ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି

Published By : Prameya-News7 Bureau | July 05, 2022 IST

ନୂଆଦିଲ୍ଲୀ,୦୫/୦୭:  ସେୟାର ବଜାରରେ ଉତ୍ସାହ । ନାନା ଚାପ ମଧ୍ୟରେ ମଙ୍ଗଳବାର ସେୟାର ବଜାରରେ ଉତ୍ସାହ ପରିଲକ୍ଷିତ ହୋଇଛି । ଟାଟା ମୋଟର୍ସ ଓ ଓଏନଜିସି ଭଳି ବଡ ବଡ କମ୍ପାନୀ ଭଲ କାରବାର କରିଛନ୍ତି ।

ମଙ୍ଗଳବାର ବଜାର ଖୋଲିବା ପରେ ସେନସେକ୍ସ ୨୬୬ ଅଙ୍କ ବୃଦ୍ଧି ପାଇ ୫୩୫୦୧ରେ ଖୋଲିଥିଲା । ନିଫ୍ଟି ମଧ୍ୟ ୭୪ ଅଙ୍କ ବୃଦ୍ଧି ପାଇ ୧୫୯୦୯ରେ କାରବାର ଆରମ୍ଭ କରିଥିଲା । ନିବେଶକ ମଧ୍ୟ ଖୁବ୍ ସେୟାର କ୍ରୟ କରିଥିଲେ । ସକାଳ ୯ଟା ୩୦ ସୁଦ୍ଧା ସେନସେକ୍ସ ୫୩୪୯୮ ଓ ନିଫ୍ଟି ୧୫୯୧୭ରେ କାରବାର କରୁଛି ।

ଏହି ସବୁ ସେୟାରର ଚାହିଦା

ନିବେଶକ ଆଜି ସକାଳେ ହିଁ ଓନଜିସି, ଆଇଚର ମୋଟର୍ସ, ଟେକ୍ ମହିନ୍ଦ୍ରା , ୟୁପିଏଲ, ବଜାଜ ଫାଇନାନ୍ସ, ରିଲାଏନ୍ସ, ଟାଟା ଷ୍ଟିଲ୍, ଆଇସିଆଇସିଆଇ ବ୍ୟାଙ୍କ, ଏସବିଆଇ, ପାଓ୍ୱାରଗ୍ରିଡ୍ ଓ ଏଚଡିଏଫସିର ସେୟାର ବେଶୀ କ୍ରୟ କରୁଛନ୍ତି । ଏହାବ୍ୟତୀତ ଟାଟା ମୋଟର୍ସ,ଅଦାନୀ ପୋର୍ଟସ, ହିଣ୍ଡଲକୋ ଓ ଗ୍ରାସିମର ଷ୍ଟକ୍ସ ମଧ୍ୟ ନିବେଶକଙ୍କ ପସନ୍ଦରେ ରହିଥିଲା ।

ତେବେ ଏସଆନ ପେଣ୍ଟସ, ବ୍ରିଟାନିଆ, ଆଇଟିସି, ନେସଲେ, ଡିଭାଇସ ଲ୍ୟାବ୍, ହିରୋ ମୋଟୋ, ବଜାଜ ଓ ଟାଇଟନର ସେୟାର ହ୍ରାସ ପାଇଥିଲା ।

କେଉଁ ସେକ୍ଟରରେ ଅଧିକ ଉତ୍ସାହ

ଆଜି ପ୍ରାୟତଃ ସବୁ ସେକ୍ଟର ସବୁଜ ସଙ୍କେତରେ କାରବାର କରୁଛନ୍ତି । ଅଟୋ, ଫାଇନାନ୍, ସେକ୍ସର ସବୁଠୁ ଅଧିକ ଲାଭରେ ରହିଛି । ସେହିପରି ନିଫ୍ଟି ପିଏସବି ଓ ମେଟଲରେ ଭଲ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.