ସେୟାର ବଜାରରେ ଚମକ୍‌, ସେନେସେକ୍ସରେ ୧୩ ଶହ ପଏଣ୍ଟ୍‌ ବୃଦ୍ଧି, ଡଲାର ତୁଳନାରେ ବଢ଼ିଲା ଟଙ୍କା ମୂଲ୍ୟ

Published By : Prameya-News7 Bureau | May 17, 2022 IST

ମୁମ୍ୱାଇ, ୧୭/୦୫: ପୁଣି ସେୟାର ବଜାରରେ ଚମକ୍‌ । ଗତ ସପ୍ତାହରେ ମାର୍କେଟ୍‌ରେ ବୃହତ୍‌ ହ୍ରାସ ରେକର୍ଡ ହୋଇଥିବା ବେଳେ ଚଳିତ ସପ୍ତାହର ଦୁଇଦିନ ମାର୍କେଟ୍‌ରେ କାରବାର ଉତ୍ସାହ ଜନକ ରହିଛି । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୭.୭୯କୁ ବୃଦ୍ଧି ପାଇବା ପରେ ଏହା ଧିରେ ଧିରେ ହ୍ରାସ ପାଉଛି ।

ମଙ୍ଗଳବାର ସେୟାର ବଜାର ଗ୍ରୀନ୍‌ ଜୋନ୍‌ରେ ରହିଥିଲା । ନିଫ୍ଟିରେ ୨.୬୩ ପ୍ରତିଶତ ଅର୍ଥାତ ୪୧୭ ପଏଣ୍ଟ ବୃଦ୍ଧି ପରିଲିକ୍ଷିତ ହୋଇଥିଲା । ସେହିପରି ବମ୍ୱେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ରେ ସେନ୍‌ସେକ୍ସରେ ମଧ୍ୟ ୨.୫୪ ପ୍ରତିଶତ ବୃଦ୍ଧି ଅର୍ଥାତ ୧୩୪୪ ପଏଣ୍ଟ ବୃଦ୍ଧି ପରିଲିକ୍ଷିତ ହୋଇଥିଲା । କାରବାର ଶେଷ ସୁଦ୍ଧା ସେନସେକ୍ସ ୫୪,୩୪୮.୬୫ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ୧୬,୨୬୯.୫୦ ପଏଣ୍ଟରେ ବନ୍ଦ ହୋଇଛି ନିଫ୍ଟି-୫୦ ।

ଚିନ୍‌ରେ କୋଭିଡ୍‌ ମାମଲା ବୃଦ୍ଧି ସେୟାର ବଜାରରେ ସେତେଟା ପ୍ରଭାବ ପକାଇନାହିଁ । ଆଜି ଟାଟା ଷ୍ଟିଲ ସେୟାର ମୂଲ୍ୟ ଅହେତୁକ ବୃଦ୍ଧିପାଇଛି । ଟପ୍‌ ଗେନର ମଧ୍ୟରେ ଆଗରେ ରହିଛି ଟାଟା ଷ୍ଟିଲ ସେୟାର । କମ୍ପାନୀର ସେୟାର ମୂଲ୍ୟ ଗୋଟିଏ ଦିନରେ ୭.୬ ପ୍ରତିଶତ ବୃଦ୍ଧିପାଇଛି । ସେହିଭଳି ରିଲାଏନ୍ସର ଷ୍ଟକଗୁଡିକରେ ୪ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.