କଟକ ୨୮।୮: ଭଙ୍ଗା ହେଲା ଶଙ୍କରପୁର ବାଦାମବାଡ଼ି ପୂଜା ମଣ୍ଡପ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । ତେବେ କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ଲାଗି ମଙ୍ଗଳବାର ରାତିରେ ପୂଜା ମଣ୍ଡପକୁ ଭାଙ୍ଗିବା ଲାଗି ପ୍ରଶାସନ ସ୍ଥିର କରିଥିଲା। ପ୍ରାୟ ୪ ପ୍ଲାଟୁନ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ପୂଜା ମଣ୍ଡପକୁ ଭାଙ୍ଗିଛି ସିଏମ୍ସିର ବୁଲଡୋଜର ।
କଟକ ସହରକୁ ଜବରଦଖଲ ମୁକ୍ତ କରିବା ଲାଗି ନିକଟରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ଯେଉଁ ବେଆଇନ ନିର୍ମାଣ ଦ୍ୱାରା ଡ୍ରେନ୍ ଏବଂ ରାସ୍ତା ଅବରୋଧ ହେଉଛି, ସେଗୁଡିକୁ ତୁରନ୍ତ ଭାଙ୍ଗିବା ଲାଗି ନିର୍ଦ୍ଦେଶ ରହିଛି । ଆଗକୁ ଯେହେତୁ ଦଶହରା ପର୍ବ ଆସୁଛି, ତେଣୁ ମଣ୍ଡପ ଭାଙ୍ଗିବା କାର୍ଯ୍ୟକୁ କିଛି ମାସ ଲାଗି ସ୍ଥଗିତ ରଖିବାକୁ ପୂଜା କମିଟି ପକ୍ଷରୁ ନିବେଦନ କରାଯାଇଥିଲା । କିନ୍ତୁ କୋର୍ଟ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଉଛି ବୋଲି ସିଏମସି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
You Can Read: