NCP ଅଧ୍ୟକ୍ଷ ପଦରୁ ଶରଦଙ୍କୁ ହଟାଇ ଦେଲେ ଅଜିତ, ପାର୍ଟି ଉପରେ ଜାହିର କଲେ ଦାବି

Published By : Prameya-News7 Bureau | July 05, 2023 IST

ମୁମ୍ବାଇ ୫।୭: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ୪୦ ବିଧାୟକଙ୍କ ସମର୍ଥନ ଦାବି କରୁଥିବା ଅଜିତ ପାୱାର ବିଜେପି ଓ ଏକନାଥ ସିନ୍ଦେଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ହେବା ପରେ ଏବେ ପାର୍ଟି ଉପରେ ତାଙ୍କ ଦାବି ଜାହିର କରିଛନ୍ତି। ଅଜିତଙ୍କ ଗୋଷ୍ଠୀ ଏବେ ନିର୍ବାଚନ ଆୟୋଗକୁ ମୁହାଁଇଥିବା ବେଳେ ପାର୍ଟି ଓ ଏହାର ନିର୍ବାଚନ ସଂକେତ ଉପରେ ହକ୍ ଦାବି କରିଛନ୍ତି। କେବଳ ଏତିକି ନୁହେଁ ଅଜିତ ପାୱାରଙ୍କ ଗୋଷ୍ଠୀ  ନିର୍ବାଚନ ଆୟୋଗଙ୍କ ନିକଟରେ ସେମାନଙ୍କ ଦୁଇ ତୃତୀୟାଂଶରୁ ଅଧିକ ବିଧାୟକ ଥିବା କହୁଥିବା  ବେଳେ ପାର୍ଟି  ସେମାନଙ୍କର ହେଉ ବୋଲି ଚାହୁଁଛନ୍ତି।

ପାର୍ଟି ଅଧ୍ୟକ୍ଷ ପଦରୁ ବିଦା ହେଲେ ଶରଦ ପାୱାର, ଅଜିତ୍‌ଙ୍କ ହାତରେ ନେତୃତ୍ୱ !

ଶରଦ ପାୱାର ଏବେ ଆଉ ଏନସିପିର ଜାତୀୟ ଅଧ୍ୟକ୍ଷ ନଥିବା ଅଜିତ ପାୱାରଙ୍କ ଗୋଷ୍ଠୀ ନିର୍ବାଚନ ଆୟୋଗଙ୍କୁ ଜଣାଇଛନ୍ତି।  ଶରଦଙ୍କ ସ୍ଥାନରେ ଆଜିତ ଏବେ ଦଳର  ଜାତୀୟ ସଭାପତି ମନୋନୀତ ହୋଇଥିବା ଗୋଷ୍ଠୀ କହିଛନ୍ତି। ସେମାନେ କହିଛନ୍ତି ଯେ ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲଙ୍କ କହିବାରେ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଡକାଯାଇଥିଲା।  ବୈଠକରେ ଶରଦ ପାୱାରଙ୍କୁ ପାର୍ଟିର ଜାତୀୟ ସଭାପତି ପଦରୁ ହଟାଇ ଅଜିତ ପାୱାରଙ୍କୁ ସର୍ବ ସମ୍ମତ ସଭାପତି ମନୋନୀତ କରାଯାଇଥିବା କହିଛନ୍ତି।

