YES BANK ସଙ୍କଟ: ଚିନ୍ତାରେ ବଜାର, ୮୯୪ ପଏଣ୍ଟ ହ୍ରାସ ସହିତ ବନ୍ଦ ହେଲା ଦିନର କାରବାର

Published By : Prameya-News7 Bureau | March 06, 2020 IST

ନୂଆଦିଲ୍ଲୀ ୦୬।୦୩- କରୋନା ପ୍ରକୋପ ଓ ୟସ୍ ବ୍ୟାଙ୍କ ସଙ୍କଟ ଘରୋଇ ପୁଞ୍ଜି ବଜାରକୁ ପ୍ରଭାବିତ କରିଛି। ଏହାର ପ୍ରଭାବରେ ଶୁକ୍ରବାର ଘରୋଇ ପୁଞ୍ଜି ବଜାରରେ  ହ୍ରାସ ପରିଲଖିତ ହୋଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(BSE) ର ସେନସେକ୍ସ ସକାଳ ୮୫୭ ଅଙ୍କ ହ୍ରାସ ସହିତ ୩୭,୬୧୩.୯୬ରେ ଖୋଲିଥିଲା। ଏହାର କିଛି ସମୟ ପରେ ସେନସେକ୍ସ ୧୪୦୦ ଅଙ୍କ  ହ୍ରାସ ଘଟିଛି। ସକାଳ ୧୧ଟା ପର୍ଯ୍ୟନ୍ତ ୟସ ବ୍ୟାଙ୍କର ଅଂଶଧନରେ ପ୍ରାୟ ୮୫ ପ୍ରତିଶତ ତଳକୁ ଖସି ୬ ଟଙ୍କାରେ ପହଞ୍ଚିଥିଲା।

୫୫ ପ୍ରତିଶତ ତଳକୁ ଖସିଲା ୟସ ବ୍ୟାଙ୍କ

କାରବାର ଶେଷ ଆଡକୁ ସେନସେକ୍ସ ୮୯୪ ପଏଣ୍ଟ ତଳକୁ ଖସି ୩୭,୫୭୬ ପଏଣ୍ଟରେ ବନ୍ଦ ହୋଇଛି। ଏହି ପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(NSE)ର ନିଫ୍ଟି ୩୨୭ ପଏଣ୍ଟ ହ୍ରାସ ଘଟି ୧୦,୯୪୨.୬୫ରେ ଖୋଲିଥିଲା। ଦିନର କାରବାର ଶେଷକୁ ୨୮୯.୪୫ ପଏଣ୍ଟ  ହ୍ରାସ ସହିତ ୧୦,୯୭୯.୫୫ରେ ବନ୍ଦ ରହିଥିଲା। ୟସ ବ୍ୟାଙ୍କର କାରବାର ଶେଷରେ ୫୫ ପ୍ରତିଶତ ହ୍ରାସ ସହିତ ୧୬.୫୫ରେ ବନ୍ଦ ରହିଥିଲା।

{"id":233895,"sizeSlug":"large"}

କେଉଁ ସେୟାରର ହ୍ରାସ ଘଟିଲା

ଏନଏସଇରେ ପ୍ରାୟ ୫୩୮ ସେୟାରରେ ଆଜି ଭଲ କାରବାର ହୋଇଥିବା ବେଳେ ୧୮୭୫ ସେୟାରରେ ହ୍ରାସ ଦେଖିବାକୁ ମିଳିଛି। ନିମ୍ନମୁଖୀ ହୋଇଥିବା ସେୟାରରେ ଟାଟା ମୋଟର୍ସ, ଜି ଏଣ୍ଟରଟେନମେଣ୍ଟ, ଟାଟା ଷ୍ଟିଲ, ଏସବିଆଇ ଓ ଇଣ୍ଡସଇଣ୍ଡ ବ୍ୟାଙ୍କ ସାମିଲ। ଅନ୍ୟପଟେ ଉର୍ଦ୍ଧ୍ଵଗାମୀ ହୋଇଥିବା ସେୟାରରେ ବଜାଜ ଓଟୋ, ମାରୁତି ସୁଜୁକି, ଗେଲ ଓ ଏସିୟାନ ପେଣ୍ଟ୍ସ ପ୍ରମୁଖ ସାମିଲ।

ସେନସେକ୍ସର ୩୦ ସେୟାରରେ କେବଳ ବଜାଜ ଓଟୋ, ମାରୁତି ସୁଜୁକି ଓ ଏସିୟାନ ପେଣ୍ଟ୍ସରେ ଭଲ କାରବାର ହୋଇଥିଲା। ବାକି ଅନ୍ୟ ସେକ୍ଟର ଲାଲ ଚିହ୍ନରେ ରହିଥିଲା। ନିଫଟି ପିଏସୟୁରେ ୫ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଥିଲା।

ୟସ୍ ବ୍ୟାଙ୍କ ସଂକଟ କାରଣରୁ ସମଗ୍ର ଦେଶରେ ଗ୍ରାହକଙ୍କ ମଧ୍ୟରେ ଭୟର ମାହୋଲ ରହିଛି। ଗୁରୁବାର ରାତିରେ ଅନେକ ସହରରେ ୟସ୍ ବ୍ୟାଙ୍କର ଏଟିଏମରେ ଗ୍ରାହକଙ୍କ ଲମ୍ଵା ଧାଡି ଦେଖିବାକୁ ମିଳିଥିଲା। କାରଣ  ଆରବିଆଇ ଏହି ବ୍ୟାଙ୍କରୁ କେବଳ ୫୦ ହଜାର ଟଙ୍କା କାଢି ପାରିବେ ବୋଲି ନିର୍ଦ୍ଦେଶାନାମା ଗତକାଲି ଜାରି କରିଛି।

ଅନ୍ୟପଟେ  ଷ୍ଟେଟ ବ୍ୟାଙ୍କର ବୋର୍ଡ ସଂକଟଗ୍ରସ୍ତ ୟସ୍ ବ୍ୟାଙ୍କରେ ନିବେଶ ପାଇଁ ମଞ୍ଜୁରୀ ଦେଇଛି। ଅର୍ଥାତ ଯଦି ସବୁ କିଛି ଠିକ୍ ରହେ ତେବେ ଆର୍ଥିକ ସଂକଟରେ ଫସିଥିବା ୟସ ବ୍ୟାଙ୍କ ଦେଶର ସବୁଠୁ ବଡ ସରକାରୀ ବ୍ୟାଙ୍କ ଏସବିଆଇର ଭାଗିଦାରୀ ହୋଇ ପାରିବ। ଗୁରୁବାର ଏମିତି ଖବର ଆସିବା ପରେ ୟସ୍ ବ୍ୟାଙ୍କର ଅଂଶଧନରେ ପ୍ରାୟ ୨୬ ପ୍ରତିଶତ ଅଭିବୃଦ୍ଧି ଘଟିବା ସହିତ ସେୟାର ପ୍ରତି ୩୭ ଟଙ୍କାରେ ପହଞ୍ଚିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.