ସେୟାର ବଜାରରେ ଉତ୍ସାହ, ୭୦୦ ପଏଣ୍ଟ ବୃଦ୍ଧି ସହ ଖୋଲିଲା ସେନସେକ୍ସ

Published By : Prameya-News7 Bureau | June 27, 2022 IST

ନୂଆଦିଲ୍ଲୀ,୨୭/୦୬:  ସବୁଜ ସଙ୍କେତରେ ଖୋଲିଲା ସେନସେକ୍ସ । ସପ୍ତାହର ପ୍ରଥମ ଦିନ ସେନସେକ୍ସ ୭୦୦ରୁ ଅଧିକ ପଏଣ୍ଟ ବୃଦ୍ଧି ସହ ଖୋଲିଛି । ଏହାସହ ନିଫ୍ଟି ୧୬୦୦୦ ନିକଟତର ହୋଇଛି ।  

ସୋମବାର ସକାଳେ ସେନସେକ୍ସ ୭୪୧ ଅଙ୍କ ବୃଦ୍ଧି ପାଇ ୫୩୬୬୯ରେ ଖୋଲିଥିଲା । ଏହାସହ ନିଫ୍ଟି ୨୨୭ ଅଙ୍କ ବୃଦ୍ଧି ପାଇ ୧୫୯୨୬ରେ ଖୋଲିଥିଲା । ବଜାରରେ ଅଭିବୃଦ୍ଧି ଦେଖି ନିବେଶକ ଉତ୍ସାହିତ ଅଛନ୍ତି । ଏହାସହ ଅନେକ ସେୟାର ମଧ୍ୟ କ୍ରୟ କରିଛନ୍ତି । ସକାଳ ୯ଟା ୩୦ ସୁଦ୍ଧା ସେନସେକ୍ସ ୫୩୩୭୩ରେ କାରବାର କରୁଥିଲା । ସେହିପରି ନିଫ୍ଟି ମଧ୍ୟ ୨୧୮ ଅଙ୍କ ବୃଦ୍ଧି ସହ ୧୫୯୧୭ରେ ଟ୍ରେଣ୍ଡି କରୁଥିଲା ।  

ଲାଭରେ ଏହି ସବୁ ଷ୍ଟକ୍

କାରବାର ଆରମ୍ଭରୁ ଟେକ୍ ମହିନ୍ଦ୍ରା, ଏଚସିଏଲ ଟେକନୋଲୋଜି, ଓ୍ୱିପ୍ରୋ, ଇନଫୋସିସ୍, ଇଣ୍ଡସଣ୍ଡ ବ୍ୟାଙ୍କ୍, ଡକ୍ଟର ରେଡ୍ଡି ଓ ବଜାଜ ଫାଇନାନ୍ସ ଭଲ କାରବାର କରିଥିଲେ । ଏହି ସବୁ କମ୍ପାନୀ ଟପ୍ ଗେନର୍ ତାଲିକାରେ ଆସିଥିଲେ । ସେହିପରି ଜେଏସଡବ୍ଲୁ ଷ୍ଟିଲ୍, ଟାଟା ମୋଟର୍ସ ମଧ୍ୟ ଭଲ କରାବାର କରିଥିଲେ । ଅଧିକାଂଶ ଆଇଟି କମ୍ପାନୀ ଭଲ କାରବାର କରିଥିଲେ ।

ଏସିଆ ବଜାର ବି ଲାଭରେ

ଏସିଆର ଅଧିକାଂଶ ବଜାର ସୋମବାର ସବୁଜ ସଙ୍କେତରେ କରାବର ଆମ୍ଭ କରିଛନ୍ତି । ଜାପାନର ନିକ୍କିଇ ୦.୬୮ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଦକ୍ଷିଣ କୋରିଆର କସ୍ପୀ ୧.୨୫ ପ୍ରତିଶତଲେ ଲାଭରେ ଖୋଲିଥିଲା । କିନ୍ତୁ ଚୀନର ସାଙ୍ଘାଇ କମ୍ପୋଜିଟ୍ ମଧ୍ୟ ୦.୦୧ ପ୍ରତିଶତ ଖସି କାରବାର ଆରମ୍ଭ କରିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.