{"id":813088,"sizeSlug":"full","linkDestination":"none"}

ନିର୍ବାଚନ ଆୟୋଗଙ୍କୁ କୁହାଯାଇଛି ଯେ ଅଜିତ ପାୱାରଙ୍କୁ ସଭାପତି ବାଛିବା ପାଇଁ ଜୁନ ୩୦ ତାରିଖ ଦିନ ବୈଠକ ଡକାଯାଇଥିଲା। କେବଳ ଏତିକି ନୁହେଁ ସୁନୀଲ ତଟକରେ ପ୍ରଦେଶ ସଭାପତି ରୂପେ ପାର୍ଟି ଦାୟିତ୍ୱ ନେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଶରଦ ପାୱାର ଓ ଅଜିତ ପାୱାର ଗୋଷ୍ଠୀ ବୁଧବାର ଅଲଗା ଅଲଗା ବୈଠକ ଆୟୋଜନ କରିଥିଲେ। ଏଥିରେ ଅଜିତ ପାୱାରଙ୍କ ବୈଠକରେ ୩୦ରୁ ଅଧିକ ବିଧାୟକ ଯୋଗ ଦେଇଥିବା ବେଳେ ଶରଦ ପାୱାରଙ୍କ ବୈଠକକୁ ୧୨ ଜଣ ବିଧାୟକ  ଆସିଥିଲେ। ଏହା ଶରଦ ପାୱାରଙ୍କ ଗୋଷ୍ଠୀଙ୍କ ଲାଗି ଏକ ଝଟକା ମନେ କରାଯାଉଛି। ଯାହାର ପ୍ରଭାବ ବୁଧବାର ଶରଦ ପାୱାରଙ୍କ ଭାଷା ଓ ବଡି ଲାଙ୍ଗୁଏଜରେ ମଧ୍ୟ ଦେଖାଯାଇଛି।

ଅଭିଯୋଗକାରୀଙ୍କ ଅଭିଯୋଗର ସତ୍ୟାପନ ଲାଗି ନାର୍କୋ,ପଲିଗ୍ରାଫ ଅଥବା ବ୍ରେନ ମ୍ୟାପିଙ୍ଗ ଯାଞ୍ଚ ନିମନ୍ତେ ଚାପ ପକାଯାଇପାରିବନି: ଦିଲ୍ଲୀ ହାଇକୋର୍ଟ

ବୈଠକରେ ଶରଦଙ୍କ ନରମ ଆଚରଣ ମଧ୍ୟ ଦେଖାଯାଇଛି। ଅଜିତଙ୍କ ମନରେ ଯଦି କିଛି କଥା ଥିଲା ତେବେ ସେ ମୋ ସହ ଖୋଲାଖୋଲି କଥା ହୋଇପାରିଥାନ୍ତେ ବୋଲି ଶରଦ କହିଛନ୍ତି। କୌଣସି ସମସ୍ୟାର ସମାଧାନ ଆଲୋଚନାରେ ହୋଇ ପାରିଥାନ୍ତା। ବୈଠକରେ ଶରଦ ପାୱାର ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ତାଙ୍କ ପାର୍ଟି ଏବେ ଠିକ୍ ସେହିଭଳି ସଂକଟର ସମ୍ମୁଖୀନ ହୋଇଛି ଯାହା ଅତୀତରେ ଶିବସେନା ସହ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ଅଜିତ ପାୱାର ବୁଧବାର ତାଙ୍କ ଭାଷଣରେ ତାଙ୍କ ଇଛା ଜଣାଇ ଦେଇଛନ୍ତି।

{"id":813089,"sizeSlug":"full","linkDestination":"none"}

ଅଜିତ କହିଛନ୍ତି ଯେ ରାଜନୀତିରେ ସକ୍ରିୟ ରହିବାର ବୟସ ୨୫ରୁ ୭୫ ବର୍ଷ । ତେବେ ଶରଦ ଏବେ ୮୨ ବର୍ଷରେ ପଦର୍ପଣ କରିଛନ୍ତି। ଏଣୁ ସେ ରାଜନୀତିରୁ ଅବସରନେବେ କେବେ ବୋଲି ଅଜିତ ପ୍ରଶ୍ନ କରିଛନ୍ତି। ସେ ସଫାସଫା କହିଛନ୍ତି ଯେ ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି। ମୋ ନିକଟରେ ରାଜ୍ୟର ଜନତାଙ୍କ ନିମନ୍ତେ ଦେବାକୁ ବହୁତ କିଛି ଅଛି। ଏଥିପାଇଁ ମୋତେ ଦାୟିତ୍ୱ ମିଳିବା ଦରକାର ବୋଲି ଅଜିତ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.