ଋଷ-ୟୁକ୍ରେନ୍ ବିବାଦ ପାଇଁ ସେୟାର ବଜାରରେ ହାହାକାର, ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ

Published By : Prameya-News7 Bureau | February 22, 2022 IST

ନୂଆଦିଲ୍ଲୀ, ୨୨।୦୨ :  ୟୁକ୍ରେନକୁ ନେଇ ଜାରି ରହିଛି ସଙ୍କଟ ।   କୌଣସି ଆଶ୍ୱସ୍ତି ମିଳିବା ନେଇ ଆଶା କମ୍ ରହିଛି । ଋଷ-ୟୁକ୍ରେନ ବିବାଦର ପ୍ରଭାବ ଏବେ ସେୟାର ମାର୍କେଟ ଉପରେ ପଡିଛି । ଯୁଦ୍ଧ ଆଶଙ୍କା କାରଣରୁ ସେନସେକ୍ସ ଓ ନିଫ୍ଟି ତଳକୁ ଖସିଛି । ଗୋଟିଏ ଝଟକାରେ ୧୦୦୦ ପଏଣ୍ଟ ତଳକୁ ଖସିଛି ସେନସେକ୍ସ ।

କାରବାର ଆରମ୍ଭ ହେବା ପୂର୍ବରୁ ସେନସେକ୍ସ ୧୨୦୦ ଅଙ୍କ ତଳକୁ ଖସି ଯାଇଥିଲା । ଆରମ୍ଭ ହେଲା ପରେ ୯୯୯ ପଏଣ୍ଟ ହ୍ରାସ ପରିଲକ୍ଷିତ ହୋଇଥିଲା । କିଛି ମିନିଟ୍ ଯାଏଁ ସେୟାର ବଜାରରେ ଅସ୍ଥିରତା ଜାରି ରହିଥିଲା । ୯ଟା୨୦ ବେଳକୁ ୯୯୦ ଅଙ୍କ ଖସି କାରବାର କରିଥିଲା ବଜାର । ୫୬୦୦୦ ତଳେ ଟ୍ରେଣ୍ଡ୍ ଥିଲା ବିଏସଇ ସେନସେକ୍ସ । ସେହିପରି ନିଫ୍ଟି ମଧ୍ୟ ୩୦୦ ଅଙ୍କ ହ୍ରାସ ପାଇ ୧୭ ହଜାର ତଳକୁ ଖସି ଆସିଥିଲା । 

ଲଗାତର ୪ ଦିନ ଧରି କାରବାର ହ୍ରାସ ପାଉଛି । ଗତ ସପ୍ତାହରୁ ୫ ଦିନ ମଧ୍ୟରୁ ୪ ଦିନ ସେୟାର ବଜାର ଘାଟାରେ ଥିଲା । ସେନସେକ୍ସ ଗତ ଶୁକ୍ରବାର ୫୭,୮୩୨.୯୭କୁ ଖସି ଆସିଥିଲା । ସେହିପରି ନିଫ୍ଟି ମଧ୍ୟ ୨୮.୩୦ ପଏଣ୍ଟ ହ୍ରାସ ପାଇ ୧୭୨୭୬.୩୦କୁ ଖସି ଆସିଥିଲା ।

ଋଷର ଘୋଷଣା ବିଗାଡିଲା ସ୍ଥିତି

ପ୍ରଥମେ ଖବର ଆସିଥିଲା ଯେ, ଆମେରିକା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଲୋଚନା କରିବେ । ଏହାକୁ ନେଇ ବଜାରକୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା । କିନ୍ତୁ ମଙ୍ଗଳବାର ସକାଳେ ଋଷ ୟୁକ୍ରେନର ଦୁଇଟି ବିବାଦୀୟ ଅଞ୍ଚଳକୁ ସ୍ୱତନ୍ତ୍ର ଦେଶ ମାନ୍ୟତା ଦେଇଥିଲା । ଯାହାକୁ ନେଇ ଯୁଦ୍ଧ ସଙ୍କଟ ଘନେଇବା ସହ ସେୟାର ବଜାର ଉପରେ ପ୍ରଭାବ ପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.