ଶୁକ୍ରବାର ବଜାର ମାନ୍ଦା, ଲାଲ୍ ରଙ୍ଗରେ ଖୋଲିଲା ନିଫ୍ଟି ଓ ସେନସେକ୍ସ

Published By : Prameya-News7 Bureau | August 12, 2022 IST

ନୂଆଦିଲ୍ଲୀ,୧୨/୦୮: ଶୁକ୍ରବାର ସେୟାର ବଜାର ଲାଲ୍ ରଙ୍ଗରେ ଖୋଲିଛି । ସକାଳ ୯ଟା ୧୬ରେ ସେନସେକ୍ସ ୬୮.୩୦ ଅଙ୍କ ଅର୍ଥାତ ୦.୧୨ ପ୍ରତିଶତ ହ୍ରାସ ପାଇ ୫୯୨୬୪.୩୦ରେ ଖୋଲିଥିଲା । ସେହିପରି ନିଫ୍ଟି ୧୯.୨୦ ଅଙ୍କ ଅର୍ଥାତ ୦.୧୧ ପ୍ରତିଶତ ହ୍ରାସ ପାଇ ୧୭୬୩୯.୮୦ରେ ଖୋଲିଥିଲା । ସେହିପରି ସକାଳ ୯ଟା ୩୦ରେ ନିଫ୍ଟି ଆହୁରି ୫୦ ଓ ସେନସେକ୍ସ ୧୯୩ ଅଙ୍କ ହ୍ରାସ ପାଇଥିଲା । ଫାର୍ମା ଓ ଆଇଟି କମ୍ପାନୀ ଦୁର୍ବଳ ପ୍ରଦର୍ଶନ କରିଥିଲେ ।

ପ୍ରି ଓପନିଂରେ ବଜାର ଦୁର୍ବଳ ହେବା ନେଇ ସଙ୍କେତ ମିଳିଥିଲା । କାରଣ ବଜାର ଖୋଲିବା ମାତ୍ରେ ନିଫ୍ଟି ଓ ସେନସେକ୍ସ ଖସିଯାଇଥିଲା । ନିଫ୍ଟି ପ୍ରାୟ ୦.୩୦ ଓ ସେନସେକ୍ସ ୦.୫୪ ପ୍ରତିଶତ ହ୍ରାସ ପାଇଥିଲା ।

ଅଗଷ୍ଟ ୧୧ ଅର୍ଥାତ ଗୁରୁବାର ଭାରତୀୟ ବଜାରରେ ବିଦେଶୀ ସଂସ୍ଥାର ନିବେଶକ ୨୨୯୮.୦୮ କୋଟିର ସେୟାର କ୍ରୟ କରିଥିଲେ । ଯାହାର ପ୍ରଭାବ ଘରୋଇ ନିବେଶକଙ୍କ ଉପରେ ପଡିଥିଲା । ସେମାନେ ୭୨୯.୫୬ କୋଟି ଟଙ୍କାର ସେୟାର ବିକ୍ରି କରିଥିଲେ ।

ଆଜି ଏହି ସବୁ କମ୍ପାନୀ ଉପରେ ନଜର

ଆଜି ଓଏନଜିସି, ଏଲଆଇସି, ହିରୋ ମୋଟକର୍ପ, ଡେଭିସ୍ ଲ୍ୟାବ୍, ଜି ଏଣ୍ଟରଟେନମେଣ୍ଟ, ବଜାଜରର ବିଭିନ୍ନ କମ୍ପାନୀ, ବାଲାଜୀ ମାଇନ୍ସ, ଭାରତୀୟ ଡାଇନାମିକ୍ସ, କ୍ୟାମ୍ପସ ଆକ୍ଟିଭଓୟାର, ଧାନୀ ସର୍ଭିସେସ୍, ହିନ୍ଦୁସ୍ତାନ ଏରୋନେଟିକ୍ସ, ମୁଥୁଟ ଫାଇନାନ୍,, ଏଶଜେବିଏନ, ସନ୍ ଟିଭି ଆଦି କମ୍ପାନୀର ସେୟାର ଉପରେ ନିବେଶକ ଅଧିକ ନଜର ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.