କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ଶରଦ ପାୱାରଙ୍କ ଅଲ୍ଟିମେଟମ, କହିଲେ- ୪୮ ଘଣ୍ଟାରେ ଆକ୍ରମଣ ନଥମିଲେ ମୁଁ ଆସିବି ବେଲଗାଭୀ

Published By : Prameya-News7 Bureau | December 06, 2022 IST

ମୁମ୍ବାଇ ୬।୧୨:  ସୀମାକୁ ନେଇ ମହାରାଷ୍ଟ୍ର ଓ କର୍ଣ୍ଣାଟକ ମଧ୍ୟରେ ପୁଣି ଥରେ ବିବାଦ ଦେଖାଦେଇଛି। କର୍ଣ୍ଣାଟକର ବେଲଗାଭୀ (ବେଲଗାମ) ନିକଟସ୍ଥ ହିରବାଗେୱାଡୀ ଟୋଲ ନାକା ନିକଟରେ କନ୍ନଡ ରକ୍ଷଣ ବେଦିବା (କାର୍ଭେ) ସଙ୍ଗଠନ ବିଭିନ୍ନ ସ୍ଲୋଗାନ ଦେବା ସହ ମହାରାଷ୍ଟ୍ର ବାହନ ଭଙ୍ଗାରୁଜା କରିଛି ଓ ପୁଣେର ବାହନଙ୍କୁ ବେଙ୍ଗାଲୁରୁ ଯିବାକୁ ଦେଇନି। ଏହାକୁ ନେଇ ଏନସିପି ନେତା ଶରଦ ପାୱାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇଙ୍କୁ ୪୮ ଘଣ୍ଟାର ଅଲ୍ଟିମେଟମ ଦେଇଛନ୍ତି।

{"id":718111,"sizeSlug":"full","linkDestination":"none"}

ଏ ନେଇ ଶରଦ ପାୱାର ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ କର୍ଣ୍ଣାଟକ ସରକାର ଯଦି ପରିସ୍ଥିତିକୁ ଆୟତ୍ତ ନ କରନ୍ତି ସେ ନିଜେ ବେଲଗାଭୀ ଯିବେ ବୋଲି କହିଛନ୍ତି। ଏଥି ପାଇଁ ଯେଉଁ ପରିସ୍ଥିତି ଉପୁଜିବ ସେଥି ଲାଗି କର୍ଣ୍ଣାଟକ ସରକାର ଓ କେନ୍ଦ୍ର ଦାୟୀ ହେବ ବୋଲି ପାୱାର ସତର୍କ କରାଇଛନ୍ତି। ପାୱାର କହିଛନ୍ତି ଯେ ଯଦି କର୍ଣ୍ଣାଟକରେ ମହାରାଷ୍ଟ୍ରର ମରାଠା ଭାଷୀ ଲୋକଙ୍କ ଉପରେ ଆକ୍ରମଣ ନ ଅଟକେ ଓ ସେମାନଙ୍କୁ ହଇରାଣ କରାଯାଏ ତେବେ ପରିସ୍ଥିତି ଆହୁରି ବିଗିଡିବ ବୋଲି ପାୱାର ସତର୍କ କରାଇଛନ୍ତି।

ପାୱାର କହିଛନ୍ତି ଯେ ଯେଉଁ ମହାପୁରୁଷ ଦେଶକୁ ସମ୍ବିଧାନ ଦେଇଥିଲେ ତାଙ୍କର ପରିନିର୍ବାଣ ଦିବସରେ କର୍ଣ୍ଣାଟକ ସୀମାରେ ଯାହା ସବୁ ଘଟୁଛି ତାହାକୁ ମୁଁ ନିଷେଧ କରୁଛି। ତେବେ କର୍ଣ୍ଣାଟକ ସରକାର ଜାଣିଶୁଣି ମାମଲାକୁ ଏକ ପୃଥକ ରଙ୍ଗ ଦେଉଥିବା ପାୱାର କହିଛନ୍ତି। ପାୱାର କହିଛନ୍ତି ଯେ କର୍ଣ୍ଣାଟକ ସରକାର ନଭେମ୍ବର ୨୩ ତାରିଖ ଦିନ ମହାରାଷ୍ଟ୍ର ଜତ ତାଲୁକାର ୪୦ ଗାଁ ଉପରେ କର୍ଣ୍ଣାଟକର ଅଧିକାର ଜାହିର କରିଥିଲେ। ନଭେମ୍ବର ୨୪ ତାରିଖ ଦିନ ଅକ୍କଲକୋଟ ଉପରେ ମଧ୍ୟ ନିଜର ଦାବି କରିଥିଲେ। ଏଥିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଲଗାତାର ଦେଉଥିହା ଆକ୍ରମକ ବୟାନ ପରିସ୍ଥିତିକୁ ଅଧିକ ଜଟିଳ କରୁଥିବା ପାୱାର କହିଛନ୍ତି।

{"id":718112,"sizeSlug":"full","linkDestination":"none"}

ଶରଦ ପାୱାର କହିଛନ୍ତି ଯେ ଏହି ଘଟଣା ପରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଟେଲିଫୋନରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇଙ୍କ ସହ ମାମଲାରେ ଆଲୋଚନା କରିଛନ୍ତି। ତେବେ ଏହି ଆଲୋଚନାର କୌଣସି ପ୍ରଭାବ ପଡି ନାହିଁ।  ହେଲେ ସମୟ ପୂର୍ବରୁ ଏ ସବୁକୁ ରୋକା ନଗଲେ ପରିସ୍ଥିତି ଆଗକୁ ଅଣାୟତ୍ତ ହୋଇଯିବ ବୋଲି ପାୱାର କହିଛନ୍ତି। ମହାରାଷ୍ଟ୍ରର ଜନତା ଏବେବି ସଞ୍ଜମତା ଅବଲମ୍ବନ କରୁଛନ୍ତି। ହେଲେ କର୍ଣ୍ଣାଟକ ସରକାର ଲଗାତାର ଆକ୍ରମକ ବୟାନବାଜୀ କରୁଥିବା ପାୱାର କହିଛନ୍ତି। ଏହା ଦେଶର ଏକତା ଲାଗି ଏକ ବଡ ବିପଦ ବୋଲି ସତର୍କ କରାଇଛନ୍ତି ପାୱାର।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.