ଏନ୍ସିପି ସଭାପତି ଭାବେ ପୁଣିଥରେ ନିର୍ବାଚିତ ହେଲେ ଶରଦ ପାୱାର
10/09/2022 at 10:02 PM

ମୁମ୍ବାଇ: ନ୍ୟାସ୍ନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍ସିପି) ନେତା ଶରଦ ପାୱାର ପୁଣିଥରେ ଦଳର ସଭାପତି ନିର୍ବାଚିତ ହୋଇଛନ୍ତି। ଆସନ୍ତା ୪ ବର୍ଷ ପାଇଁ ସେ ଏନ୍ସିପିର ସଭାପତି ରହିବେ। ଶନିବାର ଏନ୍ସିପି ସଭାପତି ପାଇଁ ଦିଲ୍ଲୀରେ କାର୍ଯ୍ୟାକାରୀ କମିଟି ବୈଠକ ହୋଇଥିଲା। ଏଥିରେ ୮୧ ବର୍ଷୀୟ ଶରଦ ପାୱାରଙ୍କୁ ଦଳର ସଭାପତି ଭାବେ ପୁଣିଥରେ ନିର୍ବାଚିତ କରାଯାଇଛି।
ମହାରାଷ୍ଟ୍ରର ରାଜନୀତିରେ ଶରଦ ପାୱାରଙ୍କ ପ୍ରଭାବ ବେଶ୍ ରହିଛି। ଗତ ନିର୍ବାଚନରେ ବିଜେପିକୁ ପଛରେ ପକାଇବା ପାଇଁ ଶରଦ ପାୱାର କଂଗ୍ରେସ ଓ ଶିବସେନା ସହ ମିଶି ମହାରାଷ୍ଟ୍ରରରେ ସରକାର ଗଠନ କରିଥିଲେ।
ଶିବସେନା ଓ ବିଜେପି ୨୦୧୯ ମିଶି ନିର୍ବାଚନ ଲଢ଼ିଥିଲେ। ହେଲେ ଦୁଇ ଦେଳରୁ ଅଧା ଅଧା ସମୟ ମୁଖ୍ୟମନ୍ତ୍ରୀ ହେବା ନେଇ ସର୍ତ୍ତ ଉଠିବା ପରେ ବିଜେପି ଓ ସେନା ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ଫଳରେ ଶିବସେନା, କଂଗ୍ରେସ ଓ ଏନ୍ସିପି ସହ ମିଶି ସରକାର ଗଠନ କରିଥିଲା। ଯେଉଁଥିରେ ଏନ୍ସିପି ନେତା ବଡ଼ ବଡ଼ ପଦ ଅଳଂକୃତ କରିଥିଲେ।