍ଭରୁ ୪୫ଟି ସବୁଜ ରଙ୍ଗରେ ଟ୍ରେଣ୍ଡ୍ ଆରମ୍ଭ କରିଥିଲା । ୪ଟି ଲାଲ୍ ରଙ୍ଗରେ ଟ୍ରେଣ୍ଡ୍ କରୁଥିବା ବେଳେ ଗୋଟିଏ ସେୟାରରେ କିଛି ପରବର୍ତ୍ତନ ହୋଇନଥିଲା. ।

ତେବେ ଏନଡିଟିଭି ସେୟାର୍ସ ଭଲ କାରବାର କରିବ ବୋଲି ଆଶା କରାଯାଉଛି । କାରଣ ଅଡାନୀ ଗ୍ରୁପ ଏହାର ଅଂଶ କ୍ରୟ ନେଇ ଘୋଷଣା କରିବା ପରେ ଏହାର ସେୟାର ଦାମ୍ ବଢିଯାଇଛି ।

ଆଜି ସାରା ବିଶ୍ୱର ବଜାର ଭଲ କାରବାର କରିଛି । ଯାହାର ପରିଣାମ ଭାରତୀୟ ସେୟାର ବଜାରରେ ପଡିଛି । ଅଗଷ୍ଟ ୨୪ ଅର୍ଥାତ ବୁଧବାର ସେନସେକ୍ସ ୫୪ ଅଙ୍କ ବୃଦ୍ଧି ପାଇ ୫୯୦୮୫ ସ୍ତରରେ ବନ୍ଦ ହୋଇଥିଲା । ସେହିପରି ନିଫ୍ଟି ୨୭ ଅଙ୍କ ବୃଦ୍ଧି ପାଇ ୧୭୬୦୫ ସ୍ତରରେ ଅଟକି ଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.