scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶରଦ ପାୱାରଙ୍କ ବଡ଼ ଖୁଲାସା; ବିଜେପି ଲିଙ୍କ୍‌ରେ ଅଛନ୍ତି ମାୟାବତୀ, ଅକାଳୀ ଦଳର ଗତି କୁଆଡ଼େ କହିଲେ ଏନ୍‌ସିପି ମୁଖିଆ

30/08/2023 at 7:07 PM

ନୂଆଦିଲ୍ଲୀ: ଅଗଷ୍ଟ ୩୧ ତାରିଖରେ ମୁମ୍ବାଇରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ବୈଠକ ହେବାକୁ ଯାଉଛି। ହେଲେ ତା’ପୂର୍ବରୁ ଆଜି(ଅଗଷ୍ଟ ୩୦) ଏକ ବଡ଼ ଦାବି କରିଛନ୍ତି ଏନ୍‌ସିପି ମୁଖ୍ୟ ଶରଦ ପାୱାର। ବିଏସ୍‌ପି ସୁପ୍ରିମୋ ମାୟାବତୀ ବିଜେପି ସହ ଆଲୋଚନା କରୁଛନ୍ତି ବୋଲି ସେ କହିଛନ୍ତି।

ଶରଦ କହିଛନ୍ତି ଯେ ମୁଁ ଜାଣେ ଯେ ବିଏସପି ନେତା ମାୟାବତୀ ବିଜେପି ସହ ଯୋଗାଯୋଗରେ ଅଛନ୍ତି। ମାୟାବତୀ ନେଇଥିବା ନିଷ୍ପତ୍ତି ବିଷୟରେ ଲୋକଙ୍କୁ ଚିନ୍ତା କରିବାକୁ ଉଚିତ୍। ମୁଁ ପୂର୍ବରୁ କହିଛି ଯେ ମୁଁ ବିରୋଧୀ ପଟରେ ରହିଛି। ଏଥିରେ କୌଣସି ଭ୍ରମ ନାହିଁ। ଦେଶରେ ଏକ ବିକଳ୍ପ ମଞ୍ଚ ତିଆରି ହେଉଛି। ଦେଶର ସମ୍ମୁଖରେ ପରିବର୍ତ୍ତନ କଥା ଉଠିଲେ ମେଣ୍ଟ ସବୁବେଳେ ପ୍ରସ୍ତୁତି ଅଛି ବୋଲି ଶରଦ ପାୱାର କହିଛନ୍ତି।

ପଢ଼ନ୍ତୁ-କେଜରିୱାଲଙ୍କୁ ପ୍ରଧାନମନ୍ତ୍ରୀ କରାଇବାକୁ ଦାବି ନେଇ ସ୍ପଷ୍ଟୀକରଣ ଦେଲା ଆପ୍, ମନ୍ତ୍ରୀ କହିଲେ- ପିଏମ୍‌ ରେସ୍‌ରେ ନାହାନ୍ତି ଦିଲ୍ଲୀ ସିଏମ୍

ଇଣ୍ଡିଆ ବୈଠକରେ ୨୮ ଦଳ ସାମିଲ୍ ହେବେ

ମେଣ୍ଟ ବୈଠକ ବିଷୟରେ ସୂଚନା ଦେଇ ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ ଗୁରୁବାର ଠାରୁ ମୁମ୍ବାଇରେ ଆରମ୍ଭ ହେବାକୁ ଥିବା ଇଣ୍ଡିଆ ମେଣ୍ଟ ବୌଠକରେ ୨୮ ଟି ରାଜନୈତିକ ଦଳର ୬୩ ପ୍ରତିନିଧୀ ଯୋଗ ଦେବେ। ତେବେ ଅକାଳୀ ଦଳ ଇଣ୍ଡିଆରେ ଯୋଗଦେବା ନେଇ କଳ୍ପନାଜଳ୍ପନାରେ ଲାଗି ରହିଥିବା ବେଳେ ପାୱାର୍ କହିଛନ୍ତି ଯେ ଯେହେତୁ ପଞ୍ଜାବରେ AAP ଏବଂ କଂଗ୍ରେସ ମେଣ୍ଟରେ ମିଶିଛନ୍ତି ତେଣୁ ଅକାଳୀ ଦଳ ଏକାଠି ହେବା କଷ୍ଟକର।

ଏହା ପୂର୍ବରୁ ମେଣ୍ଟ ଦଳ ଇଣ୍ଡିଆକୁ ନେଇ କଡ଼ା ଟିପ୍ପଣୀ କରିଥିଲେ ବିଏସ୍‌ପି ମୁଖ୍ୟ ମାୟାବତୀ। ଏନଡିଏ ଏବଂ ଇଣ୍ଡିଆ ମିଳିତ ମଞ୍ଚରେ ଗରିବ ବିରୋଧୀ, ଜାତିବାଦୀ, ସାମ୍ପ୍ରଦାୟିକ, ଧନୀ ସମ୍ପର୍ଥକ ଏବଂ ପୁଞ୍ଜିବାଦୀ ନୀତିଯୁକ୍ତ ଦଳ ରହିଛନ୍ତି। ଏମାନଙ୍କ ନୀତି ବିରୁଦ୍ଧରେ ବିଏସପି ନିୟମିତ ଲଢ଼େଇ କରୁଛି। ତେଣୁ ସେମାନଙ୍କ ସହ ମିଳିତ ଭାବରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାର ପ୍ରଶ୍ନ ଉଠୁନାହିଁ ବୋଲି ଏକ୍ସରେ ପୋଷ୍ଟ କରି କହିଥିଲେ ମାୟାବତୀ।

   Related Posts