ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଶିବସେନା ସମାପ୍ତ ହେବନି, ଆହୁରି ଶକ୍ତିଶାଳୀ ହୋଇ ଆଗକୁ ବଢିବ: ଶରଦ ପାୱାର

9/10/2022 at 3:03 PM

ମୁମ୍ବାଇ ୯।୧୦: କେନ୍ଦ୍ରୀୟ ନିର୍ବାଚନ ଆୟୋଗ (ସିଇସି) ତତ୍କାଳ ପ୍ରଭାବରେ ଶିବସେନା ନିର୍ବାଚନ ଚିହ୍ନ ଫ୍ରିଜ କରିଦେବା ପରେ ଏନସିପି ପ୍ରମୁଖ ଶରଦ ପାବାରଙ୍କ ପ୍ରଥମ ପ୍ରତିକ୍ରିୟା ମିଳିଛି। ଶରଦ ପାୱାର ରବିବାର ଔରଙ୍ଗାବାଦରେ ଗଣମାଧ୍ୟମ ସହ ବାର୍ତ୍ତାରେ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ଯେଉଁ ଡର ଥିଲା ତାହା ହିଁ ହୋଇଛି ବୋଲି କହିଛନ୍ତି। ଏବେ ଆଉ ନ୍ୟାୟ ମିଳିବ ସେ ଆଶା ନାହିଁ, ତେବେ ଶିବସେନା ସମାପ୍ତ ହୋଇଯିବନି ବରଂ ଅଧିକ ଶକ୍ତିଶାଳୀ ହୋଇ ଆଗକୁ ବଢିବ ବୋଲି ପାୱାର କହିଛନ୍ତି।

ପାୱାର କହିଛନ୍ତି ଯେ ଉଦ୍ଧବ ଯଦି ଚାହିଁବେ ତାଙ୍କ ପାର୍ଟିର ନାମ ଶିବସେନା ବାଲାସାହେବ କରିପାରିବେ, ଠିକ୍ ସେହିପରି ଯେପରି  କଂଗ୍ରେସ ୨ ଗୋଷ୍ଠୀରେ ବିଭାଜିତ ହେବା ପରେ ‘କଂଗ୍ରେସ ଇନ୍ଦିରା’ ନାମରେ ପାର୍ଟିର ନିର୍ବାଚିହ୍ନ ମନୋନୟନ କରିଥିଲା ବୋଲି ପାୱାର କହିଛନ୍ତି। ତେବେ ଏପରି କିଛି ହେବ ମୋ ମନ କହୁଥିଲା ବୋଲି ପାୱାର କହିଛନ୍ତି। ଏବେ ଚିହ୍ନ ରହୁ ବା ନ ରହୁ ନିର୍ବାଚନରେ କିପରି ଆଗକୁ ଯିବାକୁ ହେବ ତାହା ଦେଖିବାକୁ ପଡିବ ବୋଲି ପାୱାର କହିଛନ୍ତି।

ସେ କହିଛନ୍ତି ଯେ ଆମେ ବି ପୃଥକ ପୃଥକ ଚିହ୍ନରେ ଅତୀତରେ ନିର୍ବାଚନ ଲଢିଛୁ। ଏନସିପିକୁ ଘଡ଼ି ନିର୍ବାଚନ ଚିହ୍ନ ୪-୫ଟି ନିର୍ବାଚନ ପରେ ମିଳିଥିଲା। ତେବେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିରେ ଶିବସେନା ସମାପ୍ତ ହୋଇଯିବନି ବୋଲି ଶରଦ ପାୱାର କହିଛନ୍ତି। କଂଗ୍ରେସ ଯେତେବେଲେ ୨ ଭାଗରେ ବାଣ୍ଟି ହୋଇଥିଲା ସେତେବେଳେ ଦୁଇଟି ନାମ ଦିଆଯାଇଥିଲା। ତେବେ କ୍ଷମତାର ତ୍ରୁଟିପୂର୍ଣ୍ଣ ଉପଯୋଗ କରି କେହି ନିର୍ବାଚନ ଲଢିଲେ ଲୋକଙ୍କୁ ତାହା ଭଲ ଲାଗେନାହିଁ ବୋଲି ପାୱାର କହିଛନ୍ତି।

ତେବେ ବର୍ତ୍ତମାନର ସମସ୍ୟା ହେଉଛି ଏକନାଥ ସିନ୍ଦେ  ଓ ଉଦ୍ଧବ ଠାକରେ ଉଭୟ ଶିବସେନା ବାଲାସାହେବ ଠାକରେ ନାମ ପାଇବାକୁ ଉଦ୍ୟମ ଚଳାଇଛନ୍ତି। ଏବେ କେଉଁ ଗୋଷ୍ଠୀକୁ କେଉଁ ନାମ ମିଳିବ ତା ଉପରେ ସମସ୍ତଙ୍କ ନଜର ବୋଲି ପାୱାର କହିଛନ୍ତି। ଶିବସେନାର ଆଭ୍ୟନ୍ତରୀଣ ବିବାଦ ଲାଗି ସିଇସି ଶନିବାର ରାତିରେ ତତ୍କାଳ ଶିବସେନା ନାମ ଓ ନିର୍ବାଚନ ଚିହ୍ନ ଫ୍ରିଜ କରିଦେଇଛନ୍ତି।

ନିର୍ବାଚନ ଆୟୋଗଙ୍କ ସମ୍ମୁଖରେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ଅସଲି ଶିବସେନା ବୋଲି ଦାବି କରିବାରୁ ଉଭୟ ଗୋଷ୍ଠୀଙ୍କୁ ଦାବି ସମ୍ପର୍କରେ କାଗଜପତ୍ର ଉପସ୍ଥାପନ ନିମନ୍ତେ ଆୟୋଗ କହିଥିଲେ। ତେବେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ସୁପ୍ରିମକୋର୍ଟକୁ ଚାଲି ଯାଇଥିବା ବେଳେ କୋର୍ଟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବେନି ବୋଲି ମନା କରିଦେବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି।

ନିର୍ବାଚନ ଆୟୋଗ ଶିବସେନାର ନିର୍ବାଚନ ଚିହ୍ନ ଧନୁତୀରକୁ ତତ୍କାଳ ଫ୍ରିଜ କରିଦେଇଛନ୍ତି। ନଭେମ୍ବର ୩ ତାରିଖରେ ହେବାକୁ ଯାଉଥିବା ଅନ୍ଧେରୀ ବିଧାନସଭା ଉପନିର୍ବାଚନରେ ଶିବସେନା ନାମ ଓ ନିର୍ବାଚନ ଚିହ୍ନର ଉପଯୋଗ ହୋଇପାରିବ ନାହିଁ। ଏହି ନିର୍ବାଚନରେ ସିନ୍ଦେ ଗୋଷ୍ଠୀ ତାଙ୍କ ପ୍ରାର୍ଥୀ ଛିଡା କରୁ ନାହାନ୍ତି। ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବାରୁ ଉଦ୍ଧବ ଗୋଷ୍ଠୀ ଏବେ ସମସ୍ୟାରେ ପଡିଛନ୍ତି।

   Related Posts