ଲୋକେ କହିବେ ପାର୍ଟି କାହାର, ଏନସିପି ଉପରେ ପୁତୁରା ଅଜିତ୍‌ଙ୍କ ଦାବି ପରେ ଶରଦ ପାଓ୍ଵାରଙ୍କ ଜବାବ

Published By : Prameya-News7 Bureau | July 02, 2023 IST

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ରବିବାର ଅପ୍ରତ୍ୟାଶିତ ଘଟଣାକ୍ରମ ଦେଖିବାକୁ ମିଳିଛି। କେହି  ହେବେ ଚିନ୍ତା  କରି ନଥିଲେ ଯେ, ଗୋଟିଏ ଘଣ୍ଟାରେ ରାଜନୀତିରେ ସବୁ ଓଲଟପାଲଟ୍ ହୋଇଯିବ। ଏନସିପି ନେତା ତଥା ବିରୋଧୀ ଦଳ ନେତା ଅଜିତ୍ ପାଓ୍ଵାର ସିନ୍ଦେ ସରକାର ସହ ହାତ ମିଳାଇ ଉପମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇଛନ୍ତି। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ, ଏନସିପି ହେଉଛି ତାଙ୍କ ଦଳ ଏବଂ ପାର୍ଟିର ବିଧାୟକ ଓ ନେତା ମଧ୍ୟ ତାଙ୍କ ସହିତ ରହିଛନ୍ତି। ଏହାର ଜବାବ ଦେଇ ଏନସିପି ମୁଖ୍ୟ ଶରଦ ପାଓ୍ଵାର କହିଛନ୍ତି, ଜନତା କହିବେ ପାର୍ଟି କାହାର। ମୁଁ ଲୋକଙ୍କ ଗହଣକୁ ଯିବି ଏବଂ ସମର୍ଥନ ଯୋଗାଡ଼ କରିବି। ଅଜିତ୍ ବିଜେପି ସହିତ ମିଶିବା ଉପରେ ଶରଦ ପାଓ୍ଵାର କହିଛନ୍ତି, ଏନସିପିର ବିଚାରଧାରା ଏହାର ସମର୍ଥନ ଦିଏ ନାହିଁ ଯେ, ଦଳ ବିଜେପି ସହିତ ମେଣ୍ଟ କରିବ।

Image

ପାଓ୍ଵାର କହିଛନ୍ତି, ମୁଁ ଜୁଲାଇ ୬ରେ ସମସ୍ତ ନେତାଙ୍କ ଏକ ବୈଠକ ଡକାଇଥିଲି। ଏଥିରେ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ଥିଲା। ପାର୍ଟି ଭିତରେ କିଛି ପରିବର୍ତ୍ତନ ହେବାର ଥିଲା। ମାତ୍ର ଏହା ପୂର୍ବରୁ କିଛି ନେତା ଭିନ୍ନ ଆଭିମୁଖ୍ୟ ଆପଣେଇଲେ। ଦୁଇ ଦିନ ପୂର୍ବେ ପ୍ରଧାନମନ୍ତ୍ରୀ କହିଥିଲେ, ଏନସିପି ସମାପ୍ତ ହୋଇ ସାରିଛି। ଦୁର୍ନୀତି ବିଷୟରେ ଉଲ୍ଲେଖ କରିଥିଲେ। ମୁଁ ଖୁସି ଯେ, ମୋର କିଛି ସାଥୀ ଆଜି ଶପଥ ନେଇଛନ୍ତି। ସେମାନେ ସରକାରରେ ସାମିଲ୍ ହେବା ଏହା ସ୍ପଷ୍ଟ  ହୋଇ ଯାଇଛି ଯେ, ସେମାନେ ସମସ୍ତେ ଦୁର୍ନୀତିମୁକ୍ତ ହୋଇଗଲେ।

Sharad Pawar

ଏନସିପି ମୁଖ୍ୟ କହିଛନ୍ତି, ଏହା କୌଣସି ନୂତନ କଥା ନୁହେଁ। ୧୯୮୦ରେ ମୁଁ ଯେଉଁ ପାର୍ଟିର ନେତୃତ୍ଵ କରୁଥିଲି ସେଥିରେ ୫୮ ବିଧାୟକ ଥିଲେ, ପରେ ସମସ୍ତ ଚାଲିଗଲେ, କେବଳ ୬ ଜଣ ବିଧାୟକ ରହିଲେ। ମାତ୍ର ମୁଁ ପାର୍ଟି ମଜବୁତ କରି ଚାଲିଲି, ଯେଉଁମାନେ ମୋତେ ଛାଡ଼ିକି ଯାଇଥିଲେ ସମସ୍ତେ ନିର୍ବାଚନ ହାରିଗଲେ। ମୋ ନିକଟକୁ  ବହୁତ ଲୋକଙ୍କ ଫୋନ୍ ଆସୁଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମେତ ଅନେକ  ଅନ୍ୟ ଲୋକେ ମୋତେ ଫୋନ କରୁଛନ୍ତି। କିନ୍ତୁ ଆଜି ଯାହା କିଛି ଘଟିଗଲା, ତାକୁ ନେଇ ମୁଁ ଚିନ୍ତିତ। ଆସନ୍ତାକାଲି ମୁଁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ଵାଇ ବି ଚହ୍ଵାନଙ୍କ ଆଶୀର୍ବାଦ ନେବି ଏବଂ ଏକ ସାର୍ବଜନୀନ ବୈଠକ କରିବି ବୋଲି ପାଓ୍ଵାର କହିଛନ୍ତି।

wp:heading {"level":4}

ଏ ଖବର ପଢନ୍ତୁ- NCP ଚିହ୍ନରେ ନିର୍ବାଚନ ଲଢିବୁ, ଶରଦ ପାୱାରଙ୍କୁ ପୁତୁରା ଅଜିତଙ୍କ ଆହ୍ୱାନ; କହିଲେ-ବିକାଶ ପାଇଁ ସାମିଲ ହୋଇଛୁ

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.