ସେୟାର ବଜାରରେ ଉତ୍ସାହ, ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି

Published By : Prameya-News7 Bureau | March 17, 2022 IST

ନୂଆଦିଲ୍ଲୀ ୧୭/୦୩:  ହୋଲି ପୂର୍ବରୁ ଗୁରୁବାର ସେୟାର ବଜାରରେ ଉତ୍ସାହ ପରିଲକ୍ଷିତ ହୋଇଛି । ସେୟାର ବଜାର ସକାଳେ ସେନସେକ୍ସ ଓ ନିଫ୍ଟି ସବୁଜ ସଙ୍କେତ ସହ ଖୋଲିଥିଲା ।

ସେନସେକ୍ସ ସକାଳ ୯ଟା ୨୩ରେ ୮୨୧.୮୭ ଅଙ୍କ ଅର୍ଥାତ ୧.୪୫ ପ୍ରତିଶତ ବୃଦ୍ଧି ପାଇ ୫୭୬୩୮.୫୨ ପଏଣ୍ଟରେ ଖୋଲିଥିଲା । ସେହିପରି ନିଫ୍ଠି ୩୦୦ରୁ ଅଧିକ ପଏଣ୍ଟ ବୃଦ୍ଧି ପାଇ ୧୭୨୦୨ରେ ଖୋଲିଥିଲା ।

ଚମକିଲା ଏଚଡିଏଫସି ସେୟାର

ସେନସେକ୍ସରେ ସବୁଠାରୁ ଅଧିକ ଏସଡିଏଫସିର ସେୟାର ଚମକିଥିଲା । ନିଫ୍ଟି ମଧ୍ୟ ୨.୯୦ ପ୍ରତିଶତ ବଢିଥିଲା । ଏହାବ୍ୟତୀତ ଏସିଆନ ପେଣ୍ଟସ, କୋଟାକ ବ୍ୟାଙ୍କ୍, ଆକ୍ସିସ୍ ବ୍ୟାଙ୍କ ଭଲ କାରବାର କରିଥିଲେ । ସେନସେକ୍ସରେ ସାମିଲ ଥିବା ସମସ୍ତ ୩୦ଟି କମ୍ପାନୀ ଭଲ କାରବାର କରିଥିଲେ ।

ବୁଧବାର ମଧ୍ୟ ସବୁଜ ସଙ୍କେତରେ ବନ୍ଦ ହୋଇଥିବା ବଜାର

ଆମେରିକାର ଫେଡେରାଲ ରିଜର୍ଊ ସୁଦ୍ଧ ହାର ବୃଦ୍ଧି କରିବା ପୂର୍ବରୁ ସେୟାରବଜାର ସବୁଜ ସଙ୍କେତରେ ବନ୍ଦ ହୋଇଥିଲା । ଆଇଟି, ବ୍ୟାଙ୍କିଂ ଓ ଫାଇନାନ୍ସ କମ୍ପାନୀର ସେୟାର ମଜବୁତ ସ୍ଥିତିରେ ପହଁଚିଥିଲା । ଫଳରେ ବିଏସଇ ସେନସେକ୍ସ ୧୦୩୯ ପଏଣ୍ଟ ବୃଦ୍ଧି ପାଇ ୫୬୮୧୬.୬୫ ଅଙ୍କରେ ବନ୍ଦ ହୋଇଥିଲା । ନିଫ୍ଟି ମଧ୍ୟ ୩୧୨.୬୫ ଅଙ୍କ ବୃଦ୍ଧି ସହ ୧୬୯୭୫.୩୫ରେ ବନ୍ଦ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.