ଏନସିପିରେ ପାଓ୍ବାର ଗେମ୍; ଝିଅ ସୁପ୍ରିୟା ସୁଲେ ଓ ପ୍ରଫୁଲ୍ଲ ପଟେଲ ନୂଆ କାର୍ଯ୍ୟକାରୀ ଅଧ୍ୟକ୍ଷ
10/06/2023 at 2:29 PM

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିରେ ବଡ଼ ପରିବର୍ତ୍ତନ । ଏନସିପିରେ ଦୁଇ ନୂଆ କାର୍ଯ୍ୟକାରୀ ଅଧ୍ୟକ୍ଷ । ଏନସିପି ମୁଖ୍ୟ ଶରଦ ପାଓ୍ବାର ବ୍ରେନ୍ ଖେଳିଛନ୍ତି । ଝିଅ ସୁପ୍ରିୟା ସୁଲେ ଓ ପ୍ରଫୁଲ୍ଲ ପଟେଲଙ୍କୁ ନୂଆ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ଫଳରେ ଏନସିପି ବରିଷ୍ଠ ନେତା ଅଜିତ୍ ପାଓ୍ବାରଙ୍କ ଝଟକା ଲାଗିଛି । ରାଜନୈତିକ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଅଜିତ୍ ପାଓ୍ବାର ପାର୍ଟି ଅଧ୍ୟକ୍ଷ ହେବା ପାଇଁ ଦାବିଦାର ଥିଲେ । ବର୍ତ୍ତମାନ ସମୟରେ ସେ ମହାରାଷ୍ଟ୍ର ବିଧାନସଭାରେ ବିରୋଧୀଦଳ ନେତା ରହିଛନ୍ତି ।
#WATCH NCP प्रमुख शरद पवार ने प्रफुल्ल पटेल और सुप्रिया सुले को पार्टी का कार्यकारी अध्यक्ष घोषित किया। pic.twitter.com/ObAzP3aluy
— ANI_HindiNews (@AHindinews) June 10, 2023
ଗତ କିଛି ଦିନ ତଳେ ଶରଦ ପାଓ୍ବାର ଏନସିପି ଅଧ୍ୟକ୍ଷ ପଦ ଛାଡ଼ିବାକୁ ଘୋଷଣା କରିଥିଲେ । ହେଲେ ସମର୍ଥକ ଓ ଦଳୀୟ ନେତାଙ୍କ ନାରାବାଜି ପରେ ନିଜ ନିଷ୍ପତ୍ତି ସେ ଫେରାଇ ନେଇଥିଲେ । ଅନ୍ୟପଟେ ଶରଦ ପାଓ୍ବାରଙ୍କ ଦ୍ବାରା ଗଠିତ ହୋଇଥିବା ପ୍ୟାନେଲ କମିଟି ମଧ୍ୟ ତାଙ୍କ ଇସ୍ତଫା ଗ୍ରହଣ କରିବାକୁ ମନା କରିଥିଲେ । ଏବେ ପାର୍ଟି ହାଇକମାଣ୍ଡ ଏନସିପିରେ ଦୁଇ ଜଣଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇ ମାଷ୍ଟରଷ୍ଟୋକ୍ସ ଖେଳିଛନ୍ତି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।
ଶନିବାର ବା ଆସନ୍ତା କାଲି ଏନସିବିର ୨୫ତମ ସ୍ଥାପନା ଦିବସ । ପାର୍ଟି ମୁଖ୍ୟ ଶରଦ ପାଓ୍ବାର କହିଛନ୍ତି, ଦଳକୁ ମଜବୁତ କରିବା ପାଇଁ ଆମ ସମସ୍ତଙ୍କୁ କାମ କରିବାକୁ ପଡ଼ିବ । ପ୍ରଫୁଲ୍ଲ ପଟେଲ ଓ ସୁପ୍ରିୟା ସୁଲେ ହରିୟାଣା ଓ ପଞ୍ଜାବ ଦାୟିତ୍ବ ଦିଆଯାଇଛି । ଅନ୍ୟପଟେ ଏହା ବରିଷ୍ଠ ନେତା ଅଜିତ ପାଓ୍ବାରଙ୍କ ଉପସ୍ଥିତିରେ ଘୋଷଣା କରାଯାଇଛି ।