ସିଏମ୍ ସିନ୍ଦେ ଏବଂ ଅଜିତ୍ ପାୱାରଙ୍କୁ ରାତ୍ରି ଭୋଜନ ପାଇଁ ଆମନ୍ତ୍ରଣ କଲେ ଶରଦ ପାୱାର, ବଢିଲା ଚର୍ଚ୍ଚା

Published By : Prameya-News7 Bureau | February 29, 2024 IST

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିର ଠାଣୁଆ ନେତା ଶରଦ ପାୱାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣଭୀସଙ୍କ ସହ ଅଜିତ ପାୱାରଙ୍କୁ ନିଜ ଘରେ ରାତ୍ରି ଭୋଜନ ପାଇଁ ଆମନ୍ତ୍ରିତ କରିଛନ୍ତି । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଶରଦଚନ୍ଦ୍ର ପାୱାର)ର ଅଧ୍ୟକ୍ଷ ଶରଦ ପାୱାର ମାର୍ଚ୍ଚରେ ବାରାମତିରେ ନିଜ ବାସଭବନରେ ମହାରାଷ୍ଟ୍ରର ଶୀର୍ଷ ନେତାଙ୍କୁ ସ୍ୱାଗତ କରିବେ । ଶରଦ ପାୱାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଲେଖିଥିବା ଚିଠିରେ କହିଛନ୍ତି, 'ଆପଣ ସରକାରୀ ଯାତ୍ରା ପାଇଁ ଶନିବାର, ୨୦୨୪ ମାର୍ଚ୍ଚ ୨ରେ ବାରାମତି ଆସୁଛନ୍ତି । ଏହି ଦିନ ମହାରୋଜଗାର ମେଳା ବିଦ୍ୟା ପ୍ରତିଷ୍ଠାନ, ବିଦ୍ୟନଗରୀ, ବାରାମତିର ମୈଦାନରେ ଆୟୋଜନ କରାଯିବ । ବିଦ୍ୟା ପ୍ରତିଷ୍ଠାନର ମୁଁ ସଂସ୍ଥାପକ ଅଧ୍ୟକ୍ଷ ଅଛି, ସଂଗଠନର ଅଧ୍ୟକ୍ଷ ରୂପେ ମୁଁ ସଂଗଠନ ପରିସରରେ ଆପଣଙ୍କ ସ୍ୱାଗତ କରିବାକୁ ଚାହୁଁଛି ।'

ଶରଦ ପାୱାର ନିଜ ଚିଠିରେ ଲେଖିଛନ୍ତି, 'ମୁଁ ବହୁତ ଖୁସି ଯେ ଆପଣ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ପରେ ପ୍ରଥମ ଥର ବାରାମତି ସହର ଆସୁଛନ୍ତି । ମୁଁ ଆପଣଙ୍କୁ ବାରାମତିରେ ମୋ ବାସଭବନ ଗୋବିନ୍ଦବାଗରେ ଆତିଥ୍ୟର ଆନନ୍ଦ ନେବା ପାଇଁ ପୂର୍ବରୁ ଫୋନରେ ଆମନ୍ତ୍ରିତ କରିସାରିଛି । ମେଳା ପରେ କ୍ୟାବିନେଟର ଅନ୍ୟ ସହଯୋଗୀଙ୍କ ସହ ଏଠାକୁ ଆସିବେ । ମୁଁ ଆଶା କରେ ଯେ ଆପଣ ନିମନ୍ତ୍ରଣ ସ୍ୱୀକାର କରିବେ ।'

ପଢନ୍ତୁ: NCP-ଶରଦଚନ୍ଦ୍ର ପାୱାର: ଶରଦ ପାୱାର ଗୋଷ୍ଠୀକୁ ମିଳିଲା ନୂଆ ନାଁ

ଶରଦ ପାୱାରଙ୍କ ଏହି ନିମନ୍ତ୍ରଣ ପରେ ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଶରଦ ପାୱାରଙ୍କ ଚିଠି ଏପରି ସମୟରେ ଅସିଛି ଯେତେବେଳେ ପୁତୁରା ଅଜିତ ପାୱାର ବାରାମତିରୁ ଲୋକସଭା ନିର୍ବାଚନ ପାଇଁ ନିଜ ପ୍ରାର୍ଥୀ ଓହ୍ଲାଇବା ପାଇଁ ପ୍ରସ୍ତୁତି କରୁଛନ୍ତି । ବର୍ତ୍ତମାନ ସମୟରେ ବାରାମତି ଆସନରୁ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ସାଂସଦ ଅଛନ୍ତି । ଅନୁମାନ କରାଯାଉଛି ଯେ ଅଜିତ ପାୱାର ନିଜ ଭଉଣୀ ସୁପ୍ରିୟା ସୁଲେଙ୍କ ବିରୋଧରେ ନିଜ ପତ୍ନୀ ସୁନେତ୍ରା ପାୱାଲଙ୍କୁ ମୈଦାନରେ ଓହ୍ଲାଇବା ପାଇଁ ଆନୁଷ୍ଠାନିକ ଘୋଷଣା କରିପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.