ଅଜିତ ପଓ୍ବାରଙ୍କ ବିଦ୍ରୋହକୁ ନେଇ ଶରଦ ପଓ୍ବାରଙ୍କ ବଡ଼ ବୟାନ, କହିଲେ- ସମୟ ଆସିବ ସମସ୍ତେ ମୋ ସହ ଥିବେ

Published By : Prameya-News7 Bureau | July 03, 2023 IST

ମହାରାଷ୍ଟ୍ର, ୦୩/୦୭: ଗତ ୨୪ ଘଣ୍ଟାରେ ବଦଳିଛି ମହରାଷ୍ଟ୍ରର ରାଜନୀତିକ ସମୀକରଣ। ମହାରାଷ୍ଟ୍ରରେ ଏନସିପିର ଅଜିତ ପଓ୍ବାର ପୁଣି ଥରେ ବିଦ୍ରୋହ କରିଛନ୍ତି, ଅଜିତ ସିନ୍ଦେ-ବିଜେପି ସରକାରଙ୍କ ହାତ ମିଳାଇଛନ୍ତି। ଆଉ ଅଜିତଙ୍କ ବିଦ୍ରୋହ ପରେ ଏନସିପି (NCP) ମୁଖ୍ୟ ଶରଦ ପଓ୍ବାର ଦଳର ମଙ୍ଗ ସମ୍ଭାଳିଛନ୍ତି। ତେବେ ସୋମବାର ସତାରାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶରଦ ପଓ୍ବାର ସ୍ପଷ୍ଟ କରିଛନ୍ତି ଯେ, ‘‘ଏବେ ସତ୍ତାର ଦୁରୂପଯୋଗ ହେଉଛି, କିନ୍ତୁ ଯେତେବେ​ଳେ ସମୟ ଆସିବ ସମସ୍ତେ ମୋ ସହ ଥିବେ।’’

ଶରଦ ପଓ୍ବାର କହିଛନ୍ତି ଯେ, ‘‘ଆଜିଠାରୁ ପରିବର୍ତ୍ତନ ଆରମ୍ଭ ହୋଇଛି, ଏନସିପି ଅଧିକ ମଜବୁତିର ସହ ଆଗକୁ ବଢ଼ିବ ଏବଂ ଆମ ସହ ଜନ ସମର୍ଥନ ବଢ଼ିବ। ଆଉ କିଛି ସମୟ ମଧ୍ୟରେ ଚିତ୍ର ନିଶ୍ଚୟ ବଦଳିବ। ଏବେ ଦେଶରେ ଭିନ୍ନ ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି, ପାର୍ଟୀ କର୍ମକର୍ତ୍ତା ଏବେବି ଆମ ସହ ଅଛନ୍ତି।’’

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରରେ ନୂଆ ସମୀକରଣ ଚର୍ଚ୍ଚା; ରାଜ୍-ଉଦ୍ଧବ ଏକ ହେବାକୁ ସବୁଠି ଲାଗିଲା ପୋଷ୍ଟର

ଆଗାମୀ ନିର୍ବାଚନରେ ହୋଇଯିବ ବିଦ୍ରୋହୀ ବିଧାୟକଙ୍କ ଭାଗ୍ୟ ନିର୍ଦ୍ଧାରଣ: ଶରଦ ପଓ୍ବାର

ସେ ଆହୁରି କହିଛନ୍ତି ଯେ, ଜୟନ୍ତ ପାଟିଲ ବର୍ତ୍ତମାନ ମହରାଷ୍ଟ୍ର ଏନସିପିର ଅଧ୍ୟକ୍ଷ। ଏମିତିରେ ଅଜିତ ପଓ୍ବାରଙ୍କ କଥାର କୌଣସି ମହତ୍ବ ନାହିଁ। ଅଜିତ ପଓ୍ବାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ଦଳ ଛାଡ଼ିଥିବା ବିଧାୟକଙ୍କ ବିଷୟରେ କିଛି ଟିପ୍ପଣୀ କରିନଥିବାବେଳେ ଆଗାମୀ ନିର୍ବାଚନରେ ତାଙ୍କର ଭାଗ୍ୟର ନିଷ୍ପତ୍ତି ହୋଇଯିବ ବୋଲି କହିଛନ୍ତି।’’

ଶରଦ ପଓ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ପଓ୍ବାର କହିଛନ୍ତି ‘‘କିଛି ଦିନ ପୂର୍ବେ ପିଏମ ମୋଦୀ ଏନସିପି ଉପରେ ଭ୍ରଷ୍ଟାଚାର ଅଭିଯୋଗ ଲଗାଉଥିଲେ। କିନ୍ତୁ ଏବେ ସେହି ପାର୍ଟୀର ଲୋଙ୍କୁ ସରକାରରେ ସାମିଲ କରିଛନ୍ତି। ଶରଦ ପଓ୍ବାର କହିଛନ୍ତି ଯେ, ଯେଉଁମାନେ ପାର୍ଟୀ ଛାଡ଼ି ଯାଇଛନ୍ତି, ସେମାନଙ୍କ ମଧ୍ୟରେ କେହିବି ମୋ ସହ କଥା ହୋଇନାହାଁନ୍ତି।’’

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ର ଆରମ୍ଭ ମାତ୍ର, ଆଗକୁ ଅନେକ ରାଜ୍ୟରେ ବଦଳିବ ସମୀକରଣ-କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ୱଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.