ନୂଆଦିଲ୍ଲୀ ୧୭/୦୯: ଭାରତୟୀ ଟିମ୍ର ପେସର ତଥା ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁର । ଦୀର୍ଘ ସମୟ ଧରି ଚର୍ଚ୍ଚାରେ ଅଛନ୍ତି ସେ । ଗତ ୯ ମାସ ଧରି ସେ ଟିମ୍ରୁ ବାହାରେ ଅଛନ୍ତି । ତେବେ କୁହାଯାଉଛି କି, ସେ କୁଆଡେ ଗଲେ? କାହିଁକି ଦୀର୍ଘ ସମୟ ଧରି ବାହାର ଅଛନ୍ତି ସେ । ୧୬ ଅକ୍ଟୋବରରେ ୩୩ ବର୍ଷରେ ପାଦ ଥାପିବେ ଶାର୍ଦ୍ଦୁଲ ଠାକୁର ।
ସେ ସେ ଭାରତୀୟ ଟିମ୍ ପାଇଁ ୨୦୨୩ରେ ସାଉଥ ଆଫ୍ରିକା ବିପକ୍ଷରେ ସେଞ୍ଚୁରିାନ୍ ଟେଷ୍ଟ ଖେଳିଥିଲେ । ଏହା ପରେ ଆଇପିଏଲ୍ ୨୦୨୪ ରେ ସେ ଆହତ ହୋଇଥିଲେ । ଆହତ କାରଣରୁ ଶାର୍ଦ୍ଦୁଲ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହାପରେ ୧୨ ଜୁନ୍ କୁ ଲଣ୍ଡନରେ ସର୍ଜରୀ କରିଥିଲେ ସେ । କିନ୍ତୁ ଶାର୍ଦ୍ଦୁଲଙ୍କୁ ନେଇ ଗୋଟିଏ ଭଲ କବର ସାମ୍ନାକୁ ଆସିଛି ।
ରିପୋର୍ଟ ମୁତାବିକ୍ ଶାର୍ଦ୍ଦୁଲ ରକଭରି କରିସାରିଲେଣି । ଏବେ ସେ ଇରାନୀ କପ୍ ଖେଲୁଥିବା ନଜର ଆସିପାରନ୍ତି । ଏବେ ସେ ବେଙ୍ଗାଲୁରୁରେ ଘରୋଇ ଟୁର୍ଣ୍ଣାମେଣ୍ଟରେ କ୍ୟାପଟେନ୍ ଅଛନ୍ତି । ମୁମ୍ୱାଇ ତରଫରୁ ସେ ଖେଳୁଛନ୍ତି । ଟୁର୍ଣ୍ଣାମେଣ୍ଟରେ ଶାର୍ଦ୍ଦୁଲଙ୍କ ବ୍ୟାଟିଂ ଫ୍ଲପ୍ ଥିବାବେଳେ ବୋଲିଂରେ ବି ସେତେଟା କମାଲ କରିପାରନଥିଲେ ସେ ।
ଶାର୍ଦ୍ଦୁଲ ଖାତା ଖୋଲିନପାରି ପାଭିଲିୟନକୁ ଫେରିଥିଲେ । ସେହିଭଳି ବୋଲିଂରେ ବି ଗୋଟିଏ ହେଲେ ବି ଓ୍ୱିକେଟ ନେଇନଥିଲେ ସେ । ୮ ଓଭର ପକାଇ ଦେଇଥିଲେ ୨୯ ରନ୍ ।